ମନୋରଂଜନ

ସଲମାନଙ୍କୁ ହତ୍ୟା କରିବା ଷଡଯନ୍ତ୍ର ପର୍ଦ୍ଦାଫାସ୍‌, ୪ ଗିରଫ

ବଲିଉଡ ଭାଇଜାନଙ୍କୁ ହତ୍ୟା କରିବା ଷଡଯନ୍ତ୍ର ଉଦ୍ୟମ ପଣ୍ଡ । ନଭି ମୁମ୍ବାଇରେ ଥିବା ପନ୍‌ଭେଲ ସ୍ଥିତ ଫାର୍ମ ହାଉସରେ ଅଭିନେତା ସଲମାନ ଖାନଙ୍କ ଗାଡି ଉପରେ ଆକ୍ରମଣ କରାଯିବାକୁ ଯୋଜନା କରାଯାଇଥିଲା । ଏହା ପୂର୍ବରୁ ପୋଲିସ ପର୍ଦ୍ଦାଫାସ୍‌ କରିନେଇଛି । ଏହି ମାମଲାରେ ନଭି ମୁମ୍ବାଇ ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ଖବର ମୁତାବକ, ସଲମାନ ଖାନଙ୍କୁ ହତ୍ୟା କରିବା ପାଇଁ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ପ୍ଲାନ୍ କରିଥିଲା । ଏଥିପାଇଁ ସେ ପାକିସ୍ତାନରୁ ଅସ୍ତ୍ରଶସ୍ତ୍ର ମଗାଇଥିଲା । ପନ୍‌ଭେଲରେ ସଲମାନ ଖାନଙ୍କ କାର ଉପରେ ଆକ୍ରମଣ କରିବାକୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଯୋଜନା କରିଥିଲା । ଏହି ମାମଲାରେ ଗୁଇନ୍ଦା ସୂଚନା ମିଳିବା ପରେ ପୋଲିସ ଅଭିଯୋଗ ଦାୟର କରି ୪ ଜଣଙ୍କୁ ଗିରଫ କରିଛି । ଏମାନେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସହ ମିଶିଥିବା ପୋଲିସ ଦାବି କରିଛି । ତେବେ ଏମାନେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଲୋକ ବୋଲି ଜଣାପଡିଛି ।

ସଲମାନଙ୍କୁ ଆକ୍ରମଣ କରିବା ପାଇଁ ପାକିସ୍ତାନର ଅସ୍ତ୍ରଶସ୍ତ୍ର ଡିଲର ସହିତ ଯୋଗାଯୋଗରେ ଥିଲେ । ସେ ତାଙ୍କ ଠାରୁ AK-47, M-16, AK-92 ଏବଂ ଅନ୍ୟାନ୍ୟ ଅତ୍ୟାଧୁନିକ ଅସ୍ତ୍ର କିଣି ଅଭିନେତା ସଲମାନ ଖାନଙ୍କୁ ହତ୍ୟା କରିବା ପାଇଁ ପ୍ଲାନ କରିଥିଲା । ଏମାନଙ୍କୁ ପୋଲିସ ଗିରଫ କରି ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇଛି । ପୋଲିସ ଏହି ମାମଲାରେ ଯାଞ୍ଚ ଆରମ୍ଭ କରିଛି । ପୋଲିସ ଏହି ମାମଲାରେ ଆଇପିସି ଧାରା ୧୧୫, ୧୨୦(ବି), ୫୦୬ (୨) ଅଧିନରେ ଏଫଆଇଆର ଦାୟର କରିଛି ।

ସୂଚନାଯୋଗ୍ୟ, ଏପ୍ରିଲ ୧୪ରେ ବାନ୍ଦ୍ରାରେ ଅଭିନେତା ସଲମାନ ଖାନଙ୍କ ଘର ବାହାରେ ଫାୟାରିଂ ହୋଇଥିଲା । ଦୁଇ ବାଇକ ଆରୋହୀ ଗୁଳିମାଡ କରିଥିଲେ । ପ୍ରାୟ ୨-୩ ରାଉଣ୍ଡ ଫାୟାରିଂ ହୋଇଥିଲା । ଏହି ଘଟଣାପରେ ସଲମାନଙ୍କ ପରିବାର, ବଲିଉଡ ଇଣ୍ଡଷ୍ଟ୍ରୀ, ଫ୍ୟାନ୍ସ ତାଙ୍କ ସୁରକ୍ଷାକୁ ନେଇ ଚିନ୍ତାରେ ପ୍ରକଟ କରିଥିଲେ । ଘଟଣାକୁ ନେଇ ଲରେନ୍ସ ବିଷ୍ଣୋଇର ଭାଇ ଅନମୋଲ ବିଷ୍ଣୋଇ ନିଜକୁ ଦାୟୀ କରିଥିଲା । ସଲମାନଙ୍କ ଘର ବାହାରେ ଗୁଳିଚାଳନା ପୂର୍ବରୁ ଦୁହେଁ ଗତ ଏକ ମାସ ହେବ ମୁମ୍ବାଇ ନିକଟସ୍ଥ ପନଭେଲ ଅଞ୍ଚଳର ଏକ ସୋସାଇଟିରେ ଭଡ଼ାରେ ରହୁଥିଲେ । ଏହି ଅଞ୍ଚଳରେ ସଲମାନଙ୍କ ଫାର୍ମହାଉସ ରହିଛି ।

Swagatika

Recent Posts

କାନକଟା ଘାଟିରେ ହାଇୱାକୁ ପିଟିହେଲା ବସ, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ

ବ୍ରହ୍ମପୁର : ଗଞ୍ଜାମ ଗଜପତି ଜିଲ୍ଲା ସୀମାନ୍ତ କାନକଟା ଘାଟିରେ ହାଇୱାକୁ ପିଟିହେଲା ବସ ।   ଅଳ୍ପକେ ବର୍ତ୍ତିଲେ ୪୦…

23 mins ago

କିସରେ ହେବ ସର୍ବବୃହତ ସାଇକେଲ ଭିଲୋ ଡ୍ରମ୍, ଖୁବ୍ ଶୀଘ୍ର ହେବ ଏହାର ଉଦଘାଟନ

ଭୁବନେଶ୍ୱର : କିଟ୍ ଓ କିସ୍ ହେଉଛି କ୍ରୀଡାର ହବ୍ । କିସରେ ଯୋଡି ହେବାକୁ ଯାଉଛି ସର୍ବବୃହତ ସାଇକେଲ…

1 hour ago

ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣ ଭାବେ ସୁସ୍ଥ : ତାରାପ୍ରସାଦ ବାହିନୀପତି

କେନ୍ୟୁଜ(ବ୍ୟୁରୋ) : ବିଜୁ ଜନତା ଦଳ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛନ୍ତି…

1 hour ago

ମନ୍ଦିର ପରିସରରୁ ମୟୁର, ଶାରୀ, ଶୁଆ ଉଦ୍ଧାର କଲେ ବନବିଭାଗ

ଭୁବନେଶ୍ୱର(କେନ୍ୟୁଜ୍‌): ଆଜିକାଲି ଘରେ ପକ୍ଷୀମାନଙ୍କୁ ପଞ୍ଜୁରୀରେ ରଖିବା ଏକ ପ୍ରକାର ଟ୍ରେଣ୍ଡ ପାଲଟିଗଲାଣି । ନିଜ ସଉକ ପାଇଁ କଥା…

2 hours ago

ସାଉଦି ଆରବରେ ହିଟ୍ ଷ୍ଟ୍ରୋକ୍‌ର ତାଣ୍ଡବ, ମକ୍କାରେ ହଜ୍‌ ଯାତ୍ରୀଙ୍କ ମୃତ୍ୟୁ ସଂଖ୍ୟା ୧୦୦୦ ଟପିଲା

ସାଉଦି ଆରବରେ ହିଟ୍ ଷ୍ଟ୍ରୋକ୍ ମୃତ୍ୟୁର ତଣ୍ଡବ ରଚିଛି । ରିପୋର୍ଟରୁ ଜଣାପଡ଼ିଛି, ଚଳିତ ବର୍ଷ ମକ୍କାରେ ହିଟ୍‌ ୱେଭ୍‌…

2 hours ago

ଅନୁଷ୍ଠିତ ହେଲା ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ, ସୃଷ୍ଟି ହୋଇଛି ଖୁବ ଭକ୍ତିମୟ ପରିବେଶ

କଥାରେ ଅଛି ବିଶ୍ୱାସେ ମିଳଇ ହରି, ତର୍କେ ବହୁଦୂର । ଯେଉଁଠି ବିଶ୍ୱାସ ଅଛି ସେଠି ଭଗବାନ ଅଛନ୍ତି ,…

3 hours ago