Photo credit: India Today
ସାଉଥ ଫିଲ୍ମ ଫ୍ୟାନ୍ସଙ୍କ ପାଇଁ ଖରାପ ଖବର। ଗତକାଲି ହାର୍ଟ ଆଟାକର ଶିକାର ହେବା ପରେ ତାମିଲ୍ ଅଭିନେତା ବିକ୍ରମଙ୍କୁ ସଙ୍ଗେସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୫୬ ବର୍ଷୀୟ ଅଭିନେତାଙ୍କୁ କାୱେରୀ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଛି। ଖୁବଶୀଘ୍ର ନର୍ମାଲ ଓ୍ଵାର୍ଡକୁ ସିଫ୍ଟ ହେବେ ବୋଲି ସୂଚନା ମିଳିଛି। ତେବେ ତାଙ୍କୁ ଆଉ କିଛିଦିନ ପରେ ହସପିଟାଲରୁ ଡିସଚାର୍ଜ ହୋଇପାରନ୍ତି ବୋଲି ଖବର ମିଳିଛି।
ରିପୋର୍ଟ ମୁତାବକ, ବିକ୍ରମ ତାଙ୍କର ପରବର୍ତ୍ତୀ ଫିଲ୍ମ ‘ପୋନ୍ନିୟିନ ସେଲବନ ପାର୍ଟ ୧’ର ଟିଜର ଲଞ୍ଚ କାର୍ଯ୍ୟକ୍ରମରେ ସାମିଲ ହେବାର ଥିଲା । ଏହି ଫିଲ୍ମରେ ବିକ୍ରମ ଲିଡ ରୋଲରେ ଆସିବେ । ଚାରିବର୍ଷ ପରେ ଐଶ୍ୱର୍ଯ୍ୟ ରାୟ ବଚ୍ଚନମଧ୍ୟ ପରଦାକୁ ଫେରୁଛନ୍ତି। ନିକଟରେ ଏହି ଫିଲ୍ମରେ ଐଶ୍ୱର୍ଯ୍ୟାଙ୍କ ଲୁକ୍ ଦେଖିବାକୁ ମିଳିଥିଲା।
ମଣିରତ୍ନମ ଫିଲ୍ମର ନିର୍ଦ୍ଦେଶନା ଦେବା ସହିତ ଅନ୍ୟ ସମସ୍ତ କାର୍ଯ୍ୟର ଦାୟିତ୍ୱ ନେଇଛନ୍ତି। ଶେଷଥର ପାଇଁ ପରଦାକୁ ବିକ୍ରମଙ୍କ ‘ମହାନ’ ଫିଲ୍ମ ଆସିଥିଲା । ଏହି ଫିଲ୍ମଟି ଚଳିତ ବର୍ଷ ପ୍ରାରମ୍ଭରେ ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହୋଇଥିଲା ।
ବିକ୍ରମ ତାମିଲ, ତେଲୁଗୁ ଓ ହିନ୍ଦି ସମେତ ଅନେକ ଭାଷାରେ ଅଭିନୟ କରିସାରିଛନ୍ତି । ସେ ୨୦୦୪ରେ ରାଷ୍ଟ୍ରୀୟ ପୁରସ୍କାର ପାଇଥିଲେ । ଆଜି ପର୍ଯ୍ୟନ୍ତ ସେ ୭ଟି ଫିଲ୍ମଫେୟାର ପୁରସ୍କାର, ତାମିଲନାଡ଼ୁ ରାଜ୍ୟ ଫିଲ୍ମ ପୁରସ୍କାର ଓ ତାମିଲନାଡ଼ୁ ସରକାରଙ୍କ କଲୈମାମଣି ପୁରସ୍କାର ପାଇଛନ୍ତି ।
ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…
ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…
କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…
ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…
ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…
ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…