ମନୋରଂଜନ

ବଲିଉଡ ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କ ଦେହାନ୍ତ: ଟ୍ବିଟ କରି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଦେଲେ ଅନୁପମ ଖେର

ନୂଆଦିଲ୍ଲୀ : ବଲିଉଡ ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କ ଦେହାନ୍ତ । ଟ୍ବିଟ କରି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଦେଲେ ଅଭିନେତା ଅନୁପମ ଖେର । ସତୀଶ କୌଶିକ ୬୬ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ତାଙ୍କ ଘନିଷ୍ଠ ବନ୍ଧୁ ଅନୁପମ ଖେର ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଏ ବିଷୟରେ ସୂଚନା ଦେଇଛନ୍ତି। ସେ ସତୀଶ କୌଶିକଙ୍କ ସହ ଏକ ଫଟୋ ସେୟାର କରି ଲେଖିଥିଲେ – “ମୃତ୍ୟୁ ହେଉଛି ଦୁନିଆର ଚରମ ସତ୍ୟ, କିନ୍ତୁ ମୁଁ ସ୍ୱପ୍ନରେ କେବେ ଭାବି ନ ଥିଲି ଯେ ମୁଁ ବଞ୍ଚିଥିବା ବେଳେ ମୋର ସବୁଠାରୁ ଭଲ ବନ୍ଧୁ ସତୀଶ କୌଶିକର ମୃତ୍ୟୁକୁ ନେଇ କିଛି ଲେଖିବି । ୪୫ ବର୍ଷର ସମ୍ପର୍କରେ ହଠାତ ପୂର୍ଣ୍ଣଚ୍ଛେଦ ପଡିଛି । ତୁମ ବିନା ଜୀବନ ପୂର୍ବଭଳି କେବେବି ହୋଇପାରିବ ନାହିଁ । ଓମ୍ ଶାନ୍ତି ।”

ଅଭିନେତା ଅନୁପମ ଖେର ତାଙ୍କ ବନ୍ଧୁଙ୍କ ମୃତ୍ୟୁ ବିଷୟରେ ସୂଚନା ଦେଇ କହିଛନ୍ତି ଯେ ସତୀଶ କୌଶିକଙ୍କ ମୃତଦେହ ବର୍ତ୍ତମାନ ଗୁରୁଗାଓଁର ଫୋର୍ଟିସ୍ ହସ୍ପିଟାଲରେ ରଖାଯାଇଛି। ପୋଷ୍ଟମର୍ଟମ ପରେ ତାଙ୍କ ମୃତଦେହ ଆଜି ଅପରାହ୍ନରେ ମୁମ୍ବାଇସ୍ଥିତ ତାଙ୍କ ଘରକୁ ଅଣାଯିବ ଏବଂ ତା’ପରେ ତାଙ୍କର ଶେଷ ରୀତିନୀତି ଏଠାରେ କରାଯିବ। ସତୀଶ କୌଶିକ ଗୁରୁଗାଓଁର ଫାର୍ମହାଉସକୁ କାହାକୁ ଭେଟିବାକୁ ଯାଇଥିଲେ। ଫାର୍ମହାଉସରୁ ଫେରୁଥିବାବେଳେ ହୃଦଘାତର ଶିକାର ହୋଇଥିଲେ ଏବଂ ପରେ ତାଙ୍କୁ ଗୁରୁଗାଓଁର ଫୋର୍ଟିସ୍ ହସ୍ପିଟାଲକୁ ନିଆଯାଇଥିଲା।

ସତୀଶ କୌଶିକଙ୍କ ବିୟୋଗରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି । ସେ ଏକା ଧାରାରେ ବଲିଉଡରେ ଜଣେ ହାସ୍ୟ ଅଭିନେତା, ସ୍କ୍ରିନ ରାଇଟର୍‌ ଏବଂ ଫିଲ୍ମ ନିର୍ମାତା ଥିଲେ । ସତୀଶ କୌଶିକଙ୍କ ପ୍ରଥମ ନିର୍ଦ୍ଦେଶିତ ଫିଲ୍ମ ଥିଲା 1993ରେ ନିର୍ମିତ ଶ୍ରୀଦେବୀଙ୍କ ଅଭିନୀତ ରୂପ କି ରାନୀ ଚୋରନ୍ କା ରାଜା । ଏହାପରେ 1995ରେ ସେ ପ୍ରେମ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ । କିନ୍ତୁ ବକ୍ସ ଅଫିସରେ ଏହି ଫିଲ୍ମ କମାଲ କରିପାରି ନଥିଲା । ଏହାପରେ ବି ସେ ନିର୍ଦ୍ଦେଶନା ଜାରି ରଖିଥିଲେ। 1999ରେ ସେ ହମ୍ ଆପକେ ଦିଲ୍ ମେନ୍ ରେହେତେ ହେଁ ତାଙ୍କର ପ୍ରଥମ ହିଟ୍ ଫିଲ୍ମ ଥିଲା । ଯାହା ଦର୍ଶକଙ୍କୁ ମନୋରଞ୍ଜନ ଖୋରାକ ଯୋଗାଇଥିଲା । ସେ ଟିଭି ସୋ’ ଦ ଗ୍ରେଟ୍ ଇଣ୍ଡିଆନ୍ ଫ୍ୟାମିଲି ଡ୍ରାମା’ରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ । 2016ରେ ଫିଲ୍ମ ଉଡତା ପଞ୍ଜାବରେ ତାୟାଜି ଭୁମିକାରେ ନଜର ଆସିଥିଲେ ।

Barsha

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

4 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

5 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

6 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

7 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

7 hours ago