ବ୍ୟବସାୟ ଓ ଅର୍ଥନୀତି

ପେଟ୍ରୋଲ ପମ୍ପର ତାଜା ଅପଡେଟ୍‌, ଜାଣନ୍ତୁ ଆଜି କେତେ ରହିଛି ପେଟ୍ରୋଲ ଓ ଡିଜେଲ ଦାମ୍‌

ଗତକାଲି ହୋଲି ପାଇଁ ବନ୍ଦ ରହିଥିଲା ପେଟ୍ରୋଲ ପମ୍ପ। ଆଜି ଗାଡିରେ ତେଲ ପକାଇବା ପୂର୍ବରୁ ନଜର ପକାନ୍ତୁ କେତେ ରହିଛି ପେଟ୍ରୋଲ ଓ ଡିଜେଲ ଦର। ତୈଳ କମ୍ପାନୀ ପକ୍ଷରୁ ଆଜିର ପେଟ୍ରୋଲ- ଡିଜେଲ ଦର ଜାରି କରିଦିଆଯାଇଛି। ଆଜି ସ୍ଥିର ରହିଛି ପେଟ୍ରୋଲ ଓ ଡିଜେଲ ଦର। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୩ ଟଙ୍କା ୧୯ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୯୪ ଟଙ୍କା ୭୬ ପଇସା ରହିଛି।

ସେହିପରି ଦେଶର ପ୍ରମୁଖ ସହରରେ ବି ପେଟ୍ରୋଲ ଓ ଡିଜେଲ ଦରରେ କିଛିଟା ପରିବର୍ତ୍ତନ ହୋଇଛି। ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୬ ଟଙ୍କା ୭୨ ପଇସା ଓ ଡିଜେଲ ଦର ୮୯ ଟଙ୍କା ୬୨ ପଇସା ହୋଇଛି। ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୦୬ ଟଙ୍କା ୩୧ ପଇସା ହୋଇଥିବା ବେଳେ ଡିଜେଲ ଲିଟର ପିଛା ୯୪ ଟଙ୍କା ୨୭ ପଇସା ରହିଛି । ସେହିପରି କୋଲକାତାରେ ପେଟ୍ରୋଲ ଦର ୧୦୬ ଟଙ୍କା ୦୩ ପଇସା ଥିବାବେଳେ ଡିଜେଲ ଦର ୯୨ ଟଙ୍କା ୭୬ ପଇସା ରହିଛି। ଚେନ୍ନାଇରେ ପେଟ୍ରୋଲ ଦର ୧୦୨ ଟଙ୍କା ୬୩ ପଇସା ଥିବା ବେଳେ ଡିଜେଲ ଦାମ ୯୪ ଟଙ୍କା ୨୪ ପଇସା ରହିଛି।

କେମିତି ଜାଣିବେ ଆପଣଙ୍କ ସହରରେ କେତେ ଅଛି ଦାମ୍:

ପେଟ୍ରୋଲ ଏବଂ ଡିଜେଲ ଦାମ୍ ଆପଣ SMS ମାଧ୍ୟମରେ ମଧ୍ୟ ଜାଣିପାରିବେ। ଇଣ୍ଡିଆନ ଅଏଲ ୱେବସାଇଟ ଅନୁଯାୟୀ ଆପଣଙ୍କୁ ଏବଂ ନିଜ ସହରର କୋଡ୍ ଲେଖି ୯୨୨୪୯୯୨୨୪୯ ନମ୍ବରକୁ ପଠାଇବାକୁ ହେବ। ପ୍ରତି ସହରର କୋଡ୍ ଅଲଗା ଅଲଗା ରହିଥାଏ। ଯାହା ଆପଣଙ୍କୁ ଆଇସିଓଏଲ ୱେବସାଇଟରୁ ମିଳିଯିବ।

ପ୍ରତିଦିନ ଛଅଟା ବେଳେ ବଦଳିଯାଏ ମୂଲ୍ୟ:

ସୂଚନା ମୁତାବକ, ପ୍ରତ୍ୟେକ ଦିନ ସକାଳ ୬ଟା ରେ ପେଟ୍ରୋଲ ଏବଂ ଡିଜେଲ୍ ଦାମରେ ପରିବର୍ତ୍ତନ ହୋଇଥାଏ। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିବା ପରେ ଏହାର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହୁଏ | ବୈଦେଶିକ ମୂଲ୍ୟ ସହିତ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ମୂଲ୍ୟ ଉପରେ ନିର୍ଭର କରି ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ପ୍ରତିଦିନ ବଦଳିଥାଏ।

Barsha

Recent Posts

ଦିଲ୍ଲୀ: ତାଜ୍‌ ଏକ୍ସପ୍ରେସ୍‌ରେ ଭୟାବହ ଅଗ୍ନିକାଣ୍ଡ, ଧୁ ଧୁ ହୋଇ ଜଳୁଛି କୋଚ୍‌

ଦିଲ୍ଲୀର ଓଖଲା ରେଳ ଷ୍ଟେସନରେ ତାଜ ଏକ୍ସପ୍ରେସରେ ଲାଗିଛି ଭୟାବହ ନିଆଁ । କୁହାଯାଉଛି ଯେ ଯେତେବେଳେ ୨୨୮୦ ତାଜ…

2 mins ago

ନିଖୋଜ ଥିଲେ ଏବେ ଜଙ୍ଗଲରୁ ମୃତ ଦେହ ଉଦ୍ଧାର, ହତ୍ୟା କରାଯାଇଥିବା ସନ୍ଦେହ

ଆଠଗଡ(କେନ୍ୟୁଜ୍‌) : ଆଠଗଡ଼ ଥାନା ଅନ୍ତର୍ଗତ ଗୋପୀବଲ୍ଲଭ ପୁର ସିଜୁ ମୁଣ୍ଡିଆ ନିକଟରେ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର…

11 mins ago

ମୁମ୍ବାଇ: ଛକ୍କା ମାରି ହଠାତ୍‌ ତଳେ ପଡ଼ିଗଲେ ଯୁବକ, ହୃଦ୍‌ଘାତରେ ହେଲା ମୃତ୍ୟୁ

କ୍ରିକେଟ୍‌ ଖେଳିବା ସମୟରେ ହଠାତ୍‌ ଆସିଲା ହୃଦ୍‌ଘାତ । ଫଳରେ ସେଇଠି ହିଁ ଟଳିପଡ଼ିଲେ ଯୁବକ । ଘଟଣା ଘଟିଛି…

31 mins ago

କେବେ ଆରମ୍ଭ ହୋଇଥିଲା World Bicycle Day? ଜାଣନ୍ତୁ କ’ଣ ଥିଲା ଏହାର ଉଦ୍ଦେଶ୍ୟ

ସାଇକେଲ ଚଳାଇବା ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ ହୋଇଥାଏ । ସେଥିପାଇଁ ପ୍ରତିବର୍ଷ ବିଶ୍ୱ ସାଇକେଲ ଦିବସ ଆଜି ଅର୍ଥାତ୍…

31 mins ago

ଟି୨୦ ବିଶ୍ୱକପ : ଅଧିନାୟକ ରୋହିତ ଶର୍ମାଙ୍କ ଫଟୋକୁ ନେଇ କରାଯାଇଛି କଦର୍ଥ, ଫ୍ୟାନ୍‌ ଦେଲେ ମୁହଁତୋଡ ଜବାବ

ଆଇସିସି ଟି୨୦ ବିଶ୍ୱକପ ମହାକୁମ୍ଭ ଆରମ୍ଭ ହୋଇଛି । ଲଗାତାର ଦ୍ୱିତୀୟ ଥର ପାଇଁ ରୋହିତ ଶର୍ମା ଭାରତୀୟ ଟିମର…

54 mins ago

ହସପିଟାଲ ବେଡରୁ ଦୁବାଇ ପାର୍ଟିରେ ପହଞ୍ଚିଲେ ରାକ୍ଷୀ ! ଫ୍ୟାନ୍ସ କଲେ ଟ୍ରୋଲ

ରାକ୍ଷୀ ସାୱନ୍ତ ଗତ କିଛି ଦିନ ହେବ ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବାକୁ ନେଇ ଚର୍ଚ୍ଚାରେ ଅଛନ୍ତି । କିଛି…

1 hour ago