Categories: ମନୋରଂଜନ

ଫେରାଇ ପାରିଲେନି ମଡେଲଙ୍କ ଟଙ୍କା, ଅଭିନେତ୍ରୀ କୋଏନା ମିତ୍ରାଙ୍କୁ କୋର୍ଟ ଦେଲେ ୬ ମାସର ଜେଲ ଦଣ୍ଡାଦେଶ

ବଲିଉଡ ଅଭିନେତ୍ରୀ କୋଏନା ମିତ୍ରା, ଯିଏ କି କିଛିଦିନ ତଳେ ‘ଓ ସାକି ସାକି ରେ’ ରିମେକ ଗୀତକୁ ନେଇ ଚର୍ଚ୍ଚାକୁ ଆସିଥିଲେ, ଏବେ ପୁଣିଥରେ ଅନ୍ୟ ଏକ କାରଣକୁ ନେଇ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। କେଏନାଙ୍କୁ ଚେକ୍ ବାଉନ୍ସିଂ ମାମଲାରେ ମୁମ୍ବାଇ ଅନ୍ଧେରୀ ମହାନଗର ମାଜିଷ୍ଟେଟ୍ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହାସହିତ ତାଙ୍କୁ ୬ ମାସର ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି।

ପୁନମ ସେଠୀ ନାମ୍ନୀ ମଡେଲ କୋଏନାଙ୍କ ଉପରେ ୨୨ ଲକ୍ଷ ଟଙ୍କା ଫେରସ୍ତ ନ କରିବାର ଅଭିଯୋଗ ଲଗାଇଥିଲେ। ୨୦୧୩ରେ ଏକ ଚେକ୍ ବାଉନ୍ସ ହେବା କାରଣରୁ ପୁନମ କୋଏନାଙ୍କ ଉପରେ ମାମଲା ଦାଏର କରିଥିଲେ। ତେବେ ଏହି ଅଭିଯୋଗକୁ କୋଏନା ଖଣ୍ଡନ କରିବା ସହ ତାଙ୍କ ସହ କୋର୍ଟରେ ମାମଲା ଲଢ଼ିବାକୁ ନିଷ୍ପତ୍ତି ନେଇଥିଲେ।

ଏହାସହ ପଢ଼ନ୍ତୁ: ମା’ ଓ ସ୍ବାମୀଙ୍କ ସହ ସିଗାରେଟ୍ ଟାଣିବା ଫଟୋରେ ପ୍ରିୟଙ୍କା ହେଲେ ଟ୍ରୋଲ, ୟୁଜର କହିଲେ, ‘ତୁମେ ଶ୍ବାସରୋଗୀ ଥିଲ ନା ?’

କୋଏନାଙ୍କ କହିବାନୁଯାୟୀ, ପୁନମଙ୍କର ଏତେ ବି ଅବସ୍ଥା ନାହିଁ କି, ସେ କାହାକୁ ୨୨ ଲକ୍ଷ ଟଙ୍କା ଉଧାର ଦେଇପାରିବେ। ସେପଟେ ପୁନମଙ୍କ କହିବା କଥା ହେଲା, ୨୨ ଲକ୍ଷ ଟଙ୍କା କରଜ ଶୁଝିବା ପାଇଁ କୋଏନା ତାଙ୍କୁ ୩ ଲକ୍ଷ ଟଙ୍କାର ଏକ ଚେକ୍ ଦେଇଥିଲେ, ଯାହାକି ପରେ ବ୍ୟାଙ୍କରେ ପଇସା ନ ଥିବା କାରଣରୁ ବାଉନ୍ସ ହୋଇଗଲା।

ଏହି କାରଣରୁ ପୁନମ ପୁଣି କୋଏନାଙ୍କୁ ୨୦୧୩ ଜୁଲାଇ ୧୯ରେ ଏକ ଲିଗାଲ୍ ନୋଟିସ୍ ପଠାଇଥିଲେ। କିନ୍ତୁ ଏହାସତ୍ତ୍ବେ କୋଏନା ସେହି ରାଶି ଶୁଝି ପାରି ନ ଥିଲେ। ଫଳରେ ଅକ୍ଟୋବର ୧୦ରେ ପୁନମ କୋଏନାଙ୍କ ବିରୋଧରେ କେସ ରୁଜୁ କରିଥିଲେ। ସେପଟେ କୋଏନା ମଧ୍ୟ ପୁନମଙ୍କ ଉପରେ ଚେକ୍ ଚୋରି କରିଥିବା ଅଭିଯୋଗ ଆଣିଥିଲେ। କିନ୍ତୁ ମାଜିଷ୍ଟ୍ରେଟ୍ ଜଜ୍ କୋଏନାଙ୍କ ଦ୍ବାରା ଲଗାଯାଇଥିବା ସମସ୍ତ ଅଭିଯୋଗକୁ ଭୁଲ୍ ତଥା ମିଥ୍ୟା ବୋଲି କହିଥିଲେ। ଏଥିସହ ତାଙ୍କୁ ୬ ମାସର କାରାଦଣ୍ଡାଦେଶ ଶୁଣାଇଥିଲେ।

ତେବେ କୋଏନା କହିଥିଲେ, ‘ଏହି ମାମଲା ସମ୍ପୂର୍ଣ୍ଣ ମିଥ୍ୟା ଏବଂ ମୋତେ ଏଥିରେ ଫସାଇ ଦିଆଯାଇଛି। ଅନ୍ତିମ ତର୍କ ସମୟରେ ମୋ ଓକିଲ କୋର୍ଟରେ ଉପସ୍ଥିତ ନ ଥିବାରୁ ମୋ ପକ୍ଷ ଶୁଣାଇ ଯାଇପାରିଲାନି, ଯାହାକୁ ନ ଶୁଣି କୋର୍ଟ ନିଜର ଆଦେଶ ଶୁଣାଇଛନ୍ତି। ମୁଁ ହାଇ କୋର୍ଟରେ ମାମଲାକୁ ଚ୍ୟାଲେଞ୍ଜ ଦେବି ଏବଂ ମୋ ଓକିଲ ଅପିଲ କରିବା ପ୍ରକ୍ରିୟାରେ ଅଛନ୍ତି।’

Roshni

Recent Posts

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କ ଆର୍ଥିକ ସଙ୍କଟ ଦୂର ହେବ, ପରିବାର ସହିତ ଖୁସିର ସମୟ କାଟିବେ

ମେଷ: ଆଜି ନିଜ ଉପରେ ଆତ୍ମବିଶ୍ୱାସ ରଖିବେ । ଜୀବନସାଥୀଙ୍କୁ ମନର କଥା କହି ପାରନ୍ତି । କୌଣସି କାମ…

41 mins ago

ଜୁନ ୨୨ରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣମୀ, ଲାଗୁ ହେବ ଟ୍ରାଫିକ କଟକଣା

ପୁରୀ : ଜୁନ ୨୨ରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣମୀ । ୧୦୮ ଗଡୁ ସୁବାସିତ ଜଳରେ ଦିବ୍ୟସ୍ନାନ କରିବେ ମହାପ୍ରୠୁ…

2 hours ago

ବାଲେଶ୍ବର ସହରରେ ୧୯ ତାରିଖ ମଧ୍ୟରାତ୍ରି ଯାଏ କର୍ଫ୍ୟୁ, ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ

ବାଲେଶ୍ବର : ବାଲେଶ୍ବର ସହରରେ କର୍ଫ୍ୟୁ ପରେ ୪୮ ଘଣ୍ଟା ପାଇଁ ସୋସିଆଲ ମିଡିଆ ବନ୍ଦ । ଗୋଷ୍ଠୀ ସଂଘର୍ଷ…

2 hours ago

ବରଗଡ଼ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଓଡ଼ିଶାର ଚାଷୀଙ୍କୁ ପିଏମ୍ କିଷାନ ସମ୍ମାନ ନିଧି କିସ୍ତି ପ୍ରଦାନ କଲେ

ବରଗଡ଼ : ସେପଟେ ଓଡ଼ିଶାର ଚାଷୀଙ୍କୁ ପିଏମ୍ କିଷାନ ସମ୍ମାନ ନିଧି କିସ୍ତି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ…

3 hours ago

ଅଟୋ ଓଲଟି ଡ୍ରାଇଭର ସମେତ ୫ ଆହାତ, ମେଡିକାଲରେ ଭର୍ତ୍ତି

ଆସ୍କା : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଜାନିବିଲି ଗ୍ରାମ ନିକଟରେ ଯାତ୍ରୀବାହି ଅଟୋ ଓଲଟି ଡ୍ରାଇଭର ସମେତ ୫…

4 hours ago

ଦିଲ୍ଲୀରୁ ୪ ଲକ୍ଷ ଟଙ୍କା ଓ ୭୦ ଲକ୍ଷର ହୀରା ସୁନା ଗହଣା ଚୋରି କରିଥିଲେ ସୋରରୁ ତିନି ଜଣଙ୍କୁ ବାନ୍ଧିଲା ପୋଲିସ

ସୋର(କେନ୍ୟୁଜ୍‌): ଦିଲ୍ଲୀରେ ଚଳାଇଥିଲେ ଲୁଟ୍‌ର ଆତଙ୍କ । କୋଟି କୋଟି ଟଙ୍କା ଲୁଟି ଦିଲ୍ଲୀରୁ ଛୁ ମାରିଥିଲେ । ସେ…

4 hours ago