ଆମାଜନ୍ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ କାର୍ଯ୍ୟରତ କର୍ମଚାରୀ, କହିଲେ ଟଏଲେଟ୍ ଯିବାକୁ ମଧ୍ୟ ମିଳୁନି ଅନୁମତି

ଆମାଜନ୍ କମ୍ପାନୀ ବର୍ତ୍ତମାନ ଦୁନିଆରେ ରାଜ୍ କରୁଛି ସତ ହେଲେ ଏହି କମ୍ପାନୀରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଅବସ୍ଥା ଦିନକୁ ଦିନ ଖରାପ ହେଉଥିବା ନେଇ ଅଭିଯୋଗ ଆସିଛି। ଆମାଜନ୍ ରେ କାର୍ଯ୍ୟରତ କର୍ମଚାରୀମାନେ ନିଜର ସିଫ୍ଟ କରୁଥିବା ସମୟରେ ଟଏଲେଟ୍ ମଧ୍ୟ ଯିବାକୁ ଅନୁମତି ପାଉନାହାନ୍ତି । ଯାହାଫଳରେ ସେମାନଙ୍କୁ ପ୍ଳାଷ୍ଟିକ୍ ବୋତଲ ବ୍ୟବହାର କରି ସେଥିରେ ପରିଶ୍ରା କରିବାକୁପଡୁଛି। ଆମାଜନ୍ କର୍ମଚାରୀମାନଙ୍କ ସ୍ଥିତି ସୁଧାରିବା ପାଇଁ ଏବେ ପୁରା ବ୍ରିଟେନ୍ ରେ ପ୍ରଦର୍ଶନ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଦିନ ମିଲ୍ଟନ କିନ୍ସ୍,ରୁଜଭେଲ୍ଟ,ସ୍ବାନସୀ,ପିଟରବର୍ଗ,ୱାସିଂଟନ୍,କୋବୋଂଟ୍ରି ଏବଂ ଡୋନକାଷ୍ଟରରେ ଆମାଜନ୍ କମ୍ପାନୀର ବିଶାଗ ଗୋଦାମ ବାହାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଜେନେରାଲ ଟ୍ରେଡ୍ ୟୁନିୟନ୍ ପକ୍ଷରୁ ଏହି ପ୍ରଦର୍ଶନକୁ ସାରା ବ୍ରିଟେନରେ ଥିବା ଆମାଜନ୍ ଗୋଦାମ ବାହାରେ କରାଯାଉଛି। ପ୍ରଦର୍ଶନକାରୀମାନଙ୍କ ଦାବି ହେଉଛି କି, ଆମାଜନ୍ କର୍ମଚାରୀ ମାନଙ୍କ ସ୍ଥିତି ସୁଧାରିବା ସହିତ ଦେଶର ଥିବା ଟ୍ୟାକ୍ସକୁ ଠିକ୍ ଭାବେ ପ୍ରଦାନ କରୁ । ପ୍ରଦର୍ଶନକାରୀ ମାନେ ଆମାଜନ୍ ସଂସ୍ଥାପକ ଏବଂ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଜ୍ୟାକ୍ ବେଜୋସ୍ ଙ୍କୁ କହିଛନ୍ତି କି ସେମାନେ ରୋବର୍ଟ ନୁହନ୍ତି ।

ଜେନେରାଲ ଟ୍ରେଡ୍ ୟୁନିୟନର ଅଧିକାରୀଙ୍କ ମୁତାବକ ସେମାନେ ଚାରି ବର୍ଷରେ ଆମାଜନ୍ ଗୋଦାମରେ କାମ କରୁଥିବା ୬୦୦ରୁ ଅଧିକ କର୍ମଚାରୀଙ୍କ ସହିତ କଥା ହୋଇଛନ୍ତି । ସେ କର୍ମଚାରୀ ମାନଙ୍କର ସ୍ବାସ୍ଥ୍ୟ ସହିତ ଜଡିତ ସବୁ ଖବର ନେବା ପରେ ଏହି ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ କରିଛନ୍ତି।

ଏହାସହ ପଢନ୍ତୁ: ସୋସିଆଲ ଇଞ୍ଜିନିୟରିଂ ହ୍ୟାକିଙ୍ଗକୁ ନେଇ ସତର୍କ ଜାରି କଲା ଗୃହ ମନ୍ତ୍ରଣାଳୟ, ସରକାରୀ ଅଧିକାରୀଙ୍କୁ ଦେଲା ଏହି ନିର୍ଦ୍ଦେଶ

ରିପୋର୍ଟରେ କୁହାଯାଛି, ଆମାଜନ୍ ଗୋଦାମରେ କାମ କରୁଥିବା କର୍ମଚାରୀଙ୍କୁ ଟଏଲେଟ୍ ଯିବାପାଇଁ ମଧ୍ୟ ଅନୁମତି ଦିଆଯାଇନଥାଏ । ବୋତଲରେ ପରିଶ୍ରା କରିବା ପାଇଁ ବାଧ୍ୟ କରାଯାଇଥାଏ । ଗର୍ଭବତୀ ମହିଳା ମାନଙ୍କୁ ଘଣ୍ଟା ଘଣ୍ଟା ଧରି ଛିଡା ହେବାକୁ କୁହାଯାଇଥାଏ ଏବଂ କିଛି ଗର୍ଭବତୀ ମହିଳାଙ୍କୁ ଚାକିରିରୁ ବାହାର ମଧ୍ୟ କରିଦିଆଯାଇଥାଏ । ପ୍ରଦର୍ଶନକାରୀଙ୍କ କହିବା ଅନୁଯାୟୀ ଯେତେବେଳ ପର୍ଯ୍ୟନ୍ତ ଏଭଳି ସ୍ଥିତିରେ ସୁଧାର ନ ଆସିଛି ସେତେବେଳ ପର୍ଯ୍ୟନ୍ତ ଏପରି ପ୍ରଦର୍ଶନ ଜାରି ରହିବ।

Sonalisa

Recent Posts

କେତେ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିବା ଉଚିତ Windows ଏବଂ Split AC ? ଜାଣନ୍ତୁ ଏହାର ୱାରେଣ୍ଟି ଡେଟ୍‌

Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…

25 mins ago

ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ, ଆଜି ଓ ଆସନ୍ତାକାଲି ଶପଥ ନେବେ

ଭୁବନେଶ୍ୱର : ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ । ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାୟକ…

26 mins ago

ବିହାର: ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ିଲା ନବନିର୍ମିତ ବ୍ରିଜ୍‌, ୧୨ କୋଟି ଟଙ୍କା ବ୍ୟୟରେ ହୋଇଥିଲା ତିଆରି

ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ି ପଡ଼ିଲା ବ୍ରିଜ୍‌ । ବିହାରର ଅରାରିଆର ସିକଟିରେ ବକରା ନଦୀରେ ନିର୍ମିତ ବ୍ରିଜ୍‌ ମଙ୍ଗଳବାର ଭୁଶୁଡ଼ି…

31 mins ago

ନଦୀରେ ଗାଧୋଇବା ସମୟରେ ବୁଡି ତିନି ନାବାଳକ ମୃତ, ନାବାଳକ ସମସ୍ତେ ଗୋଟିଏ ପରିବାରର

କାକଟପୁର : ଦେବୀ ନଦୀରେ ଗାଧୋଇବା ସମୟରେ ନଦୀରେ ବୁଡି ତିନିଜଣ ନାବାଳକଙ୍କ ମୃତ୍ୟୁ। ମୃତକ ନାବାଳକ ସମସ୍ତେ ଗୋଟିଏ…

36 mins ago

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଉତ୍ସବମୁଖର ଶ୍ରୀକ୍ଷେତ୍ର

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା' ଲକ୍ଷ୍ମୀ । ଆଉ କିଛି ସମୟ ପରେ…

39 mins ago

ସାଇକେଲ ବ୍ୟବହାର କରିବା ପାଇଁ ସମସ୍ତଙ୍କୁ ଅପିଲ୍‌ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଆଜି ଶପଥ ନେଇଛନ୍ତି ରାଜ୍ୟର ସମସ୍ତ ନବନିର୍ବାଚିତ ବିଧାୟକ । ଆଜି ବିଧାନସଭାର ୩ ଦିନିଆ ସ୍ୱତନ୍ତ୍ର ଅଧିବେଶନରେ…

51 mins ago