Below header

ଆମାଜନ୍ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ କାର୍ଯ୍ୟରତ କର୍ମଚାରୀ, କହିଲେ ଟଏଲେଟ୍ ଯିବାକୁ ମଧ୍ୟ ମିଳୁନି ଅନୁମତି

ଆମାଜନ୍ କମ୍ପାନୀ ବର୍ତ୍ତମାନ ଦୁନିଆରେ ରାଜ୍ କରୁଛି ସତ ହେଲେ ଏହି କମ୍ପାନୀରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଅବସ୍ଥା ଦିନକୁ ଦିନ ଖରାପ ହେଉଥିବା ନେଇ ଅଭିଯୋଗ ଆସିଛି। ଆମାଜନ୍ ରେ କାର୍ଯ୍ୟରତ କର୍ମଚାରୀମାନେ ନିଜର ସିଫ୍ଟ କରୁଥିବା ସମୟରେ ଟଏଲେଟ୍ ମଧ୍ୟ ଯିବାକୁ ଅନୁମତି ପାଉନାହାନ୍ତି । ଯାହାଫଳରେ ସେମାନଙ୍କୁ ପ୍ଳାଷ୍ଟିକ୍ ବୋତଲ ବ୍ୟବହାର କରି ସେଥିରେ ପରିଶ୍ରା କରିବାକୁପଡୁଛି। ଆମାଜନ୍ କର୍ମଚାରୀମାନଙ୍କ ସ୍ଥିତି ସୁଧାରିବା ପାଇଁ ଏବେ ପୁରା ବ୍ରିଟେନ୍ ରେ ପ୍ରଦର୍ଶନ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଦିନ ମିଲ୍ଟନ କିନ୍ସ୍,ରୁଜଭେଲ୍ଟ,ସ୍ବାନସୀ,ପିଟରବର୍ଗ,ୱାସିଂଟନ୍,କୋବୋଂଟ୍ରି ଏବଂ ଡୋନକାଷ୍ଟରରେ ଆମାଜନ୍ କମ୍ପାନୀର ବିଶାଗ ଗୋଦାମ ବାହାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

AMAZONଜେନେରାଲ ଟ୍ରେଡ୍ ୟୁନିୟନ୍ ପକ୍ଷରୁ ଏହି ପ୍ରଦର୍ଶନକୁ ସାରା ବ୍ରିଟେନରେ ଥିବା ଆମାଜନ୍ ଗୋଦାମ ବାହାରେ କରାଯାଉଛି। ପ୍ରଦର୍ଶନକାରୀମାନଙ୍କ ଦାବି ହେଉଛି କି, ଆମାଜନ୍ କର୍ମଚାରୀ ମାନଙ୍କ ସ୍ଥିତି ସୁଧାରିବା ସହିତ ଦେଶର ଥିବା ଟ୍ୟାକ୍ସକୁ ଠିକ୍ ଭାବେ ପ୍ରଦାନ କରୁ । ପ୍ରଦର୍ଶନକାରୀ ମାନେ ଆମାଜନ୍ ସଂସ୍ଥାପକ ଏବଂ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଜ୍ୟାକ୍ ବେଜୋସ୍ ଙ୍କୁ କହିଛନ୍ତି କି ସେମାନେ ରୋବର୍ଟ ନୁହନ୍ତି ।

amazon2ଜେନେରାଲ ଟ୍ରେଡ୍ ୟୁନିୟନର ଅଧିକାରୀଙ୍କ ମୁତାବକ ସେମାନେ ଚାରି ବର୍ଷରେ ଆମାଜନ୍ ଗୋଦାମରେ କାମ କରୁଥିବା ୬୦୦ରୁ ଅଧିକ କର୍ମଚାରୀଙ୍କ ସହିତ କଥା ହୋଇଛନ୍ତି । ସେ କର୍ମଚାରୀ ମାନଙ୍କର ସ୍ବାସ୍ଥ୍ୟ ସହିତ ଜଡିତ ସବୁ ଖବର ନେବା ପରେ ଏହି ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ କରିଛନ୍ତି।

Amazon-protests

ଏହାସହ ପଢନ୍ତୁ: ସୋସିଆଲ ଇଞ୍ଜିନିୟରିଂ ହ୍ୟାକିଙ୍ଗକୁ ନେଇ ସତର୍କ ଜାରି କଲା ଗୃହ ମନ୍ତ୍ରଣାଳୟ, ସରକାରୀ ଅଧିକାରୀଙ୍କୁ ଦେଲା ଏହି ନିର୍ଦ୍ଦେଶ

ରିପୋର୍ଟରେ କୁହାଯାଛି, ଆମାଜନ୍ ଗୋଦାମରେ କାମ କରୁଥିବା କର୍ମଚାରୀଙ୍କୁ ଟଏଲେଟ୍ ଯିବାପାଇଁ ମଧ୍ୟ ଅନୁମତି ଦିଆଯାଇନଥାଏ । ବୋତଲରେ ପରିଶ୍ରା କରିବା ପାଇଁ ବାଧ୍ୟ କରାଯାଇଥାଏ । ଗର୍ଭବତୀ ମହିଳା ମାନଙ୍କୁ ଘଣ୍ଟା ଘଣ୍ଟା ଧରି ଛିଡା ହେବାକୁ କୁହାଯାଇଥାଏ ଏବଂ କିଛି ଗର୍ଭବତୀ ମହିଳାଙ୍କୁ ଚାକିରିରୁ ବାହାର ମଧ୍ୟ କରିଦିଆଯାଇଥାଏ । ପ୍ରଦର୍ଶନକାରୀଙ୍କ କହିବା ଅନୁଯାୟୀ ଯେତେବେଳ ପର୍ଯ୍ୟନ୍ତ ଏଭଳି ସ୍ଥିତିରେ ସୁଧାର ନ ଆସିଛି ସେତେବେଳ ପର୍ଯ୍ୟନ୍ତ ଏପରି ପ୍ରଦର୍ଶନ ଜାରି ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.