Below header

ଆଜି କେତେ ରହିଛି ତେଲ ଦର ଜାଣନ୍ତୁ, ଗୋଟିଏ ଏସଏମଏସ କରି ଆପଣ ନିଜେ ମଧ୍ୟ ପାଇପାରିବେ ଅପଡେଟ୍

ତେଲ ଦରରେ ଲଗାତର ଭାବରେ ପେଟ୍ରୋଲ ଏବଂ ଡିଜେଲ ଦରରେ ପରିବର୍ତ୍ତନ ହୋଇନାହିଁ। ତେଲ ଦର ବୃଦ୍ଧିରେ ଏବେ ସ୍ଥିର ରହିଛି। ସେହିଭଳି ୧୦ ଦିନ ହେବ ଡିଜେଲ ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ। ଆଇଓସି ୱେବସାଇଟରେ ଜାରୀ କରାଯାଇଥିବା ଦର ମୁତାବକ ଦିଲ୍ଲୀରେ ପେଟ୍ରୋଲ ୭୩.୩୫ ଟଙ୍କା ଏବଂ ଡିଜେଲ ୬୬.୨୪ ଟଙ୍କା ପ୍ରତି ଲିଟରରେ ମିଳୁଛି। ସେହିଭଳି ଆର୍ଥିକ ରାଜଧାନୀ ମୁମ୍ବାଇରେ ବର୍ଦ୍ଧିତ ଦାମ ପରେ ଆଜି ପେଟ୍ରୋଲ ୭୮.୯୬ ଟଙ୍କା ପ୍ରତି ଲିଟର ବିକ୍ରି କରାଯାଉଛି ସେହିଭଳି ଡିଜେଲରେ ୬୯.୪୩ ଟଙ୍କା ପ୍ରତି ଲିଟର ମିଳୁଛି। କୋଲକାତାରେ ଆଜି ପେଟ୍ରୋଲ ୭୫.୭୭ ଟଙ୍କା ଏବଂ ଡିଜେଲ ୬୮.୩୧ ଟଙ୍କା ପ୍ରତି ଲିଟର ମିଳୁଛି। ସେହିଭଳି ଚେନ୍ନାଇରେ ଆଜି ପେଟ୍ରୋଲ ୭୬.୧୮ ଟଙ୍କା ଏବଂ ଡିଜେଲ ୬୯.୯୬ ଟଙ୍କା ପ୍ରତି ଲିଟର ମିଳୁଛି।

ଏକ୍ସପର୍ଟଙ୍କ କହିବାନୁଯାୟୀ ତେଲର ବୈଶିକ ଦାବି ୨୦୧୯ ମସିହାରେ କମ୍ ରହିବା ସମ୍ବାବନା କରାଯାଉଛି। ଯେଉଁଥିରେ ଦାମ ଉପରେ ଚାପ ରହିବ କିନ୍ତୁ ଇରାନ-ଆମେରିକା ମଧ୍ୟରେ ସମସ୍ୟା ବଢ଼ିବା ଦ୍ବାରା ତେଲ ଦରରେ ବୃଦ୍ଧି ଦେଖିବାକୁ ମିଳିପାରେ।

ଏହା ସହ ପଢ଼ନ୍ତୁ : ଖୁସି ଖବର ! ଆଜି ଏତିକି ଟଙ୍କା ରହିଛି ସୁନା ଦର, ଶୀଘ୍ର ଜାଣନ୍ତୁ ନୂଆ ଦାମ୍‌

ଏସଏମଏସ ମାଧ୍ୟମରେ ଉପଭୋକ୍ତା କୌଣସି ଖାସ୍ ପଞ୍ଜୀକୃତ ନମ୍ବରକୁ ଏସଏମଏସ ପଠାଇ ଅପଡେଟର ଯାଞ୍ଚ କରିପାରିବେ। ଏହାସହିତ ବର୍ତ୍ତମାନ ମୂଲ୍ୟ ବିଷୟରେ ମଧ୍ୟ ସୂଚନା ଦିଆଯିବ। ଅବଶ୍ୟ ଏସଏମଏସ ପଠାଇବା ପୂର୍ବରୁ ଆପଣଙ୍କୁ କୌଣସି ବି ପେଟ୍ରୋଲ ପମ୍ପ ଠାରୁ ଡିଲର କୋଡ୍ ନେବାକୁ ପଡିବ ଯାହାଦ୍ବାରା ମେସେଜ୍ ପଠାଇବା ପୂର୍ବରୁ ଜରୁରୀ ଅଟେ। ଇଣ୍ଡିଆନ୍ ଅଏଲ ଆରଏସପି <ଡିଲର କୋଡ> ୯୨୨୪୯୯୨୨୪୯କୁ ପଠାଇପାରିବେ। ବିପିସିଏଲ ଗ୍ରାହକଙ୍କୁ ଆରଏସପି <ଡିଲର କୋଡ> ୯୨୨୩୧୧୨୨୨୨କୁ ପଠାଇବାକୁ ହେବ। ଏଚପିସିଏଲ ଗ୍ରାହକଙ୍କୁ HPPRICE <ଡିଲର କୋଡ> ୯୨୨୨୨୦୧୧୨୨କୁ ପଠାଇବାକୁ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.