Categories: ମନୋରଂଜନ

ବଲିଉଡରେ ‘ଫ୍ଲପ’ ହେବା ପରେ ଅଭିନେତ୍ରୀ କଲେ କିଛି ଏମିତି, ଯାହା ପାଇଁ ଗୁଗଲ ଦେଲା କୋଟିଏ ର ଅଫର

ଆପଣଙ୍କୁ ୯୦ ଦଶକର ଫିଲ୍ମ ‘ପାପା କେହତେ ହେ’ର ଅଭିନେତ୍ରୀଙ୍କ କଥା ମନେ ଅଛି। ଏହି ଫିଲ୍ମର ଗୀତକୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ। ଏହି ଗୀତକୁ ନେଇ ୨୦୧୮ରେ ବହୁତ ମେମ୍ସ ମଧ୍ୟ ତିଆରି ହୋଇଛି। ଗୀତର ଅଭିନେତ୍ରୀ ମୟୁରୀ କଙ୍ଗୋ ବର୍ଷ ପୂର୍ବରୁ ବଲିଉଡକୁ ଅଲବିଦା କହିଦେଇଥିଲେ। କିନ୍ତୁ ଏବେ ସେହି ଅଭିନେତ୍ରୀ ପୁଣି ଚର୍ଚ୍ଚାରେ ଅଛନ୍ତି। ଆପଣ ନିଶ୍ଚୟ ଭାବୁଥିବେ ଫିଲ୍ମ ପାଇଁ କିନ୍ତୁ ତାହା ନୁହେଁ ବରଂ ସେ ଗୁଗଲ ସହିତ ନୂଆ କରି କାମ କରିବାକୁ ଯାଉଥିବା ପାଇଁ।

ମୟୁରୀ କଙ୍ଗୋ ନିକଟରେ ଗୁଗଲ ଇଣ୍ଡିଆ ଜଏନ କରିଛନ୍ତି, ତାହା ପୁଣି ଇଣ୍ଡଷ୍ଟ୍ରୀର ହେଡ୍ ହୋଇ। ସେ ଏହା ପୂର୍ବରୁ ଡିଜିଟାଲ ମାର୍କେଟିଂ ଏଜେନ୍ସି ରେ ମ୍ୟାନେଜିଂ ଡାଇରେକ୍ଟର ଭାବେ କାମ କରୁଥିଲେ। ପଢ଼ିବା ପାଇଁ ସେ ଆଇଆଇଟି କାନପୁର ପାଇଁ ସିଲେକ୍ଟ ହୋଇଥିଲେ କିନ୍ତୁ ଫିଲ୍ମ ପାଇଁ ସେ ଆଡମିସନ କଲେ ନାହିଁ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ମୟୁରୀ କଙ୍ଗୋ ୧୯୯୫ ମସିହାରେ ଫିଲ୍ମ ‘ନସିମ’ରୁ ବଲିଉଡରେ ଡେବ୍ୟୁ କରିଥିଲେ। ଏହାପରେ ସେ ‘ପାପା କେହକେ ହେ’ ଏବଂ ‘ହୋଗୀ ପ୍ୟାର କି ଜୀତ’ ଫିଲ୍ମରେ କାମ କରିଥିଲେ। ଏହା ପରେ ସେ ବହୁତ ଟିଭି ସିରିୟଲରେ ଅଭିନୟ ମଧ୍ୟ କରିଛନ୍ତି। ସେ ଅଭିନୟ ଦୁନିଆରୁ ସଫଳତା ନପାଇବାରୁ ବିବାହ ବନ୍ଧନରେ ବାନ୍ଧିହୋଇଗଲେ।

ସେ ୨୦୦୩ ମସିହାରେ ଏନଆରଆଇ ଆଦିତ୍ୟ ଡିଲ୍ଲନଙ୍କୁ ବିବାହ କରି ଆମେରିକା ସିଫ୍ଟ ହୋଇଗଲେ। ସେଠାରେ ହିଁ ସେ ମାର୍କେଟିଂ ଏବଂ ଫାଇନାନ୍ସରେ ଏମବିଏମ କରିଥିଲେ।

Pritiparna

Recent Posts

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

3 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

36 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

38 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

2 hours ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

2 hours ago