ବଲିଉଡରେ ‘ଫ୍ଲପ’ ହେବା ପରେ ଅଭିନେତ୍ରୀ କଲେ କିଛି ଏମିତି, ଯାହା ପାଇଁ ଗୁଗଲ ଦେଲା କୋଟିଏ ର ଅଫର

ଆପଣଙ୍କୁ ୯୦ ଦଶକର ଫିଲ୍ମ ‘ପାପା କେହତେ ହେ’ର ଅଭିନେତ୍ରୀଙ୍କ କଥା ମନେ ଅଛି। ଏହି ଫିଲ୍ମର ଗୀତକୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ। ଏହି ଗୀତକୁ ନେଇ ୨୦୧୮ରେ ବହୁତ ମେମ୍ସ ମଧ୍ୟ ତିଆରି ହୋଇଛି। ଗୀତର ଅଭିନେତ୍ରୀ ମୟୁରୀ କଙ୍ଗୋ ବର୍ଷ ପୂର୍ବରୁ ବଲିଉଡକୁ ଅଲବିଦା କହିଦେଇଥିଲେ। କିନ୍ତୁ ଏବେ ସେହି ଅଭିନେତ୍ରୀ ପୁଣି ଚର୍ଚ୍ଚାରେ ଅଛନ୍ତି। ଆପଣ ନିଶ୍ଚୟ ଭାବୁଥିବେ ଫିଲ୍ମ ପାଇଁ କିନ୍ତୁ ତାହା ନୁହେଁ ବରଂ ସେ ଗୁଗଲ ସହିତ ନୂଆ କରି କାମ କରିବାକୁ ଯାଉଥିବା ପାଇଁ।

ମୟୁରୀ କଙ୍ଗୋ ନିକଟରେ ଗୁଗଲ ଇଣ୍ଡିଆ ଜଏନ କରିଛନ୍ତି, ତାହା ପୁଣି ଇଣ୍ଡଷ୍ଟ୍ରୀର ହେଡ୍ ହୋଇ। ସେ ଏହା ପୂର୍ବରୁ ଡିଜିଟାଲ ମାର୍କେଟିଂ ଏଜେନ୍ସି ରେ ମ୍ୟାନେଜିଂ ଡାଇରେକ୍ଟର ଭାବେ କାମ କରୁଥିଲେ। ପଢ଼ିବା ପାଇଁ ସେ ଆଇଆଇଟି କାନପୁର ପାଇଁ ସିଲେକ୍ଟ ହୋଇଥିଲେ କିନ୍ତୁ ଫିଲ୍ମ ପାଇଁ ସେ ଆଡମିସନ କଲେ ନାହିଁ।

Mayoori-Kango-Google-India-866x487ଆପଣଙ୍କୁ ଜଣାଇବାକୁ ଚାହିଁବୁ ମୟୁରୀ କଙ୍ଗୋ ୧୯୯୫ ମସିହାରେ ଫିଲ୍ମ ‘ନସିମ’ରୁ ବଲିଉଡରେ ଡେବ୍ୟୁ କରିଥିଲେ। ଏହାପରେ ସେ ‘ପାପା କେହକେ ହେ’ ଏବଂ ‘ହୋଗୀ ପ୍ୟାର କି ଜୀତ’ ଫିଲ୍ମରେ କାମ କରିଥିଲେ। ଏହା ପରେ ସେ ବହୁତ ଟିଭି ସିରିୟଲରେ ଅଭିନୟ ମଧ୍ୟ କରିଛନ୍ତି। ସେ ଅଭିନୟ ଦୁନିଆରୁ ସଫଳତା ନପାଇବାରୁ ବିବାହ ବନ୍ଧନରେ ବାନ୍ଧିହୋଇଗଲେ।

ସେ ୨୦୦୩ ମସିହାରେ ଏନଆରଆଇ ଆଦିତ୍ୟ ଡିଲ୍ଲନଙ୍କୁ ବିବାହ କରି ଆମେରିକା ସିଫ୍ଟ ହୋଇଗଲେ। ସେଠାରେ ହିଁ ସେ ମାର୍କେଟିଂ ଏବଂ ଫାଇନାନ୍ସରେ ଏମବିଏମ କରିଥିଲେ।

Leave A Reply

Your email address will not be published.