Below header

୩୬୦ ରୁ ୧୦୦ ଭାରତୀୟ କଏଦୀଙ୍କୁ ମୁକ୍ତ କଲା ପାକିସ୍ତାନ, ଅଟାରୀ ରାସ୍ତାରେ ଫେରିବେ ସ୍ୱଦେଶ

ଖୁବ ଦିନରୁ ଚର୍ଚ୍ଚା ହେଉଆସୁଥିବା ଖବର ଉପରୁ ଆଜି ପରଦା ଉଠିଛି । ପାକିସ୍ତାନରେ ବନ୍ଦୀଥିବା ୧୦୦ ଭାରତୀୟ କଏଦୀଙ୍କୁ ସୋମବାର ଦିନ ମୁକ୍ତ କରାଯାଇଛି । ଏହି ସମସ୍ତ କଏଦୀ ନିଜର ଦଣ୍ଡାଦେଶ ପୂରା କରିସାରିଛନ୍ତି । ଅମୃତସର ସ୍ଥିତ ଅଟାରୀ-ଓ୍ଵାଘା ସୀମା ରାସ୍ତାରେ ଭାରତୀୟ କଏଦୀଙ୍କୁ ସ୍ୱଦେଶକୁ ଅଣାଯିବ । ଆପଣଙ୍କୁ ଜଣାଇବାକୁ ଚାହିଁବୁ ନିକଟରେ ପାକିସ୍ତାନ ୩୬୦ଜଣ ଭାରତୀୟ କଏଦୀଙ୍କୁ ଛାଡିବ ବୋଲି ଘୋଷଣା କରିଥିଲା ।

କଏଦୀ ମାନଙ୍କ ମଧ୍ୟରେ ଅଧିକାଂଶ ମତ୍ସ୍ୟଜୀବି ଥିବା ଜଣାପଡିଛି । ଏମାନଙ୍କୁ ଅନ୍ତଃରାଷ୍ଟ୍ରୀୟ ସୀମା ରେଖା ଉଲଂଙ୍ଘନ କରିବା ଅଭିଯୋଗରେ ଗିରଫ କରାଯାଇଥିଲା । ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ମହମ୍ମଦ ଫେସଲ ରବିବାର ଦିନ ଗହିଥିଲେ କି, ସୋମବାର ଦିନ ଏହି ମତ୍ସ୍ୟଜୀବି ମାନଙ୍କୁ ଭାରତକୁ ପଠାଯିବ । ସେହିପରି ଦ୍ୱୀତିୟ ଭାଗରେ ଅର୍ଥାତ୍‌ ୧୫ ଏପ୍ରିଲରେ ଆଉ ୧୦୦ ମତ୍ସ୍ୟଜୀବିଙ୍କୁ ମୁକ୍ତ କରାଯିବ । ଏପ୍ରିଲ ୨୨ ରେ ଆଉ ୧୦୦ ଏବଂ ଏପ୍ରିଲ ୨୯ରେ ୬୦ ଜଣ କଏଦୀଙ୍କୁ ଭାରତକୁ ଅଣାଯିବ । ତେବେ ଏହି ଘୋଷଣା ପରିବର୍ତ୍ତେ ପାକିସ୍ତାନ ଭାରତ ନିକଟରୁ ସଦଭାବନା ଆଶା କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.