ମନୋରଂଜନ

ଇସ୍ରାଏଲ୍‌ରୁ ଫେରି ସୋସିଆଲ ମିଡିଆରେ ଭିଡିଓ ସେୟାର କଲେ ନୁସରତ ଭରୁଚା, ଜଣାଇଲେ ଧନ୍ୟବାଦ

ଗତ କିଛି ଦିନ ହେବା ବଲିଉଡ ଅଭିନେତ୍ରୀ ନୁସରତ ଭରୁଚା ଚର୍ଚ୍ଚାର ଅଛନ୍ତି । ବାସ୍ତବରେ ନୁସରତ ଇସ୍ରାଏଲ୍‌ ଓ ହାମାସ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଫସି ଯାଇଥିଲେ । ହେଲେ ଅକ୍ଟୋବର ୮ରେ ସେ ସୁରକ୍ଷିତ ଭାବେ ଭାରତକୁ ଫେରିଛନ୍ତି । ନୁସରତ ସେଠାରୁ ଫେରିବା ପରେ ତାଙ୍କୁ ଏୟାରପୋର୍ଟରେ ଏହି ବିଷୟରେ ପଚାରିବାରୁ ସେ ବହୁତ ଇମୋସନାଲ ହୋଇଯାଇଥିଲେ । ଏବେ ଭାରତ ଆସିବାର ଦୁଇ ଦିନ ପରେ ସେ ପ୍ରଥମଥର ପାଇଁ ସେ ପ୍ରତିକ୍ରିୟା ଦେବା ସହ ସେଠାରେ ତାଙ୍କ ସହ କଣ ହୋଇଥିଲା ସେହି ବିଷୟରେ କହିଛନ୍ତି ।

ନୁସରତ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି । ଭିଡିଓର ଆରମ୍ଭରେ ନୁସରତ ଫସିଥିବା ସମୟରେ ଯେଉଁମାନେ ତାଙ୍କ ପାଇଁ ଚିନ୍ତିତ ଥିଲେ, ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ସେ ଏହା ମଧ୍ୟ କହିଛନ୍ତି ଯେ, ସେଠାରେ ବୋମା ଓ ସାଇରନ୍‌ର ଶବ୍ଦ ଶୁଣି ସେ ବହୁତ ଚିନ୍ତିତ ହୋଇଯାଇଥିଲେ । ନୁସରତଙ୍କୁ ଜୀବନ ବଞ୍ଚେଇବା ପାଇଁ ଏକ ଘରର ବେସମେଣ୍ଟରେ ରହିବାକୁ ପଡିଥିଲା । ସେ ଏହା ମଧ୍ୟ କହିଛନ୍ତି, ଆମେ କେତେ ଭାଗ୍ୟବାନ ଯେ ଭାରତରେ ଆମେ ବହୁତ ସୁରକ୍ଷିତ ଓ ଶାନ୍ତିରେ ରହୁଛେ ।

ନୁସରତ ଏହା ମଧ୍ୟ କହିଛନ୍ତି, ଯେ ସେ ଭାରତକୁ ଫେରିବା ସହ ସୁରକ୍ଷିତ ଓ ଠିକ୍‌ ଅଛନ୍ତି । ହେଲେ ଦୁଇ ଦିନ ପୂର୍ବରୁ ସେ ଇସ୍ରାଏଲ୍‌ର ହୋଟେଲ ରୁମ୍‌ରେ ଥିଲେ ଓ ଯେତେବେଳେ ଶୋଇକି ଉଠିଲେ ଚାରିଆଡେ ବୋମା ଫୁଟିବାର ଶବ୍ଦ ଶୁଭୁଥିଲା । ଏହା ପରେ ହୋଟେଲର ସମସ୍ତ ଲୋକଙ୍କୁ ବେସ୍‌ମେଣ୍ଟକୁ ନିଆଯାଇଥିଲା । ହେଲେ ଆଜି ଯେତେବେଳେ ସେ ଘରେ ବସିଛନ୍ତି ଓ ସୁରକ୍ଷତ ଅଛନ୍ତି, ସେ ବୁଝିପାରୁଛନ୍ତି ଯେ ଏଇଟା କେତେ ବଡ କଥା ।

ଏହାପରେ ନୁସରତ ସୁରକ୍ଷିତ ଭାବେ ଭାରତ ଫେରିବା ଯୋଗୁ ଭାରତ ସରକାର, ଭାରତୀୟ ଓ ଇସ୍ରାଏଲର ଦୂତବାସଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ ଏହା ମଧ୍ୟ ଆଶା କରିଛନ୍ତି ଯେ ଇସ୍ରାଏଲ୍‌ରେ ବହୁତ ଶୀଘ୍ର ସବୁ ଠିକ୍‌ ହୋଇଯିବ ।

KNews Bureau

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଲୋକଙ୍କ ପାଇଁ କିପରି କଟିବ ଦିନ

ମେଷ: ପାରିବାରିକ ପ୍ରତିଷ୍ଠା ବଢ଼ିବ । ବ୍ୟବସାୟିକ ଯୋଜନା ଫଳପ୍ରଦ ହେବ। ସାମାଜିକ ପ୍ରତିଷ୍ଠା ବଢ଼ିବ । ଜୀବନରେ କିଛି…

6 hours ago

ହିଟ୍ ୱେଭ ଆକ୍ସନ ପ୍ଲାନ, ମେଡିକାଲ ପ୍ରସ୍ତୁତି ନେଇ ସ୍ବାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ବର(କେନ୍ୟୁଜ୍‌): ସାରା ରାଜ୍ୟରେ ହିଟ୍ ୱେଭ ଜାରି ରହିଛି। ଅନେକ ସ୍ଥାନରେ ଅଂଶୁଘାତଜନିତ ମୃତ୍ୟୁ ଅଭିଯୋଗ ଆସୁଛି। ଏହାକୁ ଦୃଷ୍ଟିରେ…

8 hours ago

ମାଷ୍ଟରକ୍ୟାଣ୍ଟିନ ଯାଇ ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର(କେନ୍ୟୁଜ୍‌): ବହି କିଣିଲେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ଯାଇ ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଡର୍ଣ୍ଣ…

9 hours ago

ପୋଲିସ ଉପରେ ଆକ୍ରମଣ ; ୩୮ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ମୟୂରଭଞ୍ଜ (କେନ୍ୟୁଜ୍‌): ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ବେଲପାଳ ଗାଁରେ ପୋଲିସ ଉପରେ ଆକ୍ରମଣ ଘଟଣାରେ ୩୮ ଜଣ ଗିରଫ…

9 hours ago

ବିସ୍ଫୋରଣ ଦେଇଗଲା ଦୁଃଖ, ପରିବାର ଚଳିବ କେମିତି ?

ଭାବ ଭକ୍ତିରେ ବନ୍ଧା ହେ ମହାବାହୁ …ତୁମ ଚନ୍ଦନ ଯାତ୍ରାରେ ଏଭଳି ଅଘଟଣ ଘଟିବ …ସେ ପୁଣି ତୁମେ ପ୍ରଭୁ…

9 hours ago

ଲୁହା ପାଇପ ଚୋରା ଚାଲାଣ ମାମଲାରେ ଟୁଙ୍ଗୁରୁ ଭୋଳ ସମେତ ୧୧ ଗିରଫ

ଭୁବନେଶ୍ୱର(କେନ୍ୟୁଜ୍‌): ପୁଣି ଚର୍ଚ୍ଚାକୁ ଆସିଲେ ଅଟୋ ଚାଳକ ଟୁଙ୍ଗୁରୁ ଭୋଳ । ପୂର୍ବରୁ ପରକୀୟା ପ୍ରୀତି ଅଭିଯୋଗରେ ଚର୍ଚ୍ଚାରେ ରହିଥିବା…

11 hours ago