ଇସ୍ରାଏଲ୍ରୁ ଫେରି ସୋସିଆଲ ମିଡିଆରେ ଭିଡିଓ ସେୟାର କଲେ ନୁସରତ ଭରୁଚା, ଜଣାଇଲେ ଧନ୍ୟବାଦ
ବଲିଉଡ ଅଭିନେତ୍ରୀ ନୁସରତ ଭରୁଚା ଅକ୍ଟୋବର ୮ରେ ଭାରତକୁ ସୁରକ୍ଷିତ ଫେରିଛନ୍ତି । ଏବେ ଭାରତ ଆସିବାର ଦୁଇ ଦିନ ପରେ ସେ ପ୍ରଥମଥର ପାଇଁ ସେ ପ୍ରତିକ୍ରିୟା ଦେବା ସହ ସେଠାରେ ତାଙ୍କ ସହ କଣ ହୋଇଥିଲା ସେହି ବିଷୟରେ କହିଛନ୍ତି ।
ଗତ କିଛି ଦିନ ହେବା ବଲିଉଡ ଅଭିନେତ୍ରୀ ନୁସରତ ଭରୁଚା ଚର୍ଚ୍ଚାର ଅଛନ୍ତି । ବାସ୍ତବରେ ନୁସରତ ଇସ୍ରାଏଲ୍ ଓ ହାମାସ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଫସି ଯାଇଥିଲେ । ହେଲେ ଅକ୍ଟୋବର ୮ରେ ସେ ସୁରକ୍ଷିତ ଭାବେ ଭାରତକୁ ଫେରିଛନ୍ତି । ନୁସରତ ସେଠାରୁ ଫେରିବା ପରେ ତାଙ୍କୁ ଏୟାରପୋର୍ଟରେ ଏହି ବିଷୟରେ ପଚାରିବାରୁ ସେ ବହୁତ ଇମୋସନାଲ ହୋଇଯାଇଥିଲେ । ଏବେ ଭାରତ ଆସିବାର ଦୁଇ ଦିନ ପରେ ସେ ପ୍ରଥମଥର ପାଇଁ ସେ ପ୍ରତିକ୍ରିୟା ଦେବା ସହ ସେଠାରେ ତାଙ୍କ ସହ କଣ ହୋଇଥିଲା ସେହି ବିଷୟରେ କହିଛନ୍ତି ।
ନୁସରତ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି । ଭିଡିଓର ଆରମ୍ଭରେ ନୁସରତ ଫସିଥିବା ସମୟରେ ଯେଉଁମାନେ ତାଙ୍କ ପାଇଁ ଚିନ୍ତିତ ଥିଲେ, ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ସେ ଏହା ମଧ୍ୟ କହିଛନ୍ତି ଯେ, ସେଠାରେ ବୋମା ଓ ସାଇରନ୍ର ଶବ୍ଦ ଶୁଣି ସେ ବହୁତ ଚିନ୍ତିତ ହୋଇଯାଇଥିଲେ । ନୁସରତଙ୍କୁ ଜୀବନ ବଞ୍ଚେଇବା ପାଇଁ ଏକ ଘରର ବେସମେଣ୍ଟରେ ରହିବାକୁ ପଡିଥିଲା । ସେ ଏହା ମଧ୍ୟ କହିଛନ୍ତି, ଆମେ କେତେ ଭାଗ୍ୟବାନ ଯେ ଭାରତରେ ଆମେ ବହୁତ ସୁରକ୍ଷିତ ଓ ଶାନ୍ତିରେ ରହୁଛେ ।
ନୁସରତ ଏହା ମଧ୍ୟ କହିଛନ୍ତି, ଯେ ସେ ଭାରତକୁ ଫେରିବା ସହ ସୁରକ୍ଷିତ ଓ ଠିକ୍ ଅଛନ୍ତି । ହେଲେ ଦୁଇ ଦିନ ପୂର୍ବରୁ ସେ ଇସ୍ରାଏଲ୍ର ହୋଟେଲ ରୁମ୍ରେ ଥିଲେ ଓ ଯେତେବେଳେ ଶୋଇକି ଉଠିଲେ ଚାରିଆଡେ ବୋମା ଫୁଟିବାର ଶବ୍ଦ ଶୁଭୁଥିଲା । ଏହା ପରେ ହୋଟେଲର ସମସ୍ତ ଲୋକଙ୍କୁ ବେସ୍ମେଣ୍ଟକୁ ନିଆଯାଇଥିଲା । ହେଲେ ଆଜି ଯେତେବେଳେ ସେ ଘରେ ବସିଛନ୍ତି ଓ ସୁରକ୍ଷତ ଅଛନ୍ତି, ସେ ବୁଝିପାରୁଛନ୍ତି ଯେ ଏଇଟା କେତେ ବଡ କଥା ।
ଏହାପରେ ନୁସରତ ସୁରକ୍ଷିତ ଭାବେ ଭାରତ ଫେରିବା ଯୋଗୁ ଭାରତ ସରକାର, ଭାରତୀୟ ଓ ଇସ୍ରାଏଲର ଦୂତବାସଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ ଏହା ମଧ୍ୟ ଆଶା କରିଛନ୍ତି ଯେ ଇସ୍ରାଏଲ୍ରେ ବହୁତ ଶୀଘ୍ର ସବୁ ଠିକ୍ ହୋଇଯିବ ।