ବଲିଉଡ୍ ଅଭିନେତ୍ରୀ ଉର୍ବଶୀ ରୋତେଲା ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ୍ ରହିଥାନ୍ତି। ଫ୍ୟାନ୍ଙ୍କ ମଧ୍ୟରେ ଚର୍ଚ୍ଚାରେ ରହିବା ପାଇଁ ଉର୍ବଶୀ ପ୍ରତିଦିନ କିଛି ନା କିଛି ନୂଆ ନୂଆ ପୋଷ୍ଟ କରିଥାନ୍ତି। ତେବେ ଏବେ ଉର୍ବଶୀ କିଛି ସେଭଳି କାରଣ ଯୋଗୁ ଚର୍ଚ୍ଚାରେ ଅଛନ୍ତି। ଏଥରକ ଉର୍ବଶୀ ନିଜ ମୋବାଇଲ ନମ୍ବର ସେୟାର କରିଛନ୍ତି। ସେ ଏକ ଟ୍ଵିଟ୍ ସହ ଏହି ନମ୍ବର ସେୟାର କରିଛନ୍ତି। ଉର୍ବଶୀଙ୍କର ଏହି ପୋଷ୍ଟ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛି।
ରିପୋର୍ଟ ମୁତାବକ, ଉର୍ବଶୀ ରୋତେଲା ନିଜ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଛନ୍ତି। ସେଥିରେ ସେ ହାତରେ ଏକ ବୋର୍ଡ ଧରିଥିବା ଦେଖିବାକୁ ମିଳିଛି। ବୋର୍ଡରେ ଲେଖାଯାଇଛି ନାମ ଉର୍ବଶୀ, Comp Brand- No, Availability- Yes, Shoot Date- 15 Sept ଓ ଶେଷରେ ଫୋନ୍ ନମ୍ବର: ୯୫୨୦୬୮୨୯ ଲେଖାଯାଇଛି। ଏହି ଫଟୋରେ ସେ ନିଜ ନମ୍ବର ଦେଇଛନ୍ତି ସତ, କିନ୍ତୁ ଶେଷ ଦୁଇଟି ନମ୍ବର ଲେଖିନାହାନ୍ତି। ଏହି ଫଟୋରେ ଲୋକମାନେ ତାଙ୍କୁ ପଚାରୁଛନ୍ତି ଶେଷ ଦୁଇଟି ନମ୍ବର କେତେ?
ତେବେ ପ୍ରକୃତ କଥା ହେଉଛି ଉର୍ବଶୀ ସେୟାର କରିଥିବା ଉକ୍ତ ଫଟୋଟି ତାଙ୍କ ଆଗାମୀ ପ୍ରୋଜେକ୍ଟର ଘୋଷଣା। ଏହି ପୋଷ୍ଟ ମାଧ୍ୟମରେ ସେ ନିଜ ଆସନ୍ତା ଭିଡିଓ ବିଷୟରେ ସୂଚନା ଦେଇଛନ୍ତି। ସେ ଖୁବ୍ଶୀଘ୍ର ଏକ ମ୍ୟୁଜିକ୍ ଭିଡିଓରେ ନଜର ଆସିବେ। ଏଥିରେ ତାଙ୍କ ସହ ସ୍କ୍ରିନ୍ ସେୟାର କରିବେ ବିଶାଲ ମିଶ୍ରା।
ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…
ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…
ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…
ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…
ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…
ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…