ମନୋରଂଜନ

ହାତଯୋଡ଼ି କ୍ଷମା ମାଗିଲେ‘ଆଦିପୁରୁଷ’ର ସଂଳାପ ଲେଖକ ମନୋଜ ମୁନ୍ତଶିର୍‌ ଶୁକ୍ଳା

‘ଆଦିପୁରୁଷ’ ଆରମ୍ଭରୁ ହିଁ ଷ୍ଟାର୍ସ ଲୁକ୍‌ ଏବଂ VFXକୁ ନେଇ ବିବାଦରେ ଛନ୍ଦି ହୋଇଥିଲା । କ୍ରିତି ସାନନ୍‌, ସୈଫ୍‌ ଅଲି ଖାନଙ୍କ ସହ ନିର୍ଦ୍ଦେଶକ ଓମ୍‌ ରାଉତ ଏବଂ ଫିଲ୍ମର ସଂଳାପ ଲେଖକ ମନୋଜ ମୁନ୍ତଶିର୍‌ ମଧ୍ୟ ସୋସିଆଲ ମିଡିଆରେ ୟୁଜରମାନଙ୍କ ଟାର୍ଗେଟ୍‌କୁ ଆସିଥିଲେ । ରିଲିଜ ପରେ ଏବେ ଫିଲ୍ମକୁ ନେଇ ଆହୁରି ଅଧିକ ବିବାଦ ବଢ଼ିଯାଇଥିଲା । ଗୋଟେପଟେ ଅଯୋଧ୍ୟାର ସନ୍ଥମାନେ ଏଠାରେ ଆଦିପୁରୁଷ ଉପରେ ବ୍ୟାନ୍‌ ଲଗାଇବାକୁ ଦାବି କରିଥିଲେ । ଆଉ ଅନ୍ୟପଟେ ପାଲଘରରେ ଚାଲିଥିବା ଫିଲ୍ମର ସ୍କ୍ରିନିଂକୁ ବନ୍ଦ କରିଦିଆଯାଇଥିଲା । ତେବେ ଗତ କିଛି ଦିନ ତଳେ ‘ଆଦିପୁରୁଷ’କୁ ନେଇ ବଢ଼ୁଥିବା ବିବାଦକୁ ଦୃଷ୍ଟିରେ ରଖି ମୁମ୍ବାଇ ପୋଲିସ ମନୋଜ ମୁନ୍ତଶିରଙ୍କୁ ସୁରକ୍ଷା ଯୋଗାଇ ଦେଇଥିଲା ।

ତେବେ ଏତେ ସବୁ ବାଦ ବିବାଦ ପରେ ଆଜି ଟୁଇଟ୍‌ କରି ମନୋଜ ମୁନ୍ତଶିର୍‌ କ୍ଷମା ମାଗିଛନ୍ତି । ସେ ଲେଖିଛନ୍ତି, ଆଦିପୁରୁଷ ଯୋଗୁଁ ଜନତାଙ୍କ ଭାବାବେଗ ଆହତ ହୋଇଛି । ଯେଉଁ କଥା ସେ ସ୍ୱୀକାର କରିଛନ୍ତି । ଏହା ସହ ସେ ଲେଖିଛନ୍ତି କି ତାଙ୍କର ସମସ୍ତ ଭାଇଭଉଣୀ, ବୟୋଜ୍ୟେଷ୍ଠ, ପୂଜ୍ୟ ସାଧୁସ‌ନ୍ଥ ଏବଂ ଶ୍ରୀରାମଙ୍କ ଭକ୍ତମାନଙ୍କୁ ଯୋଡ଼ହସ୍ତରେ ନିସର୍ତ୍ତ କ୍ଷମା ପ୍ରାର୍ଥନା କରୁଛନ୍ତି ବୋଲି ।

ଏହାସହିତ ଏକ ଓ ଅଭିନ୍ନ ରହି ଆମ ପବିତ୍ର ସନାତନ ଓ ମହାନ୍‌ ଦେଶର ସେବା କରିବା ଲାଗି ଭଗବାନ ବଜରଙ୍ଗ ବଳୀ ଆମ ସମସ୍ତଙ୍କ ପ୍ରତି କୃପା କରନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି । ‘ଆଦିପୁରୁଷ’ ଚଳଚ୍ଚିତ୍ରରେ ଲେଖିଥିବା ସଂଳାପଗୁଡ଼ିକୁ ଯଥାର୍ଥ ବୋଲି ଦର୍ଶାଇବାକୁ ଥରକୁ ଥର ଚେଷ୍ଟା ପରି ବିଫଳ ହେବା ପରେ ମନୋଜ ମୁନ୍ତଶିର୍‌ ଶୁକ୍ଳା ଏଭଳି କ୍ଷମା ପ୍ରାର୍ଥନା କରିଛନ୍ତି ।

ଜୁନ୍‌ ୧୬ ତାରିଖରେ ପ୍ରେକ୍ଷାଳୟରେ ରିଲିଜ୍‌ ହେବା ପରଠାରୁ ଏହାର ସଂଳାପକୁ ନେଇ ଜନ ଅସନ୍ତୋଷ ଓ ତୀବ୍ର ସମାଲୋଚନା ହୋଇଛି । ଏଥିରେ, ବିଶେଷ କରି ହନୁମାନ ଚରିତ୍ର ପାଇଁ ଉଦ୍ଦିଷ୍ଟ ସଂଳାପଗୁଡ଼ିକ ଇତର ଜନତାର ଭାଷା ଭଳି ହୋଇଛି । କିଛି ଦିନ ତଳେ ଏକ ସାକ୍ଷାତ୍‌କାରରେ ମଧ୍ୟ ମନୋଜ ଆଦିପୁରୁଷପାଇଁ ଲେଖଥିବା ସଂଳାପଗୁଡ଼ିକ ଯଥାର୍ଥ ବୋଲି କହିଥିଲେ । ସେହି ସମୟରେ ସେ କହିଥିଲେ କି, ପ୍ରଭୁ ହନୁମାନ ଈଶ୍ୱର ନୁହଁନ୍ତି, କିନ୍ତୁ ପ୍ରଭୁ ରାମଙ୍କ ପ୍ରତି ତାଙ୍କର ପ୍ରଗାଢ଼ ଭକ୍ତି ଯୋଗୁଁ ତାଙ୍କୁ ଈଶ୍ୱର ବୋଲି ବିବେଚନା କରାଯାଉଛି ।

ତେବେ ସୂଚନା ଥାଉକି, ଫିଲ୍ମକୁ ବିଭିନ୍ନ ମହଲରେ ବିରୋଧ କରାଯିବା ସହିତ ଅନଲାଇନରେ ଟ୍ରୋଲ କରାଯାଉଥିଲେ ମଧ୍ୟ ଏହା ବ୍ୟବସାୟିକ ସଫଳତା ପାଇଛି । ପ୍ରଥମ ଦିନରେ ୧୪୦ କୋଟି ଏବଂ ୨ୟ ଦିନରେ ୧୦୦ କୋଟିର ବ୍ୟବସାୟ କରିଥିଲା । ମିଳିଥିବା ଏକ ତଥ୍ୟ ଅନୁଯାୟୀ, ଦେଶରେ ଏହି ଫିଲ୍ମିଟି ପ୍ରଥମ ଦିନରେ ହିନ୍ଦୀ ଭାଷାଭାଷୀ ଅଞ୍ଚଳରେ ୩୬ କୋଟି, ତେଲୁଗୁରେ ୪୮ କୋଟି, ମାଲାୟଲମରେ ୦.୪୦ କୋଟି, ତାମିଲରେ ୦.୭୦ କୋଟି ଏବଂ କନ୍ନଡ଼ରେ ୦.୪ କୋଟି ଉପାର୍ଜନ କରିଥିଲା ।

Sonalisa

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

1 hour ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

4 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

5 hours ago