ସ୍ପେଶାଲ

ଉତ୍ତରକାଶୀର ଗୁପ୍ତ ଶ୍ରୀକ୍ଷେତ୍ର

ପୃଥିବୀର ବିଭିନ୍ନ ସ୍ଥାନରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିର ରହିଛି। ମହାପ୍ରଭୁ କେଉଁଠି ପଥର ରୂପରେ ତ ଆଉ କେଉଁଠି ମୂର୍ତ୍ତି ରୂପରେ ପୂଜା ପାଉଛନ୍ତି। ମହାପ୍ରଭୁଙ୍କ ଏଭଳି ଏକ ମନ୍ଦିର ଉତ୍ତରାଖଣ୍ଡ ଉତ୍ତରକାଶୀ ଠାରୁ ୬ କି. ମି ଦୂରରେ ସମୁଦ୍ର ପତ୍ତନ ଠାରୁ ୩୦୦୦ ଫୁଟ ଉପରେ ରହିଛି । ଏହା ଜଗନ୍ନାଥଙ୍କ ଏକ ପୁରାତନ ମନ୍ଦିର। ଏହି ମନ୍ଦିରରେ ଜଗନ୍ନାଥ ପ୍ରସ୍ତର ରୂପରେ ପୂଜା ପାଉଛନ୍ତି। ତେବେ ଗତ ମାସ ରେ ଏହି ମନ୍ଦିରରେ ପ୍ରଭୁଙ୍କ ପୂଜା ହେବାରେ ଅନେକ ଅସୁବିଧା ଦେଖିବାକୁ ମିଳିଥିଲା । ଯାହା ବିଷୟରେ ଓଲିଉଡ଼ ଅଭିନେତା ସବ୍ୟସାଚୀ ମିଶ୍ର ଜାଣିବାକୁ ପାଇଥିଲେ । ସମସ୍ୟା ବିଷୟରେ ଜାଣି ଏହାର ସମାଧାନ ବାହାର କରିଛନ୍ତି । ଯାହାର ଚର୍ଚ୍ଚା ଏବେ ସାରା ଦେଶରେ ହେଉଛି ।

ଦେବଭୂମି ଉତ୍ତରାଖଣ୍ଡ । କୁହାଯାଏ ଏଠାରେ ଭଗବାନ ସ୍ୱୟଂ ଆସି ବିରାଜମାନ କରିଛନ୍ତି । ଏଠାରେ ପ୍ରଭୁ ନିଜେ ଆସି ରୁହନ୍ତି । ତେଣୁ ଏଠାରେ ଥିବା ସମସ୍ତ ମନ୍ଦିରଙ୍କୁ ନେଇ ଲୋକଙ୍କର କିଛି ଅଲଗା ବିଶ୍ୱାସ ରହିଛି । ଆପଣ ଏଠାରେ ସମସ୍ତ ଦେବଦେବୀଙ୍କ ମନ୍ଦିର ଦେଖିବାକୁ ପାଇବେ । ଏମିତି କି ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ମନ୍ଦିର ଆପଣ ଏଠି ଦେଖିବାକୁ ପାଇବେ । ଉତ୍ତରାଖଣ୍ଡର ଉତରକାଶୀ ରେ ରହିଛି ମହାପ୍ରଭୁଙ୍କ ବହୁ ପୁରାତନ ମନ୍ଦିର । କିନ୍ତୁ ଦୁଃଖର କଥା ଏଠାରେ ପୂଜା କୁ ଅନେକ ସମସ୍ୟା ରହିଛି । ଗତ କିଛି ଦିନ ତଳେ ଏହି ମନ୍ଦିର କୁ ନେଇ ଏକ ଭିଡିଓ ଆସିଥିଲା, ଏଥିରେ ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ କେତେ ଦିନ ରୁ ମନ୍ଦିର ପୂଜା କୁ ନେଇ ସମସ୍ୟା ରହିଛି ।

ସୂଚନା ଅନୁସାରେ ଏଭଳି ଏକ ମନ୍ଦିରର ସମସ୍ୟା ବିଷୟରେ ଛତିଶା ନିଯୋଗ ମହାନାୟକ ଜନାର୍ଦ୍ଧନ ପାଟଯୋଶୀ ମହାପାତ୍ରଙ୍କ ଦ୍‌ାରା ଜଣାପଡିଥିଲ। ସେଠାରେ ମହାପ୍ରଭୁ ଅଖିଆ ଅପିଆ ରହୁଥିବା ତାଙ୍କୁ ବ୍ଯଥିତ କରିଥିଲା। ପରେ ସେ ଓଲିଉଡ୍‌ ଅଭିନେତା ସବ୍ଯସାଚୀଙ୍କୁ ଜଣାଇଥିଲେ। ସଂଯୋଗବଶତଃ ସେହି ସମୟରେ ଅର୍ଚ୍ଚିତାଙ୍କ ଏକ ସୁଟିଂ ଉତ୍ତରାଖଣ୍ଡରେ ଥିଲା। ସବ୍ଯସାଚୀ ଓ ଅର୍ଚ୍ଚିତା ସେଠାକୁ ଯାଇ ସେହି ମନ୍ଦିର ଚତୁଃପାର୍ଶ୍‌ରେ ଥିବା ୬ ଟି ଗ୍ରାମର ଲୋକଙ୍କୁ ଏକତ୍ରିତ କରି ସେଠାରେ ପୂଜାର୍ଚ୍ଚନାର ଆୟୋଜନ କରିଥିଲେ। ସେଠାକାର ୬ ଟି ଗ୍ରାମର ଲୋକଙ୍କ ଇଷ୍ଟ ଦେବତା ହେଉଛନ୍ତି ପ୍ରଭୁ ଶ୍ରୀଜଗନ୍ନାଥ। ଏଭଳିକି ସେମାନଙ୍କ ଲୋକଗୀତ ଓ ଝିଅ ବିଦାୟୀ ଗୀତରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମ ନେଇ ସ୍ମରଣ କରାଯାଏ।

ସମସ୍ୟା ବିଷୟରେ ଜାଣି ଏହି ମନ୍ଦିର ଉପରେ ଅଭିନେତା ସବ୍ଯସାଚୀ ଡକୁମେଣ୍ଟାରି ପ୍ରସ୍ତୁତ କରି ଓଡ଼ିଆ ଲୋକଙ୍କ ସହାୟତା ନେଇଥିଲେ। ବ୍ରହ୍ମପୁରର ଜଣେ ଓଡ଼ିଆ ସୋସିଆଲ ମିଡିଆରେ ଏହି ଭିଡିଓ ଦେଖି ସେଠାକାର ପ୍ରଶାସନକୁ ମେଲ କରିଥିଲେ । ପରେ ଅର୍ଚ୍ଚିତା ଓ ସବ୍ଯସାଚୀ ସେଠାରେ ଥିବାବେଳେ ଉତ୍ତରାଖଣ୍ଡ ଉତ୍ତରକାଶୀ ପର୍ଯ୍ଯଟନ ବିଭାଗର ଅଧିକାରୀ ସେଠାରେ ପହଞ୍ଚିଥିଲେ। ତେବେ ଏସବୁ ମହାପ୍ରଭୁଙ୍କ ଲୀଳା ବୋଲି ସବ୍ଯସାଚୀ ପୁରୀ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଏଭଳିକି ସେ ଏବେ ୬ ମାସ ପର୍ଯ୍ଯନ୍ତ ମନ୍ଦିରର ସମସ୍ତ ଦାୟିତ୍ୱ ନେଇଛନ୍ତି। ଉତ୍ତରାଖଣ୍ଡ ସରକାର , କେନ୍ଦ୍ର ପର୍ଯ୍ଯଟନ ବିଭାଗ ଉତ୍ତରକାଶୀ ନିକଟରେ ରହିଥିବା ଏହି ମନ୍ଦିରର ପୂଜାର୍ଚ୍ଚନା ସହ ପୁନରୁଦ୍ଧାର ପାଇଁ ନିବେଦନ ଜଣାଇଛନ୍ତି ।

D Sonali

Recent Posts

ଭାରତୀୟ ରେଳବାଇରେ ୧୨୦୨ ପଦବୀ ଖାଲି, ଜାଣନ୍ତୁ କିପରି କରିବେ ଆବେଦନ

ଭାରତୀୟ ରେଳବାଇରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ । ଏଠାରେ ୧୨୦୨ ପଦବୀ ଖାଲି ପଡିଛି । ଏଥିପାଇଁ ନୋଟିଫିକେସନ…

20 mins ago

ପୁଣେରେ ଭୟଙ୍କର ଦୁର୍ଘଟଣା ! ବିଳମ୍ବିତ ରାତିରେ ଡ୍ୟାମ୍‌ରେ ବୁଡ଼ିଲା ଡଙ୍ଗା; ୫ ମୃତ

ମହାରାଷ୍ଟ୍ରର ପୁଣେରେ ଘଟିଛି ଏକ ଭୟଙ୍କର ଡଙ୍ଗା ବୁଡ଼ି ଘଟଣା । ଏଠାରେ ଇନ୍ଦାପୁର ତହସିଲ ଅନ୍ତର୍ଗତ କଲସୀ ଗାଁ…

26 mins ago

ରାସ୍ତାରେ ଯାଉ ଯାଉ ହଠାତ୍‌ ଘରେ ପଶିଲା ଟ୍ରାକ୍ଟର, କ୍ଷଣିକରେ ଚାଲିଗଲା ଚାଳକଙ୍କର ଜୀବନ

ପିପିଲି (କେନ୍ୟୁଜ) : ରାସ୍ତାରେ ଯାଉଥିବାବେଳେ ବାଟବଣା ହୋଇଗଲା ଟ୍ରାକ୍ଟର । ରାସ୍ତା ବଦଳରେ ଘର ଭିତରକୁ ପଶିଗଲା ଟ୍ରାକ୍ଟର…

48 mins ago

ହସପିଟାଲର ଏମରଜେନ୍ସୀ ଓ୍ଵାର୍ଡରେ ରୋଗୀଙ୍କ ଭିତରେ ପଶିଗଲା ପୋଲିସ ଗାଡି, ଭିଡିଓ ଭାଇରଲ

ହସପିଟାଲରେ ଏମରଜେନ୍ସି ଓ୍ଵାର୍ଡରେ ପଶିଗଲା ପୋଲିସ ଗାଡି । କୌଣସି ରୋଗୀକୁ ନେଇ ନୁହେଁ ବରଂ ଅଭିଯୁକ୍ତକୁ ଧରିବା ପାଇଁ…

51 mins ago

କୂଅ ସଫା ବେଳେ ଅଘଟଣ, ଶ୍ବାସରୁଦ୍ଧ ହୋଇ ଜଣେ ମୃତ

ଦିଗପହଣ୍ଡି (କେନ୍ୟୁଜ) : ଶ୍ବାସରୁଦ୍ଧ ହୋଇ ଜଣେ ମୃତ ।  କୂଅରୁ ପଙ୍କ ଉଦ୍ଧାର ବେଳେ ଶ୍ବାସରୁଦ୍ଧ ହୋଇ ଗଲା…

57 mins ago

ସ୍ୱାତୀ ମାଲିଓ୍ଵାଲ ମାରପିଟ୍‌ ମାମଲା : କେଜ୍ରିଓ୍ଵାଲଙ୍କ ପିତାମାତା ଏବଂ ପତ୍ନୀଙ୍କୁ ପଚରାଉଚରା କରିବ ପୋଲିସ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପିତାମାତାଙ୍କୁ ଆଜି ସ୍ୱାତୀ ମାଲିଓ୍ଵାଲଙ୍କ ମାମଲାରେ ପଚରାଉଚରା କରିବ ଦିଲ୍ଲୀ ପୋଲିସ । ଆଜି…

1 hour ago