ଦେଶ ବିଦେଶ

ସ୍ୱାତୀ ମାଲିଓ୍ଵାଲ ମାରପିଟ୍‌ ମାମଲା : କେଜ୍ରିଓ୍ଵାଲଙ୍କ ପିତାମାତା ଏବଂ ପତ୍ନୀଙ୍କୁ ପଚରାଉଚରା କରିବ ପୋଲିସ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପିତାମାତାଙ୍କୁ ଆଜି ସ୍ୱାତୀ ମାଲିଓ୍ଵାଲଙ୍କ ମାମଲାରେ ପଚରାଉଚରା କରିବ ଦିଲ୍ଲୀ ପୋଲିସ । ଆଜି ସିଏମ୍ ହାଉସରେ ପହଞ୍ଚି ଉଭୟଙ୍କୁ ପଚରାଉଚରା କରିବ ପୋଲିସ । ଏହାଛଡା ପୋଲିସ ତାଙ୍କ ପତ୍ନୀ ସୁନୀତାଙ୍କୁ ମଧ୍ୟ ପଚରାଉଚରା କରିବ ପୋଲିସ । କ୍ରେଜିଓ୍ଵାଲ ସୋସିଆଲ ମିଡିଆରେ ଲେଖିଛନ୍ତି କି, ଆଜି ଦିଲ୍ଲୀ ପୋଲିସ ତାଙ୍କ ବାପା ମା’ଙ୍କୁ ପଚରାଉଚରା କରିବ । କିନ୍ତୁ କ’ଣ ପାଇଁ ପଚରାଉଚରା କରିବ ତା’ର କାରଣ କହିନାହାନ୍ତି ।

ଖବର ମୁତାବକ, ଗତ ୧୩ ତାରିଖରେ ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲ କେଜ୍ରିୱାଲଙ୍କ ସରକାରୀ ବାସଭବନକୁ ଯାଇଥିଲେ । ସେଠାରେ କେଜ୍ରିୱାଲଙ୍କ ପିଏ ବିଭବ କୁମାର ତାଙ୍କୁ ଆକ୍ରମଣ କରିଥିବା ସ୍ୱାତୀ ମାଲିୱାଲ ଅଭିଯୋଗ କରିଥିଲେ । ତେବେ ଏହି ମାମଲାରେ ପୋଲିସ କେଜ୍ରିଓ୍ଵାଲଙ୍କ ପିଏ ବିଭବ କୁମାରଙ୍କୁ ଗିରଫ କରିଛି ।

ତେବେ ଏହି ମାମଲାରେ ଦିଲ୍ଲୀ ଶିକ୍ଷା ମନ୍ତ୍ରୀ ଅତୀଶ ସିଂ ଅଭିଯୋଗ କରିଛନ୍ତି କି, ପ୍ରଧାନମନ୍ତ୍ରୀ ମୋଦି ଅରବିନ୍ଦ କେଜ୍ରିଓ୍ଵାଲଙ୍କ ରୋଗାଗ୍ରସ୍ତ ଏବଂ ବୃଦ୍ଧ ମାତା ପିତାଙ୍କୁ ଅତ୍ୟାଚାର କରୁଛନ୍ତି ।

ସୂଚନା ମୁତାବକ, ସ୍ୱାତୀ ମାଲିୱାଲ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ଦେଇଥିବା ବୟାନରେ ୧୩ ତାରିଖରେ ସେ ସିଏମ୍ ହାଉସ୍ ଯାଇଥିବା ବେଳେ କେଜ୍ରିୱାଲଙ୍କ ମାତାପିତା ଓ ପତ୍ନୀ ବ୍ରେକଫାଷ୍ଟ କରୁଥିଲେ । ସେମାନଙ୍କୁ ଅଭିବାଦନ ଜଣାଇବା ପରେ ସ୍ୱାତୀ ଡାଇନିଂ ହଲ୍ ଯାଇଥିଲେ ।  ସ୍ୱାତୀ ଡ୍ରଇଂ ରୁମ୍ କୁ ଯାଇ ସୋଫାରେ ବସି ମୁଖ୍ୟମନ୍ତ୍ରୀଙ୍କୁ ଅପେକ୍ଷା କରିଥିଲେ । ହଠାତ୍ ମୁଖ୍ୟମନ୍ତ୍ରୀଙ୍କ ସହଯୋଗୀ ବିଭବ କୁମାର ପହଞ୍ଚିଥିଲେ । ସେଠାରେ ବିଭବ କୁମାରଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିବା ବେଳେ ସେ ତାଙ୍କୁ ମାରଧର କରିଥିଲେ ବୋଲି ପୋଲିସ ସମ୍ମୁଖରେ କହିଥିଲେ ।

କ୍ରେଜିଓ୍ଵାଲ ଏହି ମାମଲାରେ ୧୦ ଦିନ ଚୁପ୍‌ ରହିବା ପରେ ନିରପେକ୍ଷ ତଦନ୍ତ ହୋଇ ନ୍ୟାୟ ମିଳିବା ଦରକାର ବୋଲି କହିଛନ୍ତି । ତେବେ ଏହି ମାମଲାରେ କୋର୍ଟରେ ଥିବା ଯୋଗୁଁ ଏହା ବିଷୟରେ ବେଶି କିଛି କହିନଥିଲେ ।

ସୂଚନାଯୋଗ୍ୟ, ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ଜୁନ ୧ ତାରିଖ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ପାଇଛନ୍ତି କେଜ୍ରିୱାଲ । ତେବେ କେଜ୍ରିୱାଲଙ୍କୁ ଜୁନ ୨ ତାରିଖରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି ।

Swagatika

Recent Posts

ଘର ଭିତରେ କନିଷ୍ଠ କିରାଣିଙ୍କ ମୃତଦେହ..

ରେଢାଖୋଲ(କେନ୍ୟୁଜ): ଘର ଭିତରେ ମୃତଦେହ। ଉଦ୍ଧାର ହେଲା କନିଷ୍ଠ କିରାଣିଙ୍କ ମୃତଦେହ । ମୃତକ ରେଢାଖୋଲ ନାକଟିଦେଉଳ ତହସିଲ କାର୍ଯ୍ୟାଳୟରେ…

15 mins ago

ଚର୍ଚ୍ଚରେ ଚୋରି କରିବା ସହ ଫାଦରଙ୍କୁ ମାଡ଼ ମାରିଲେ ଚୋର, ଘଟଣାର ଚାଲିଛି ତଦନ୍ତ

ରାଉରକେଲା(କେନ୍ୟୁଜ): ଚୋରମାନେ ଘର, ଦୋକାନ, ବଜାର ଓ ମନ୍ଦିରରୁ ଚୋରି କରୁଥିବା ତ ଆପଣମାନେ ଜାଣିଥିବେ । କିନ୍ତୁ ଚୋରମାନେ…

29 mins ago

ଏମିତି ଏକ ଗାଁ ଯେଉଁଠି ଦୋଳି ନାହିଁ ସତ କିନ୍ତୁ ରହିଛି ରଜ ପର୍ବର ଦୁଇ ଗୁଣା ଉତ୍ସାହ

ଭଞ୍ଜନଗର(କେନ୍ୟୁଜ): ଓଡ଼ିଶାର ଗଣ ପର୍ବ ରଜ । ଏଥିପାଇଁ ଉତ୍ସବ ମୁଖର ଗାଆଁଠୁ ସହର ।  ବସୁଧା, ପ୍ରକୃତି ମାତାଙ୍କୁ…

31 mins ago

ଉପବାଚସ୍ପତି ପଦ ପାଇଁ ବିରୋଧୀ ଦଳଙ୍କ ଦାବି, ନହେଲେ ବାଚସ୍ପତି ନିର୍ବାଚନ ଲଢ଼ିବାକୁ ଘୋଷଣା

ନୂଆଦିଲ୍ଲୀ:ଚସ୍ପତି ପଦକୁ ନେଇ ତେଜିଲା ବିବାଦ। ଆସନ୍ତା ୨୪ ତାରିଖରୁ ଆରମ୍ଭ ହୋଇ ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ ଚାଲିବ…

55 mins ago

ବିବାହ ଉତ୍ସବରେ ରକ୍ତଦାନ ଶିବିର, ନବଦମ୍ପତି ସୃଷ୍ଟି କଲେ ନିଆରା ଉଦାରଣ

ଜଳେଶ୍ୱର (କେନ୍ୟୁଜ): ନିଜର ବିବାହ ଉତ୍ସବକୁ ସ୍ମରଣୀୟ କରିବା ପାଇଁ ଆଜିର ଯୁବପିଢୀ ଭିନ୍ନ ଭିନ୍ନ ଢଙ୍ଗରେ ଏହାକୁ ପାଳନ…

1 hour ago

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧୀନରେ ବିଗ୍ ଫୋର୍, ରହିବ ଅନେକ ଚ୍ୟାଲେଞ୍ଜ

କେନ୍ୟୁଜ (ବ୍ୟୁରୋ) : ବିଭାଗ ବଣ୍ଟନ ସରିଛି । ଏବେ ଦାୟିତ୍ୱ ନେବା ପରେ ମନ୍ତ୍ରୀମାନଙ୍କ ଆଗରେ ରହିବ ଅନେକ ଚ୍ୟାଲେଞ୍ଜ…

1 hour ago