ସ୍ପେଶାଲ

ରିଲ୍ସ କରୁଛନ୍ତି କି ? ଯଦି ଆପଣ ରିଲ୍ସ କରିବାକୁ ପସନ୍ଦ କରୁଥିବେ, ଥରେ ପଢ଼ନ୍ତୁ…

ବର୍ତ୍ତମାନ ଯେଉଁଠି ଦେଖିବ ସେଇଠି ରିଲ୍ସର କ୍ରେଜ୍‌ ଦେଖିବାକୁ ମିଳିିଛି । ରିଲ୍ସ ନିଶାରେ ବାଇୟା ହେଉଛନ୍ତି ଆଜିକାଲିର ଯୁବପିଢ଼ି । ରିଲ୍ସ କରିବା ପାଇଁ କିଛି ବି କରିବାକୁ ପଛାଉନାହାଁନ୍ତି ଏଇ ପିଲାମାନେ । ଟିକିଏ, ଫେମସ୍‌ ହେବା ପାଇଁ ନିଜ ଜୀବନକୁ ବି ଖାତିର୍‌ କରୁନାହାଁନ୍ତି । ସବୁବେଳେ ତାଙ୍କର ଗୋଟାଏ ଫୋକସ୍‌ ରିଲ୍ସ କରି ଭାଇରାଲ ହେବେ । ଆଉ ସୋସିଆଲ ମିଡିଆର ଆଇକନ୍‌ ବନିବେ । ତେବେ ଏହି ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଥିବା ଭିଡିଓ ଅନେକ କିଛି ଶିକ୍ଷଣୀୟ ହୋଇଥିବା ବେଳେ ଆଉ କିଛି ଲୋକଙ୍କ ହୃଦୟକୁ ଛୁଇଁଥାଏ ସେହିପରି ଅନ୍ୟ କିଛି ଭିଡିଓ ଆମକୁ ଆଶ୍ଚର୍ଯ୍ୟ ମଧ୍ୟ କରିଥାଏ । କିନ୍ତୁ ଏହି ରିଲ୍ସ ବେଳେ ବେଳେ ଆମ କେତେ ଘାତକ ହୋଇପାରେ ତାହା ଆପଣ ସ୍ୱପ୍ନରେ ବି ସୁଦ୍ଧା ଭାବିପାରିବେନି । ନିକଟରେ ଏହି ରିଲ୍ସକୁ ନେଇ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଆପଣ ଆଖିରେ ନ ଦେଖିଲେ ବିଶ୍ୱାସ କରିବା ଅସମ୍ଭବ ହେବ ।

ସୋସିଆଲ ମିଡିଆରେ ଷ୍ଟାର ହେବା ନେଇ ବାଟବଣା ହୋଇଯାଉଛନ୍ତି ଯୁବପିଢ଼ି । କିଛି ସମୟ ମଧ୍ୟରେ ଲାଇକ୍‌ ଫଲୋଅର୍ସ ପାଇବା ନିଶାରେ କିଛି ବି କରିବାକୁ ପ୍ରସ୍ତୁତ ହୋଇଯାଉଛନ୍ତି । ଏବେ ରିଲ୍ସ ଚକ୍କରରେ ଏପରି ଏକ ଘଟଣା ଘଟିିଛି ଯାହାକୁ ଶୁଣିଲେ ଆପଣ ଯଦି ରିଲ୍ସ କରୁଥିବେ ଏହା କରିବା ପୂର୍ବରୁ ଶହେ ଥର ଭାବିବେ । ହଁ ଆଜ୍ଞା, ଜଣେ ଯୁବକଙ୍କ ପାଇଁ ଏହି ରିଲ୍ସ ନିଶା କାଳ ପାଲଟିଲା । ଇନଷ୍ଟାଗ୍ରାମ ରିଲ୍ସ କରିବାକୁ ଯାଇ ଜଣେ ଯୁବକ ୧୦୦ ଫୁଟ ଉଚ୍ଚରୁ ପାଣିକୁ ଡେଇଁଛନ୍ତି । କିନ୍ତୁ ପାଣିରେ ପଡ଼ିବା ପରେ ମାତ୍ର କିଛି ସମୟ ପହଁରି ନିୟନ୍ତ୍ରଣ ହରାଇଥିଲେ ପରେ ଅକାତ ପାଣିରେ ବୁଡ଼ିଯାଇଥିଲେ । କିଛି ସମୟ ପରେ ପାଣି ଭିତରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଏଭଳି ଘଟଣା ଗତକାଲି ସନ୍ଧ୍ୟାରେ ଘଟିଛି । ଝାଡ଼ଖଣ୍ଡ ସାହିବଗଞ୍ଜ ଜିଲ୍ଲାରେ ଏଭଳି କାଣ୍ଡ ଘଟିଥିବାର ଭିଡିଓ ସାମ୍ନାକୁ ଆସିଛି ।

ମୃତ ଯୁବକଙ୍କ ନାଁ ତଉସିଫ । ତାଙ୍କ ବୟସ ୧୮ ବର୍ଷ । ସେ ରିଲ୍ସ ସୁଟିଂ ପାଇଁ ୧୦୦ ଫୁଟ ଉଚ୍ଚରୁ ଏକ ଜଳାଶୟକୁ ଲମ୍ଫ ମାରିଥିଲେ । ଆପଣ ଏହି ଦୃଶ୍ୟରେ ଦେଖିପାରୁଥିବେ ପାଣିକୁ କିପରି ଡେଉଁଛନ୍ତି । ଜଳାଶୟରେ କିଛି ସମୟ ପାଇଁ ପହଁରିବା ପରେ ଦୁର୍ଭାଗ୍ୟବଶତଃ ବୁଡ଼ି ଯାଇଥିଲେ । ଯାହା ରିଲ୍ସ ହେଉଥିବା ମୋବାଇଲ କ୍ୟାମେରାରେ କଏଦ ହୋଇଥିଲା । କ୍ଷଣକେ ରିଲ୍ସ କରିଥିବା ତଉସିଫ ସବୁଦିନ ପାଇଁ ଆଖି ବୁଜିଥିଲେ ।

ସେହି ସମୟରେ ତାଙ୍କ ସାଙ୍ଗମାନେ ଜଳାଶୟରେ ଗାଧୋଉଥିଲେ । ତାଙ୍କୁ ଖୋଜିଥିଲେ ବି ପାଇ ନଥିଲେ । ପରେ ସ୍ଥାନୀୟ ପୋଲିସକୁ ସୂଚନା ଦେଇଥିଲେ । ଖୋଜାଖୋଜି ପରେ ପାଣି ଭିତରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ବର୍ତ୍ତମାନ ଏହି ଘଟଣା ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେଉଛି । ଏନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ପୁଅର ଏପରି ମୃତ୍ୟୁ ପରେ ପରିବାର ଲୋକେ ଦୁଃଖରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି ।

ତେବେ ଆମେ ଏତିକି କହିପାରିବୁ ଯେ, ନିଜ ଖୁସି ପାଇଁ ରିଲ୍ସ କରନ୍ତୁ ମନା ନାହିଁ ଆଜ୍ଞା, ହେଲେ ରିଲ୍ସ କରିବା ଚକ୍କରରେ ଏପରି ନିଜ ଜୀବନକୁ ବିପଦରେ ପକାଇବା ଆଦୌ ଉଚିତ୍‌ କଥା ନୁହେଁ । ଯଦି ଆପଣ ରିଲ୍ସ ପ୍ରେମୀ ରିଲ୍ସ କରିବାକୁ ପସନ୍ଦ କରୁଛନ୍ତି ତେବେ ହୋଇଯାଆନ୍ତୁ ସାବଧାନ୍‌ । ଆଉ ଏଭଳି ରିଲ୍ସ କରିବାଠାରୁ ଦୂରରେ ରୁହନ୍ତୁ । ତେବେ ଯାଇ ଏଭଳି ଦୁଃଖଦ ଘଟଣା ଘଟିବା ପୂର୍ବରୁ ଅଟକାଇ ହେବ ଏବଂ ଜୀବନ ମଧ୍ୟ ବଞ୍ଚିଯିବ । ଫଳରେ ପରିବାର ଲୋକଙ୍କର ଆପଣଙ୍କୁ ହରାଇବାର ଦୁଃଖ ରହିବନି ।

Sasmita

Recent Posts

ତାଜା ଅପଡ଼େଟ : ଜାଣନ୍ତୁ ଆପଣଙ୍କ ସହରରେ ପେଟ୍ରୋଲ ଦର ବଢିଛି ନା କମିଛି ?

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

3 mins ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

11 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

27 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

36 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

44 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

1 hour ago