ଟେକ୍

ସାମ୍ନାକୁ ଆସିଲା Vivo X Fold 3 Proର ଲଞ୍ଚ ଡେଟ୍, ଜାଣନ୍ତୁ ଏହାର ଫିଚର୍ସ

କମ୍ପାନୀ Vivo X Fold 3 Proର ଲଞ୍ଚ ଡେଟ୍ ପ୍ରକାଶ କରିଛି । ଭିଭୋ ଇଣ୍ଡିଆ ଏହି ଫୋନ୍ ପାଇଁ ସୃଷ୍ଟି ହୋଇଥିବା ମାଇକ୍ରୋସାଇଟ୍ ରେ ଲଞ୍ଚ ଡେଟ୍ ନିଶ୍ଚିତ କରିଛି । ଏହା ବ୍ୟତୀତ ଭିଭୋ ଏହି ଫୋଲଡେବଲ୍ ସ୍ମାର୍ଟଫୋନକୁ ଇ-କମର୍ସ ୱେବସାଇଟ୍ ଫ୍ଲିପକାର୍ଟରେ ଲିଷ୍ଟେଡ଼ କରିଛି । ଏହି ଫୋନ୍ ଚଳିତ ବର୍ଷ ମାର୍ଚ୍ଚରେ ଚାଇନାର ବଜାରରେ ଲଞ୍ଚ କରାଯାଇଥିଲା । ଚାଇନା ଭାରିଆଣ୍ଟ ଭଳି ଫିଚର୍ସ ସହିତ ଏହି ଫୋନକୁ ଏବେ ଭାରତରେ ମଧ୍ୟ ଲଞ୍ଚ କରାଯାଇପାରେ ।

ଏହି ଫୋଲଡେବଲ୍ ସ୍ମାର୍ଟଫୋନରେ Qualcomm Snapdragon 8 Gen 3 ପ୍ରୋସେସର ଏବଂ Zeiss ବ୍ରାଣ୍ଡିଂର କ୍ୟାମେରା ସେଟଅପ୍ ମିଳିପାରିବ । ଭିଭୋ ଇଣ୍ଡିଆ ଏହାର ଫ୍ଲାଗସିପ୍ ଫୋଲଡେବଲ୍ ସ୍ମାର୍ଟଫୋନ୍ ପାଇଁ ଏକ ଡେଡ଼ିକେଟେଡ୍ ମାଇକ୍ରୋସାଇଟ୍ ସୃଷ୍ଟି କରିଛି । ଏହି ସାଇଟର ନିମ୍ନରେ ଦିଆଯାଇଥିବା ଡିସକ୍ଲାଇମରରେ ଫୋନର ଲଞ୍ଚ ଡେଟ୍ ପ୍ରକାଶ ପାଇଛି ।

ଭିଭୋର ଏହି ଫୋଲଡେବଲ୍ ସ୍ମାର୍ଟଫୋନ୍ ଆସନ୍ତା ମାସ ଅର୍ଥାତ ଜୁନ୍ ୬ ରେ ଭାରତରେ ଲଞ୍ଚ ହେବ । ଏହା ବ୍ୟତୀତ Google Gemini AI ଫିଚର ଏହି ଫୋନରେ ମିଳିପାରିବ । ଏହି ଫୋନ୍ AI Note Assist, AI transcript Assist ଏବଂ AI Screen Translation ପରି ଫିଚର୍ସ ସହିତ ଆସିପାରେ । ଏହି ଫୋନର ମୋଟେଇ ୧୧.୨ ମିମି ଏବଂ ଏହାର ଓଜନ ୨୩୬ ଗ୍ରାମ ହେବ ।

Vivo X Fold 3 Pro ଫିଚର୍ସ:
ଏହା ଭିଭୋର ପ୍ରଥମ ଫୋଲଡେବଲ୍ ସ୍ମାର୍ଟଫୋନ୍ ହେବ, ଯାହା ଚୀନ୍ ବାହାରେ ବିଶ୍ୱ ବଜାରରେ ଲଞ୍ଚ ହେବ । ଏହି ଫୋଲଡେବଲ୍ ଫୋନ୍ CNY ୯,୯୯୯ (ପ୍ରାୟ ୧.୧୬ ଲକ୍ଷ ଟଙ୍କା) ମୂଲ୍ୟରେ ଚାଇନାରେ ଲଞ୍ଚ କରାଯାଇଥିଲା । ଏହି ଫୋନରେ ୮.୦୩ ଇଞ୍ଚ ପ୍ରାଇମେରୀ 2K AMOLED ଫୋଲଡେବଲ୍ ଡିସପ୍ଲେ ରହିବ । ଏଥିରେ ୬.୫୩ ଇଞ୍ଚ AMOLED କଭର ଡିସପ୍ଲେ ମଧ୍ୟ ରହିବ ।

ଏହି ସ୍ମାର୍ଟଫୋନ୍ Qualcomm Snapdragon 8 Gen 3 ପ୍ରୋସେସରରେ କାମ କରିପାରିବ । ଏହା ବ୍ୟତୀତ ଭିଭୋ V3 ଇମେଜିଙ୍ଗ୍ ଚିପ୍ ଏବଂ କାର୍ବନ ଫାଇବର ହିଙ୍ଗ୍ ଏହି ଫୋନରେ ଦିଆଯାଇପାରେ । ଫୋନ୍ ପଛରେ ଏକ ୫୦MP ମେନ୍ କ୍ୟାମେରା ଏବଂ ୩୨MP ସେଲଫି କ୍ୟାମେରା ଉପଲବ୍ଧ ହେବ । ଏହା ୫,୭୦୦mAh ବ୍ୟାଟେରୀ ଏବଂ ୧୦୦W ୱାୟର୍ଡ ଏବଂ ୫୦W ୱାୟରଲେସ ଫାଷ୍ଟ ଚାର୍ଜିଂ ଫିଚର୍ସ ସହିତ ଆସିପାରେ ।

Srujanika Panda

Recent Posts

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

12 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

21 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

30 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

46 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

1 hour ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

1 hour ago