ଦେଶ ବିଦେଶ

ଫ୍ଲାଇଟରେ ଦେଖିବାକୁ ମିଳିଲା ବସ୍‌ ଟ୍ରେନ୍‌ ଭଳି ଦୃଶ୍ୟ, ଅତିରିକ୍ତ ଯାତ୍ରୀ କାରଣକୁ ଛିଡା ହୋଇ ଯାତ୍ରା କଲେ ଯାତ୍ରୀ

ବସ୍ କିମ୍ବା ଟ୍ରେନରେ ଆପଣ ଲୋକଙ୍କୁ ଛିଡା ହୋଇ ଯାତ୍ରା କରୁଥିବାର ଦେଖିଥିବେ । ବସ୍‌ ଏବଂ ଟ୍ରେନର ସିଟ୍ ଅପେକ୍ଷା ଯାତ୍ରୀଙ୍କ ସଂଖ୍ୟା ଅଧିକ ହେବାର ଆପଣ ନିଶ୍ଚୟ ଦେଖିଥିବେ ଏବଂ ଶୁଣିଥିବେ । କିନ୍ତୁ ଏଭଳି କେବେ ବିମାନରେ ହୋଇନଥାଏ କାହିଁକିନା ସେତିକି ପାସେଞ୍ଜରଙ୍କୁ ଯିବାକୁ ଅନୁମତି ଦିଆଯାଏ ଯେତିକି ସେହି ବିମାନର ସିଟ୍‌ ଉପଲବ୍ଧ ଥାଏ । କିନ୍ତୁ ଆପଣ କେବେ ବିମାନରେ ଏପରି ଘଟିଥିବା ଦେଖିଛନ୍ତି କି ? ବୋଧହୁଏ ନା, ହେଲେ ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନରେ ମଙ୍ଗଳବାର ଏମିତି ଏକ ଘଟଣା ଦେଖିବାକୁ ମିଳିଛି । ମଙ୍ଗଳବାର ଦିନ ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନରେ ଜଣେ ବ୍ୟକ୍ତିଙ୍କୁ ସିଟ୍‌ ମିଳିନଥିଲା ଯାହାଫଳରେ ସେ ବିମାନରେ ଠିଆ ହୋଇ ଯାତ୍ରା କରିଥିଲେ ।

ଏହି ବିମାନଟି ମୁମ୍ବାଇରୁ ବାରାଣାସୀ ଯିବାର ଥିଲା । ଯେତେବେଳେ ବିମାନଟି ଉଡ଼ାଣ ଭରିବାକୁ ଲାଗିଲା ଠିକ ସେତିକିବେଳେ ଜଣେ କ୍ରୁ ସଦସ୍ୟ ବିମାନର ପଛ ଆଡକୁ ଠିଆ ହୋଇଥିବା ଜଣେ ଯାତ୍ରୀଙ୍କୁ ଦେଖିଲେ । ଏହାପରେ ବିମାନର କ୍ରୁ ସଦସ୍ୟ ଏନେଇ ପାଇଲଟଙ୍କୁ ସୂଚନା ଦେଇଥିଲେ । ତେବେ ଏହି ଘଟଣାକୁ ଯାଞ୍ଚ କରିବା ପରେ ଜଣାପଡ଼ିଥିଲା ଯେ, ଜଣେ ଷ୍ଟାଣ୍ଡବାଇ ଯାତ୍ରୀଙ୍କୁ ଏକ ବୋର୍ଡିଂ ପାସ୍ ଦିଆଯାଇଛି । ତାଙ୍କୁ ସେହି ସିଟ୍‌ ନମ୍ବର ଦିଆଯାଇଥିଲା ଯେଉଁ ସିଟ୍‌ରେ ପୂର୍ବରୁ ଜଣେ ଟିକେଟ୍‌ କନଫର୍ମ ଥିବା ଯାତ୍ରୀଙ୍କୁ ମିଳିଥିଲା । ସିଟ୍ ଉପଲବ୍ଧ ନ ଥିବାରୁ ଷ୍ଟାଣ୍ଡବାଇ ଯାତ୍ରୀ ନିଜ ପାଇଁ ସିଟ୍ ମାଗିଥିଲେ । କିନ୍ତୁ ସିଟ୍ ନମିଳିବାରୁ ସେ ଛିଡ଼ା ହେବାକୁ ବାଧ୍ୟ ହେଲେ। ଏହି ସମସ୍ୟା ହେତୁ ବିମାନ ଉଡ଼ାଣରେ ମଧ୍ୟ ବିଳମ୍ବ ହୋଇଥିଲା। ପାଇଲଟ ବିମାନକୁ ପୁଣିଥରେ ରନେଓ୍ଵକୁ ନେଲେ ଏବଂ ସେହି ଅତିରିକ୍ତ ଯାତ୍ରୀଙ୍କୁ ଉକ୍ତ ବିମାନରୁ ଓହ୍ଲାଇ ଦେଲେ ।

ଏହି ଘଟଣା ସମ୍ପର୍କରେ ଇଣ୍ଡିଗୋ ମୁଖପାତ୍ର କହିଛନ୍ତି ଯେ ବିମାନ ଉଡ଼ିବା ପୂର୍ବରୁ ଏହି ଘଟଣା ସମ୍ପର୍କରେ ଜଣାପଡ଼ିଥିଲା । ଏହାପରେ ଉକ୍ତ ଯାତ୍ରୀଙ୍କୁ ଓହ୍ଲାଇ ଦିଆଯାଇଥିଲା । ମୁମ୍ବାଇରୁ ବାରାଣାସୀ ଅଭିମୁଖେ ଯାଉଥିବା 6E 6543 ବିମାନରେ ଷ୍ଟାଣ୍ଡବାଇ ଯାତ୍ରୀଙ୍କୁ ଏକ ପ୍ରି-ବୁକ୍ ହୋଇଥିବା ଟିକେଟ ପ୍ରଦାନ କରାଯାଇଥିଲା । ତେବେ ବିମାନ ଉଡ଼ିବା ପୂର୍ବରୁ ଏନେଇ ଜଣାପଡ଼ିଥିଲା । ଏହି କାରଣରୁ ବିମାନ ଉଡ଼ାଣ ପାଇଁ କିଛି ସମୟ ବିଳମ୍ବ ହୋଇଥିଲା । ଇଣ୍ଡିଗୋ ମୁଖପାତ୍ର ଆହୁରି କହିଛନ୍ତି ଯେ ବିମାନ ଚଳାଚଳ ପ୍ରକ୍ରିୟାକୁ ମଜବୁତ କରିବା ପାଇଁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ନିଆଯାଉଛି । ପୂର୍ବରୁ ମଧ୍ୟ ଅନୁରୂପ ଏକ ଘଟଣା ଘଟିଥିଲା। ୨୦୨୩ ଜାନୁଆରୀ ମାସରେ ଗୋ ଫାଷ୍ଟ ବିମାନ ୫୦ ଯାତ୍ରୀଙ୍କୁ ବେଙ୍ଗାଲୁରୁ ବିମାନବନ୍ଦରରେ ଛାଡ଼ିଦେଇ ପଳାଇଥିଲା। ପରେ ଯଦିଓ ଏଥିପାଇଁ ବିଭାଗ ପକ୍ଷରୁ ଦୁଃଖ ପ୍ରକାଶ କରାଯାଇଥିଲା, ସୋସିଆଲ ମିଡିଆରେ ଏହାକୁ ନେଇ ଟ୍ରୋଲ୍ କରାଯାଇଥିଲା ମଧ୍ୟ।

 

Pritiparna

Recent Posts

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

13 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

13 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

7 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

8 hours ago

ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ, ବିଭିନ୍ନ ସମସ୍ୟା ପଚାରି ବୁଝିଲେ

ଉମରକୋଟ: ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଡାଙ୍ଗରୀଗୁଡାକୁ…

9 hours ago

କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର

ଭୁବନେଶ୍ୱର : କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯାଇଛି।…

10 hours ago