ଗତବର୍ଷ ରିଲିଜ୍ ହୋଇଥିବା ଫିଲ୍ମ ‘କବିର ସିଂହ’ର ବେଶ୍ ସଫଳତା ପାଇଥିଲା। ଏହି ଫିଲ୍ମକୁ ସଫଳତା ମିଳିବା ପରେ ଅଭିନେତା ଶାହିଦ୍ କପୁରଙ୍କୁ ସାଉଥ୍ ରିମେକ୍ କରିବାକୁ ମନ ଏବେ ଘାରିଛି। ଲକଡାଉନ୍ ହେବା ପୂର୍ବରୁ ସେ ଏକ ତେଲଗୁ ଫିଲ୍ମର ରିମେକ୍ ‘ଜର୍ସି’ ପାଇଁ ସୁଟିଂ କରୁଥିଲେ ।
ସୂଚନା ମୁତାବକ, ଶାହିଦଙ୍କୁ ଆଗକୁ ପୁଣି ଆଉ ଏକ ସାଉଥ୍ ରିମେକ୍ରେ ଦେଖିବାକୁ ମିଳିପାରେ । ତାମିଲ ଭାଷାରେ ରିଲିଜ୍ ହେଉଥିବା ‘ସୂରାରାଇ ପୋତ୍ରୁ’ର ହିନ୍ଦୀ ଭର୍ସନ ପାଇଁ ଶାହିଦଙ୍କୁ ଅଫର୍ ମିଳିଥିବା ଶୁଣିବାକୁ ମିଳୁଛି। ଶାହିଦ୍ ଏବେ ତାର ସ୍କ୍ରିପ୍ଟ ପଢ଼ିବାରେ ବ୍ୟସ୍ତ ଅଛନ୍ତି । ସେ ହଁ ଭରିବା ପରେ ଫିଲ୍ମର ଅନ୍ୟ କଳାକାରମାନଙ୍କ ସଂପର୍କରେ ସିଦ୍ଧାନ୍ତ ନିଆଯିବ ।
ଫିଲ୍ମଟି ଏୟାର ଡେକାନର ପ୍ରତିଷ୍ଠାତା ଜି.ଆର୍. ଗୋପିନାଥଙ୍କ ଜୀବନ ଉପରେ ଆଧାରିତ। ଯଦି ସବୁ କିଛି ଠିକ୍ଠାକ୍ ହୁଏ ତା’ ହେଲେ ଖୁବ୍ ଶୀଘ୍ର ଏହାର ସୁଟିଂ ଆରମ୍ଭ କରିବା ଲାଗି ନିର୍ମାତାମାନେ ଆଶା ପ୍ରକାଶ କରିଛନ୍ତି । ସୂଚନାଥାଉକି, ‘କବିର ସିଂହ’ ତେଲଗୁ ଫିଲ୍ମ ‘ଅର୍ଜ୍ଜନ ରେଡ୍ଡି’ର ହିନ୍ଦୀ ରିମେକ୍ ଥିଲା । ଏହି ଫିଲ୍ମରେ ଶାହିଦ ଏବଂ କିଆରାଙ୍କ ଯୋଡିକୁ ଦର୍ଶକେ ବେଶ୍ ପସନ୍ଦ କରିଥିଲେ। ଫିଲ୍ମରେ ଦୁହିଁଙ୍କ ରୋମାନ୍ସ ଫ୍ୟାନଙ୍କ ମନକୁ ଛୁଇଁଥିଲା।
ମେଷ: ଆଜି ଆପଣଙ୍କ ପାଇଁ ଦିନଟି ଶକ୍ତିଶାଳୀ ହେବାକୁ ଯାଉଛି । ଆପଣ ଠିକ୍ ସମୟରେ କାର୍ଯ୍ୟ ସମାପ୍ତ କରିବାକୁ…
କନ୍ଧମାଳ : କନ୍ଧମାଳରେ ଓଲଟିଲା ଯାତ୍ରୀବାହୀ ବସ୍ । ୩ ଯାତ୍ରୀ ମୃତ, ୫୦ରୁ ଅଧିକ ଯାତ୍ରୀ ଆହତ ।…
ପାଟଣାଗଡ଼ : ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ । ଘଟଣା ଘଟିଛି ପାଟଣାଗଡ଼ ଥାନା କୁତୁମୁଣ୍ଡା ଗ୍ରାମରେ ।…
ଭୁବନେଶ୍ୱର : ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ । ଆଦର୍ଶ ଆଚରଣ ବିଧି ଓ ଆଇନ ଉଲ୍ଲଙ୍ଘନକାରୀ…
ଭୁବନେଶ୍ୱର : ନିର୍ବାଚନ ଡ୍ୟୁଟିରେ ଯାଉଥିବା ବେଳେ ବସ୍ ଦୁର୍ଘଟଣା । ନିର୍ବାଚନ ଡ୍ୟୁଟିରେ ବଲାଙ୍ଗିରରୁ କେନ୍ଦ୍ରାପଡ଼ାକୁ ବସଟି ଯାଉଥିଲା।…
ଭୁବନେଶ୍ୱର : ରାଜ୍ୟରେ ବଢୁଛି ତାପମାତ୍ରା । ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।…