‘କବିର ସିଂ ଏବଂ ଜର୍ସି’ ପରେ ପୁଣି ଏକ ସାଉଥ ଫିଲ୍ମରେ ନଜର ଆସିପାରନ୍ତି ଶାହିଦ, ପଢୁଛନ୍ତି ସ୍କ୍ରିପ୍ଟ

ଗତବର୍ଷ ରିଲିଜ୍ ହୋଇଥିବା ଫିଲ୍ମ ‘କବିର ସିଂହ’ର ବେଶ୍‌ ସଫଳତା ପାଇଥିଲା। ଏହି ଫିଲ୍ମକୁ ସଫଳତା ମିଳିବା ପରେ ଅଭିନେତା ଶାହିଦ୍ କପୁରଙ୍କୁ ସାଉଥ୍ ରିମେକ୍ କରିବାକୁ ମନ ଏବେ ଘାରିଛି। ଲକଡାଉନ୍ ହେବା ପୂର୍ବରୁ ସେ ଏକ ତେଲଗୁ ଫିଲ୍ମର ରିମେକ୍ ‘ଜର୍ସି’ ପାଇଁ ସୁଟିଂ କରୁଥିଲେ ।

sahid 1

ସୂଚନା ମୁତାବକ, ଶାହିଦଙ୍କୁ ଆଗକୁ ପୁଣି ଆଉ ଏକ ସାଉଥ୍ ରିମେକ୍ରେ ଦେଖିବାକୁ ମିଳିପାରେ । ତାମିଲ ଭାଷାରେ ରିଲିଜ୍ ହେଉଥିବା ‘ସୂରାରାଇ ପୋତ୍ରୁ’ର ହିନ୍ଦୀ ଭର୍ସନ ପାଇଁ ଶାହିଦଙ୍କୁ ଅଫର୍ ମିଳିଥିବା ଶୁଣିବାକୁ ମିଳୁଛି। ଶାହିଦ୍ ଏବେ ତାର ସ୍କ୍ରିପ୍ଟ ପଢ଼ିବାରେ ବ୍ୟସ୍ତ ଅଛନ୍ତି । ସେ ହଁ ଭରିବା ପରେ ଫିଲ୍ମର ଅନ୍ୟ କଳାକାରମାନଙ୍କ ସଂପର୍କରେ ସିଦ୍ଧାନ୍ତ ନିଆଯିବ ।

sahid

ଫିଲ୍ମଟି ଏୟାର ଡେକାନର ପ୍ରତିଷ୍ଠାତା ଜି.ଆର୍. ଗୋପିନାଥଙ୍କ ଜୀବନ ଉପରେ ଆଧାରିତ। ଯଦି ସବୁ କିଛି ଠିକ୍ଠାକ୍ ହୁଏ ତା’ ହେଲେ ଖୁବ୍ ଶୀଘ୍ର ଏହାର ସୁଟିଂ ଆରମ୍ଭ କରିବା ଲାଗି ନିର୍ମାତାମାନେ ଆଶା ପ୍ରକାଶ କରିଛନ୍ତି । ସୂଚନାଥାଉକି, ‘କବିର ସିଂହ’ ତେଲଗୁ ଫିଲ୍ମ ‘ଅର୍ଜ୍ଜନ ରେଡ୍ଡି’ର ହିନ୍ଦୀ ରିମେକ୍ ଥିଲା । ଏହି ଫିଲ୍ମରେ ଶାହିଦ ଏବଂ କିଆରାଙ୍କ ଯୋଡିକୁ ଦର୍ଶକେ ବେଶ୍‌ ପସନ୍ଦ କରିଥିଲେ। ଫିଲ୍ମରେ ଦୁହିଁଙ୍କ ରୋମାନ୍ସ ଫ୍ୟାନଙ୍କ ମନକୁ ଛୁଇଁଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.