Below header

ଭାରଚ-ଚୀନ ମଧ୍ୟରେ ଉତ୍ତେଜନାକୁ ନେଇ ଆଜି ବସିବ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ: ଭାରଚ-ଚୀନ ମଧ୍ୟରେ ଉତ୍ତେଜନାକୁ ନେଇ ଆଜି ବସିବ ସର୍ବଦଳୀୟ ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିବ ଏହି ବୈଠକ । ସଂଧ୍ୟା ସାଢେ ୫ଟାରେ ଭିଡିଓ କନ୍‌ଫରେନ୍‌ସିଂରେ ବିଭିନ୍ନ ରାଜନୈତିକ ଦଳର ମୁଖ୍ୟଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ । ଚୀନ ସୀମାରେ ସଂଘର୍ଷରେ ୨୦ ଯବାନ ସହିଦ ହେବା ନେଇ ଆଲୋଚନା କରିବା ସହ ବିଭିନ୍ନ ଦଳର ମୁଖ୍ୟଙ୍କ ମତାମତ ଲୋଡ଼ି ପାରନ୍ତି ମୋଦି ।

ସେପଟେ ଗଲୱାନ ସଂଘର୍ଷ ପରେ ଦ୍ୱିତୀୟ ଦିନ ପାଇଁ ସାମରିକ ସ୍ତରୀୟ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ବାଟ ବାହାରିପାରିନାହିଁ । ସଂଘର୍ଷ ଘଟିଥିବା ସ୍ଥାନ ଗଲଓ୍ଵାନ ଭାଲିର ପାଟ୍ରୋଲ ପଏଣ୍ଟ ୧୪ରେ ଆଲୋଚନା ହୋଇଥିଲା । ସଂଘର୍ଷ ପାଇଁ ଚୀନ୍‌ ଭାରତ ଉପରେ ଦୋଷ ଲଦିଛି। ଦୁଇ ଦେଶର ସାମରିକ ମୁଖ୍ୟଙ୍କ ମଧ୍ୟରେ ହୋଇଥିବା ସହମତିକୁ ଭାରୀୟ ସେନା ଭାଙ୍ଗିଛନ୍ତି ବୋଲି ଚୀନ୍‌ ବିଦେଶ ମନ୍ତ୍ରୀ ଝାଓ ଲିଜିଆନ ବାରମ୍ବାର ଦୋହରାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.