ମୌସୁମୀକୁ ଅଧିକ ସକ୍ରିୟ କରିବ ପାକିସ୍ତାନରୁ ବାଂଲାଦେଶ ପର୍ଯ୍ୟନ୍ତ ହୋଇଥିବା ଟ୍ରପ୍ ଲାଇନ୍: ଆଜିଠୁ ବଢିବ ବର୍ଷାର ପରିମାଣ
ଭୁବନେଶ୍ବର: ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ । ଯାହାଫଳରେ କିଛି ସ୍ଥାନରେ ମେଘୁଆ ପାଗ ସହ ବର୍ଷା ଲାଗି ରହିଛି । ଲଘୁଚାପ ନେଇ ଚିତ୍ର ଅସ୍ପଷ୍ଟ ରହିଛି । ପାକିସ୍ତାନରୁ ବାଂଲାଦେଶ ପର୍ଯ୍ୟନ୍ତ ଏକ ଟ୍ରପ ଲାଇନ୍ ରହିଛି । ଯାହାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି।
ଆଜିଠୁ ବର୍ଷାର ପରିମାଣ ବଢିବ, କାଲିଠୁ ପ୍ରବଳ ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୌସୁମୀକୁ ଅଧିକ ସକ୍ରିୟ କରିବାରେ ମଧ୍ୟ ଏହି ଟ୍ରପ୍ ଲାଇନ୍ ସହାୟକ ହେବ ବୋଲି ସୂଚନା ମିଳିଛି ।