ମନୋରଂଜନ

ପରଦାକୁ ଫେରୁଛନ୍ତି ନୀଳନୟନା ଐଶ୍ୱର୍ଯ୍ୟା, ମଣିରତ୍ନମଙ୍କ Ponniyin Selvan ଫିଲ୍ମର ଫାଷ୍ଟ ଲୁକ୍‌ ଆଉଟ୍‌

ଗତ କିଛିଦିନ ହେଲାଣି ପରଦାରୁ ବ୍ରେକ ନେଇଛନ୍ତି ନୀଳ ନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ। ତାଙ୍କ ଫ୍ୟାନ୍ସ ପରଦାରେ ତାଙ୍କୁ ଦେଖିବାକୁ ଇଚ୍ଛୁକ ରହିଛନ୍ତି। ଏବେ ତାଙ୍କ ଫ୍ୟାନ୍ସ ପାଇଁ ଖୁସି ଖବର ଆସିଛି। ଐଶ୍ୱର୍ଯ୍ୟାଙ୍କ ଅଭିନୀତ ଫିଲ୍ମ ‘ପୋନ୍ନିୟନ ସେଲଭାନ୍‌’ର ରିଲିଜ ଡେଟ୍‌ ଘୋଷଣା ହୋଇଛି। ଫିଲ୍ମଟି ଆସନ୍ତା ୩୦ ଡିସେମ୍ବର ୨୦୨୨ରେ ରିଲିଜ ହେବ ବୋଲି ଖବର ମିଳିଛି।

ମଣିରତ୍ନମଙ୍କ ଏହି ଫିଲ୍ମର ପ୍ରଥମ ଝଲକ ଦେଖି ଫ୍ୟାନ୍ସ ଐଶ୍ୱର୍ଯ୍ୟାଙ୍କର ଦିଓ୍ଵାନା ହୋଇଯାଇଛନ୍ତି। ଏହା ଏକ ପରିୟଡ ଡ୍ରାମା ଫିଲ୍ମ। ଯାହାର କାହାଣୀ ଦ୍ୱାଦଶ ଶତାବ୍ଦୀର ଚୋଳ ସାମ୍ରାଜ୍ୟର ବୋଲି କୁହାଯାଉଛି। ଏହି ଫିଲ୍ମ କ୍ଲାସିକ ତାମିଲ ଉପନ୍ୟାସ ‘ପୋନ୍ନିୟନ ସେଲଭନ’ ଉପରେ ଆଧାରିତ। କଲକୀ ଏହି ଉପନ୍ୟାସକୁ ୧୯୯୫ରେ ଲେଖିଥିଲେ। ଏହି ଫିଲ୍ମକୁ ଲାଇକା ପ୍ରଡକ୍ସନ ଏବଂ ମାଡ୍ରାସ ଟକିକ୍‌ ସହିତ ପ୍ରଡ୍ୟୁସ କରାଯାଉଛି। ଐଶ୍ୱର୍ଯ୍ୟାଙ୍କ ବ୍ୟତୀତ ଫିଲ୍ମରେ ମୁଖ୍ୟ ଭୂମିକାରେ ବିକ୍ରମ, ଜୟମ ରବି, କାର୍ତ୍ତି ଏବଂ ଶୋଭିତା ଧୁଲିପାଲ ନଜର ଆସିବେ। ଏମାନଙ୍କର ମଧ୍ୟ ପ୍ରଥମ ଲୁକ୍‌ ସାମ୍ନାକୁ ଆସିସାରିଛି।

ଏହି ଫିଲ୍ମ ତାମିଲ, ହିନ୍ଦୀ, ତେଲଗୁ, ମାଲାୟଲମ ଏବଂ କନ୍ନଡ ଭାଷାରେ ରିଲିଜ ହେବ। ଏହି ଫିଲ୍ମକୁ ନିର୍ମାଣ କରିବା ପାଇଁ ୫୦୦ କୋଟି ବଜେଟ୍‌ ଲାଗିବ ବୋଲି ଆକଳନ କରାଯାଉଛି। ଏହି ଫିଲ୍ମରେ ଐଶ୍ୱର୍ଯ୍ୟା ଡବଲ ରୋଲରେ ନଜର ଆସିବେ। ୨୦୧୮ରେ ଐଶ୍ୱର୍ଯ୍ୟା ଶେଷ ଥର ପାଇଁ ଫନେ ଖାଁରେ ନଜର ଆସିଥିଲେ।

 

Swagatika

Recent Posts

ନିର୍ବାଚନ ପରେ ସ୍ଥିତି ଜାହିର କଲେ ମାଓବାଦୀ, ଛକରେ ଲଗାଇଲେ ମାଓ ପୋଷ୍ଟର

କୋରାପୁଟ (କେନ୍ୟୁଜ); କୋରାପୁଟ ଜିଲ୍ଲା ବନ୍ଧୁଗାଁରେ ମାଓ ପୋଷ୍ଟର । ନିର୍ବାଚନ ପରେ ନିଜର ସ୍ଥିତି ଜାହିର ପାଇଁ ଲଗାଇଲେ…

14 mins ago

ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍, ୫୯ ଜଣ ରୋଗୀ ଚିହ୍ନଟ

ସମ୍ବଲପୁର(କେନ୍ୟୁଜ): ଏକ ଦଶନ୍ଧି ପରେ ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍ । ଏହାକୁ ନେଇ ମହାନଗରବାସୀ ଚିନ୍ତାରେ…

17 mins ago

ଯୋଗ ଦିବସରେ କାଶ୍ମୀର ମହିଳାଙ୍କ ସହିତ ସେଲଫି ନେଲେ ମୋଦି, ଫଟୋ ଭାଇରଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ଜମ୍ମୁ କାଶ୍ମୀର ଶ୍ରୀନଗର ସ୍ଥିତ ଶେର-ଏ-କଶ୍ମୀର ଅର୍ନ୍ତରାଷ୍ଟ୍ରୀୟ ସମ୍ମେଳନ କେନ୍ଦ୍ର (SKICC)…

21 mins ago

ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ, ପଥରରେ ଛେଚି ଯୁବକଙ୍କୁ ହତ୍ୟା

କଣ୍ଟାବାଞ୍ଜି (କେନ୍ୟୁଜ); ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ। ସିନ୍ଧେକେଲା ଥାନା ସାଲେବରଟ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ…

34 mins ago

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ

ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ  ।  ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ ।  ଭୁବନେଶ୍ବର ତମାଣ୍ଡୋରେ…

50 mins ago

କିଟ୍ ରେ ଯୋଗ ଦିବସ ପାଳିତ, ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ଡକ୍ଟର ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ): ଆଜି କିଟ୍ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କିଟ୍ ଇଣ୍ଡୋର ଷ୍ଟାଡିୟମରେ କିଟ୍…

2 hours ago