ରାଜ୍ୟ

ନାବାଳିକାର ମୃତ୍ୟୁକୁ ନେଇ ଉତ୍ତେଜନା, ଫାର୍ମାସିଷ୍ଟଙ୍କୁ ମାଡ ମାରିବା ସହ ରାସ୍ତାରେ ଟାଣି ଟାଣି ଥାନାକୁ ନେଲେ ପରିବାର ଲୋକେ

ମାଲକାନଗିରି(କେନ୍ଯୁଜ୍):ମାଲକାନଗିରି ଜିଲ୍ଲା ସଦର ଡାକ୍ତରଖାନାରେ ଅଭାବନୀୟ ଘଟଣା । ଜଣେ ନାବାଳିକାର ମୃତ୍ୟୁ ଘଟିବା କାରଣରୁ ଅପ୍ରିତିକର ପରିସ୍ଥିତି ଦେଖିବାକୁ ମିଳିଛି। କାର୍ଯ୍ୟରତ ଫର୍ମାସିଷ୍ଟଙ୍କୁ ନିସ୍ତୁକ ମାଡ଼ ମାରି ରାଜରାସ୍ତାରେ ଚଲାଇ ଚଲାଇ ଥାନାକୁ ଆଣିଛନ୍ତି ପରିବାର ଲୋକେ।

ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ ଏମ. ଭି ୪୪ଗ୍ରାମର ବାସୁଦେବ ବାଲାଙ୍କ ଝିଅ ୧୪ ବର୍ଷୀୟା ଝିଅ ବନ୍ଦନା ବାଲାଙ୍କ ଦେହ ଖରାପ ହେବାରୁ ତାଙ୍କୁ ସଦର ଡାକ୍ତରଖାନାର ଫାର୍ମାସିଷ୍ଟ ସଞ୍ଜୟ ବେହେରାଙ୍କ ନିକଟରେ ଚିକିତ୍ସା କରାଇଥିଲେ। ଝିଅଟିର ପେଟଲେଟ କମିଯାଇଛି କହି ୪ଦିନ ଯାଏ ଚିକିତ୍ସା କରିଥିଲେ। କିନ୍ତୁ କୌଣସି ସୁଫଳ ମିଳିପାରି ନଥିଲା । ଯାହାଫଳରେ ଗତକାଲି ଝିଅଟିର ମୃତ୍ୟୁ ଘଟିଥିଲା ।

ଫାର୍ମାସିଷ୍ଟ ଚିକିତ୍ସା କରିନପାରି ଝିଅକୁ ମାରିଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ଅପରପକ୍ଷରେ ଫାର୍ମାସିଷ୍ଟ ଜଣକ ଅଭିଯୋଗକୁ ଭିତିହୀନ ବୋଲି କହିଛନ୍ତି। ଏହାସହ ମୃତ ଝିଅର ପରିବାର ଲୋକେ ଘରକୁ ଯାଇ ଫାର୍ମାସିଷ୍ଟଙ୍କ ପରିବାର ଲୋକଙ୍କୁ ମଧ୍ଯ ବହୁତ ଗାଳିଗୁଲଜ କରିଥିବା ନେଇ ଓଲଟି ଅଭିଯୋଗ କରିଛନ୍ତି ଫାର୍ମାସିଷ୍ଟ ଜଣଙ୍କ। ତେବେ ଡାକ୍ତରଖାନାରୁ ମୃତ ଝିଅର ପରିବାର ଲୋକ  କାର୍ଯ୍ୟରତ ଫାର୍ମାସିଷ୍ଟଙ୍କୁ ଆକ୍ରମଣ କରି ରାଜରାସ୍ତାରେ ଟାଣି ଟାଣି ଥାନାକୁ  ଆଣିଥିଲେ। ଏହି ଦୃଶ୍ୟକୁ ସାଧାରଣରେ ବହୁତ ନିନ୍ଦା କରାଯାଇଛି। ଆଇନକୁ ହାତକୁ ନେବାର କାହାର ଅଧିକାର ନାହିଁ ବୋଲି ଚର୍ଚ୍ଚା ହେଉଛି।

Sonalisa

Recent Posts

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

12 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

25 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

26 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

7 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

8 hours ago

ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ, ବିଭିନ୍ନ ସମସ୍ୟା ପଚାରି ବୁଝିଲେ

ଉମରକୋଟ: ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଡାଙ୍ଗରୀଗୁଡାକୁ…

10 hours ago