ମନୋରଂଜନ

ଅଜୟ ଦେବଗନଙ୍କ ଫିଲ୍ମ ‘ମଇଦାନ’ର ଟ୍ରେଲର ଆଉଟ୍‌, ଜାଣନ୍ତୁ କେବେ ମୁକ୍ତିଲାଭ କରିବ ସିନେମା ହଲ୍‌ରେ

ସ୍ପୋର୍ଟ୍ସ ଡ୍ରାମା ଫିଲ୍ମ ‘ମଇଦାନ’ ଚଳିତ ବର୍ଷ ଶେଷ ସୁଦ୍ଧା ରିଲିଜ୍‌ ହେବାକୁ ଯାଉଛି । ବର୍ତ୍ତମାନ ଅଜୟ ଦେବଗନ ଷ୍ଟାରର ବାୟୋପିକର ଟିଜର ଏବଂ ପୋଷ୍ଟର ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଛି । ଏବେ ଫିଲ୍ମର ଦମ୍‌ଦାର ଟ୍ରେଲର ରିଲିଜ ହୋଇଛି । ବର୍ତ୍ତମାନ ଟ୍ରେଲର ରିଲିଜ୍ ହେବା ପରେ ଦର୍ଶକମାନେ ଷ୍ଟୋରିର ଏକ ଝଲକ୍‌ ଦେଖିବାକୁ ପାଇଛନ୍ତି, ଯାହାକି ଭାରତୀୟ ଫୁଟବଲ୍ ଟିମ୍‌ର ମହାନ୍‌ ସୟଦ ଅବଦୁଲ ରହୀମ ଏବଂ ଭାରତୀୟ ଫୁଟବଲର ସୁବର୍ଣ୍ଣ ଯୁଗରେ ଭାରତୀୟ ଫୁଟବଲ ଉପରେ ଆଧାରିତ ହୋଇଛି । ତେବେ ଏହି ଟ୍ରେଲରରେ ଦେଖିପାରିବେ ଯେ ପ୍ରିୟମଣି ଓ ଗଜରାଜ ରାଓ ବହୁତ ସୁନ୍ଦର ଭୂମିକାରେ ନଜର ଆସିଛନ୍ତି ।

ମାର୍ଚ୍ଚ ୭ ଗୁରୁବାର ଦିନ ଫିଲ୍ମ ‘ମଇଦାନ୍‌’ର ନିର୍ମାତା ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଟ୍ରେଲର ଲଞ୍ଚ କରିଥିଲେ । ଯାହା ୨ ମିନିଟ୍ ୪୩ ସେକେଣ୍ଡ୍ ଟ୍ରେଲର୍ ସୟଦ ଅବଦୁଲ୍ ରହୀମଙ୍କ ଅସାଧାରଣ ସତ୍ୟ କାହାଣୀର ଝଲକ୍‌ ଦେଖିବାକୁ ମିଳିଛି । ଏହି ଷ୍ଟୋରିରେ ଆପଣମାନେ ଦେଖିପାରିବେ ଯେ କିପରି ଭାବେ ଜଣେ ଲୋକ ତାର ପୂରା ଜୀବନକୁ ଫୁଟବଲ ପାଇଁ ସମର୍ପିତ କରି ଭାରତ ପାଇଁ ଗୌରବ ଆଣିଥିଲା । ଏହା ସହ ରହୀମ କିପରି ଇତିହାସ ସୃଷ୍ଟି କରିଥିଲେ ଏବଂ ଫୁଟବଲ ଜଗତରେ ଭାରତ ପାଇଁ ରେକର୍ଡ ଭାଙ୍ଗିଥିଲେ । ତେବେ ୬୦ ବର୍ଷ ପରେ ମଧ୍ୟ ସେ ଦୁନିଆର ସର୍ବାଧିକ ଖେଳାଯାଇଥିବା ଖେଳରେ ତାଙ୍କର ସଫଳତା ପାଇଁ ତାଙ୍କୁ ଏହି ଫିଲ୍ମ ଜରିଆରେ ମନ ପାଇଯାଇଛି । ଏହି ଫିଲ୍ମରେ ଅଜୟ ଦେବଗାନ୍ ମହାନ କୋଚ୍‌ ସୟଦ ଅବଦୁଲ ରହୀମଙ୍କ ଚରିତ୍ରରେ ନଜର ଆସିଛନ୍ତି ।

ଅଜୟ ଦେବଗନଙ୍କ ବ୍ୟତୀତ ଏହି ଫିଲ୍ମ ‘ମଇଦାନ’ ରେ ପ୍ରିୟମଣି, ଗଜରାଜ ରାଓ ଏବଂ ପ୍ରସିଦ୍ଧ ବଙ୍ଗଳି ଅଭିନେତା ରୁଦ୍ରାନିଲ ଘୋଷ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଜି ଷ୍ଟୁଡିଓ ଏବଂ ବାଇଭ୍ୟୁ ପ୍ରୋଜେକ୍ଟ ଦ୍ୱାରା ଫ୍ରେସ୍ ଲାଇମ୍ ଫିଲ୍ମସ୍ ସହିତ ମିଳିତ ଭାବରେ ଏହି ସିନେମାଟିକ୍ ଡ୍ରାମାକୁ ଅମିତ ରବିନ୍ଦ୍ରନାଥ ଶର୍ମା ନିର୍ଦ୍ଦେଶନା ଦେଇଛନ୍ତି । ଏହି ଫିଲ୍ମ୍ମଟିକୁ ସାଇଭିନ କ୍ୱାଡ୍ରାସ ଓ ରିତେଶ ଶାହା ଲେଖିଛନ୍ତି । ଏହି ଫିଲ୍ମର ଗୀତ ଗୁଡିକ ଏ.ଆର ରହମାନ ଓ ମନୋଜ ମୁତାଶିର ଶୁକ୍ଲାଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି । ତେବେ ଜି ଷ୍ଟୁଡିଓ, ବୋନି କପୁର, ଅରୁଣାବ ଯୟା ସେନଗୁପ୍ତା ଏବଂ ଆକାଶ ଚାୱଲାଙ୍କ ଦ୍ୱାରା ନିର୍ମିତ ଫିଲ୍ମ ‘ମଇଦାନ’ ଏପ୍ରିଲରେ ଇଦ୍ ଅବସରରେ ସିନେମା ହଲ୍‌ରେ ମୁକ୍ତିଲାଭ କରିବାକୁ ଯାଉଛି । ଏହି ଟ୍ରେଲର ଦେଖିବା ପାରେ ଫ୍ୟାନ୍ସ ଏହି ଫିଲ୍ମ ଦେଖିବାକୁ ଉତ୍ସାହାର ସହ ଅପେକ୍ଷା କରିଛନ୍ତି ।

KNews Bureau

Recent Posts

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

9 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

18 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

27 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

43 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

58 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

1 hour ago