ମନୋରଂଜନ

ଫିଲ୍ମ ଓ ଭାଷାକୁ ନେଇ ଟ୍ୱିଟର ଓ୍ୱାର, ଅଜୟ କହିଲେ ହିନ୍ଦୀ ଆମ ରାଷ୍ଟ୍ରଭାଷା ଥିଲା ଅଛି ଓ ଆଗକୁ ରହିବ…

ତେଜିଲା ହିନ୍ଦୀ ଭାଷା ବିବାଦ । ବଲିଉଡ ଷ୍ଟାର ଅଜୟ ଦେବଗନ ଓ କନ୍ନଡ ଅଭିନେତା କିଚ୍ଚା ସୁଦୀପଙ୍କ ବିରୋଧରେ ଟ୍ଵିଟରରେ ଚାଲିଛି ଲଢ଼େଇ । ଏହି ପ୍ରସଙ୍ଗରେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତରେ ବହୁ ବ୍ୟକ୍ତିତ୍ୱ ସାମିଲ ହୋଇଛନ୍ତି । ଅଜୟ ଦେବଗନ ଓ କର୍ଣ୍ଣାଟକର ବିଭିନ୍ନ ରାଜନୈତିକ ଦଳର ନେତାମାନେ ମୁହାଁମୁହିଁ ଅଛନ୍ତି । ହିନ୍ଦୀକୁ ଜାତୀୟ ଭାଷା ମାନ୍ୟତା ପ୍ରଦାନ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହାଙ୍କ ମନ୍ତବ୍ୟ ପରେ ଏହାକୁ ନେଇ ବିଭିନ୍ନ ମହଲରେ କଥା କଟାକଟି ଚାଲିଛି ।

କିଛିଦିନ ତଳେ କନ୍ନଡ ହିରୋ ସୁଦୀପ KGF-୨ ଚଳଚ୍ଚିତ୍ର ନେଇ ଏକ ଟ୍ଵିଟ୍‌ କରିଥିଲେ । ଏହି ଫିଲ୍ମ ହିନ୍ଦିରେ ଡବିଂ ହୋଇଛି । ଏହାକୁ ଦୃଷ୍ଟରେ ରଖି ବଲିଉଡରେ ନିର୍ମାଣ କରାଯାଉଥିବା ଭଲ ଫିଲ୍ମ ଗୁଡିକୁ ଅନ୍ୟ ପ୍ରାନ୍ତୀୟ ଭାଷାରେ ଡବିଂ କରାଯିବା ଆବଶ୍ୟକ । ସୁଦୀପଙ୍କ ଟ୍ଵିଟର ଜବାବରେ ଅଜୟ ଦେବଗନ କହିଥିଲେ, ଯଦି ହିନ୍ଦୀ ଜାତୀୟ ଭାଷା ନୁହେଁ, ତେବେ କାହିଁକି କନ୍ନଡ ଫିଲ୍ମ ଗୁଡିକ ହିନ୍ଦୀ ଭାଷାରେ ରିଲିଜ କରାଯାଉଛି । ହିନ୍ଦୀ ଆମର ମାତୃଭାଷା ଓ ରାଷ୍ଟ୍ରଭାଷା ଥିଲା ଅଛି ଓ ରହିବ ଜନ ଗଣ ମନ.. ବୋଲି ଅଜୟ ଦେବଗନ ଉଲ୍ଲେଖ କରିଛନ୍ତି।

ତେବେ ଏଥିରେ ସୁଦୀପ ସନ୍ତୁଷ୍ଟ ହୋଇନଥିଲେ ସେ ଅଜୟ ଙ୍କ ଟ୍ୱିଟର ରି ଟ୍ୱିଟ୍ କରି ଅନୁବାଦ ଓ ବ୍ୟାଖ୍ୟା ଦୁଇଟି ପୃଥକ ଦୃଷ୍ଟିକୋଣ ବୋଲି ଉଲ୍ଲେଖ କରିଥିଲେ। ଏହାର ଜବାବରେ ସୁଦୀପ ପଦର୍ଶାଇଥିଲେ, ପୁରା ମାମଲା ନ ଜାଣି ପ୍ରତିକ୍ରିୟା ପ୍ରକାଶ କରିବା ମାନେ ରଖେ, ତେବେ ଏଥିପାଇଁ ମୁଁ ଆପଣଙ୍କୁ ଦୋଷ ଦେଉ ନାହିଁ। ତେବେ କେ. ସୁଦୀପ ଆମ ଦେଶର ପ୍ରତି ଭାଷାକୁ ଭଲପାଏ ଓ ସମ୍ମାନ କରେ ବୋଲି ଉଲ୍ଲେଖ କରିବା ପରେ ଅଜୟ ଶାନ୍ତ ପଡୁଥିବା ଦେଖା ଯାଇଛି। ଏଥିରେ ଅଜୟ ଦେବଗନ ରିଟ୍ୱିଟ୍ କରିଛନ୍ତି। ସୁଦୀପଙ୍କୁ ଅଜୟ ଦେବଗନ ଜଣେ ବନ୍ଧୁ ଭାବେ ସମ୍ବୋଧନ କରିଛନ୍ତି।

ଅନ୍ୟପଟେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ ସୁଦୀପଙ୍କ ପକ୍ଷ ନେଇଛନ୍ତି । ସେ କହିଛନ୍ତି- ଭାଷା ଭିତ୍ତିରେ ଆମ ରାଜ୍ୟ ଗଠିତ ହୋଇଛି। ଆଞ୍ଚଳିକ ଭାଷାକୁ ଗୁରୁତ୍ବ ଦିଆଯାଇ ଆସୁଛି। ସୁଦୀପଙ୍କ ବକ୍ତବ୍ୟ ଠିକ୍ ଓ ସମସ୍ତେ ତାକୁ ସମ୍ମାନ କରିବା ଉଚିତ। ଏହା ପୂର୍ବରୁ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରାମେୟା କହିଥିଲେ- ହିନ୍ଦୀ କେବେ ବି ଆମର ରାଷ୍ଟ୍ରଭାଷା ନ ଥିଲା କି ଭବିଷ୍ୟତରେ ହୋଇପାରିବ ନାହିଁ।

 

Barsha

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

31 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

33 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

39 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

48 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

48 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

1 hour ago