ମନୋରଂଜନ

ଆଲିଆ ଭଟ୍ଟ ପାଳନ କଲେ ୩୧ ତମ ଜନ୍ମଦିନ, ସେଲିବ୍ରେସନ୍‌ରେ ସାମିଲ୍‌ ହେଲେ ବଲିଉଡ୍‌ ଷ୍ଟାର ଓ ଅମ୍ବାନୀ ପରିବାର

ବଲିଉଡର ଅନେକ ଅଭିନେତ୍ରୀଙ୍କ ମଧ୍ୟରୁ ଆଲିଆ ଭଟ୍ଟ ଅନ୍ୟତମ । ଆଲିଆ ତାଙ୍କ ଅଭିନୟ ଜରିଆରେ ଦର୍ଶକଙ୍କ ମନ ଜିତିଥାନ୍ତି । ତେବେ ଆଜି ତାଙ୍କର ୩୧ ତମ ଜନ୍ମଦିନ ପାଳନ କରାଯାଇଛି । ବୟସ ବଢିବା ସହିତ ଦିନ କୁ ଦିନ ଆଲିଆ ଭଟ୍ଟ ଅଧିକ ସୁନ୍ଦର ହେବାକୁ ଲାଗୁଛନ୍ତି । ଏତେ ବର୍ଷ ମଧ୍ୟରେ ତାଙ୍କ ଲାଇଫଷ୍ଟାଇଲ୍‌ରେ ବହୁତ ପରିବର୍ତ୍ତନ ଦେଖିବାକୁ ମିଳିଛି । ତେବେ ତାଙ୍କ ଫିଲ୍ମ ଠାରୁ ଆରମ୍ଭ କରି ପୋଷାକ ପସନ୍ଦ ପର୍ଯ୍ୟନ୍ତ ସବୁଥିରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଆଲିଆ ଜନ୍ମଦିନର କିଛି ଘଣ୍ଟା ପୂର୍ବରୁ ମୁମ୍ବାଇରେ ତାଙ୍କ ଜନ୍ମଦିନ ପାଳନ କରିଥିଲେ, ଯାହା ଗ୍ରାଣ୍ଡ ଷ୍ଟାଇଲରେ ସେଲିବ୍ରେସନ୍‌ କରାଯାଇଥିଲା । ଆଲିଆ ଭଟ୍ଟଙ୍କ ଏହି ସେଲିବ୍ରେସନ୍‌ରେ କେବଳ କ୍ଲୋଜ୍‌ ଫ୍ରେଣ୍ଡ ଏବଂ ପରିବାର ସଦସ୍ୟଙ୍କୁ ଦେଖିବାକୁ ମିଳିଥିଲା ।

ଯଦିଓ ଆଲିଆ ଭଟ୍ଟଙ୍କ ଜନ୍ମଦିନ ସେଲିବ୍ରେସନ୍‌ରେ କେବଳ କ୍ଲୋଜ୍‌ ଫ୍ରେଣ୍ଡ ଏବଂ ପରିବାର ସଦସ୍ୟ ଉପସ୍ଥିତ ଥିଲେ । କିନ୍ତୁ ତାଙ୍କ ଜନ୍ମଦିନର ସେଲିବ୍ରେସନ୍‌ ସନ୍ଧ୍ୟାରେ କେବଳ ବଲିଉଡର ତାରକାମାନଙ୍କୁ ଦେଖିବାକୁ ମିଳିଥିଲା । ଏହି ସେଲିବ୍ରେସନ୍‌ ମୁମ୍ବାଇର ତାଜ ହୋଟେଲରେ ଆୟୋଜିତ ହୋଇଥିଲା ଯେଉଁଠାରେ ଅମ୍ବାନୀ ପରିବାରର ସଦସ୍ୟମାନେ ମଧ୍ୟ ଆଲିଆ ଭଟ୍ଟଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇବାକୁ ଆସିଥିଲେ । ଯେପରି ଇଶା ଅମ୍ବାନୀ, ଆକାଶ ଅମ୍ବାନୀ ଏବଂ ଶ୍ଲୋକା ମେହେଟ୍ଟା ସମସ୍ତେ ଏକାଠି ହୋଇଥିଲେ । ଏହି ସେଲିବ୍ରେସନ୍‌ରେ ଉପସ୍ଥିତ ଥିବା ଲୋକଙ୍କ ମଧ୍ୟରେ ରଣବୀର କପୁର, ସୋନି ରଜଦାନ, ଶାହିନ୍ ଭଟ୍ଟ ଏବଂ ନୀତୁ କପୁର ମଧ୍ୟ ନଜର ଆସିଥିଲେ । ତେବେ ମୁମ୍ବାଇର ତାଜ ହୋଟେଲ ବାହାରେ ସମସ୍ତଙ୍କୁ ଦେଖିବାକୁ ମିଳିଥିଲା ।

ଉଭୟ ଆଲିଆ ଭଟ୍ଟ ଏବଂ ରଣବୀର କପୁର ଅମ୍ବାନୀ ପରିବାରର ବହୁତ କ୍ଲୋଜ୍‌ ଫ୍ରେଣ୍ଡ । ତେବେ ରଣବୀର କପୁର ଏବଂ ଆକାଶ ଅମ୍ବାନୀ ଭଲ ଫ୍ରେଣ୍ଡ ହୋଇଥିବାବେଳେ ଆଲିଆ ମୁକେଶ ଅମ୍ବାନୀଙ୍କ ଝିଅ ଇଶା ମଧ୍ୟ ବହୁତ ଭଲ ଫ୍ରେଣ୍ଡ । ଏହା ସହ ସେମାନଙ୍କ ମଧ୍ୟରେ ଏହି କ୍ଲୋଜ୍‌ନେସ୍‌ ଅନନ୍ତ ଅମ୍ବାନୀଙ୍କ ପ୍ରି ୱେଡିଂ ସେଲିବ୍ରେସନ୍‌ରେ ଦେଖିବାକୁ ମିଳିଥିଲା । ନିକଟରେ, ଫୋର୍ବସ୍ ସହିତ ଏକ ଇନ୍‌ଣ୍ଟର ଭ୍ୟୁରେ ଆଲିଆ ଇଶାଙ୍କ ସହ ତାଙ୍କର ଫ୍ରେଣ୍ଡସିପ୍‌ ବିଷୟରେ କହିଥିଲେ ଏବଂ କହିଥିଲେ ଯେ ମୁଁ ରିଲାଏନ୍ସ ସହ ସହଭାଗିତା ପାଇଥିବାରୁ ମୁଁ ବହୁତ ଖୁସି । ଇଶା ଅମ୍ବାନୀ ଏବଂ ମୁଁ ବହୁତ ଭଲ ଫ୍ରେଣ୍ଡ, ଆମେ ଦୁହେଁ ପ୍ରାୟ ଏକ ସମୟରେ ଗର୍ଭବତୀ ଥିଲୁ । ମୋ ଝିଅ ରାହା ଏବଂ ତାଙ୍କର ଯାଆଁଳା ପିଲାମାନଙ୍କ ମଧ୍ୟରେ ପ୍ରାୟ ଏକ ସପ୍ତାହ ଅନ୍ତର ରହିଛି ।

ତେବେ ଲୋକମାନେ ତାଙ୍କ ଅଭିନୟକୁ ବହୁତ ପସନ୍ଦ କରନ୍ତି । ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଇ ପ୍ରଶଂସକଙ୍କ ହୃଦୟ ଜିତିବାରେ ଆଲିଆ ଭଟ୍ଟ ସଫଳ ହୋଇଛନ୍ତି । ସେ ହେଉଛନ୍ତି ଏପରି ଜଣେ ଫିମେଲ୍‌ ଅଭିନେତ୍ରୀ ଯିଏକି ଏପର୍ଯ୍ୟନ୍ତ ସବୁ ଠାରୁ ଅଧିକ ଫିଲ୍ମଫେୟାର ଆଓ୍ଵାର୍ଡ ଜିତିଛନ୍ତି । ଗତ ବର୍ଷ ଆଲିଆ ଭଟ୍ଟଙ୍କ ପାଇଁ ବହୁତ ଭଲ ଥିଲା । ତେବେ ଫିଲ୍ମ ’ଗାଙ୍ଗୁବାଇ କାଟିୱାଡି’ରେ ତାଙ୍କର ଦମ୍‌ଦାର ଅଭିନୟ ପାଇଁ ସେ ରାଷ୍ଟ୍ରୀୟ ପୁରସ୍କାର ମଧ୍ୟ ଜିତିଥିଲେ । ବର୍ତ୍ତମାନ ଅଭିନେତ୍ରୀ ଖୁବ ଶୀଘ୍ର ତାଙ୍କ ନୂଆ ଫିଲ୍ମ ସହିତ ଧମାକା କରିବାକୁ ଯାଉଛନ୍ତି । ତେବେ ଆଲିଆଙ୍କ ଫିଲ୍ମର ସୁଟିଂ ଶେଷ ହୋଇଛି । ଏହା ସହ ଆଲିଆଙ୍କ ଅପ୍‌କମିଂ ଫିଲ୍ମର ନାମ ହେଉଛି ‘ଜିଗରା’ ।

D Sonali

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ପୁରୁଣା ବନ୍ଧୁଙ୍କ ସହ ଭେଟ କରିବା ଯୋଗୁ ଖୁସି ରହିବେ

ମେଷ: ଅନ୍ୟମାନଙ୍କ ସଫଳତା ଦ୍ୱାରା ଆର୍ଥିକ ଲାଭବାନ ହେବେ । ପ୍ରେମ କରୁଥିବା ଲୋକଙ୍କୁ ସାଥୀଙ୍କ କଥାକୁ ବୁଝିବାକୁ ପଡ଼ିବ,…

2 hours ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ଟିମ୍ ରେ ୭୨ ଜଣ ମନ୍ତ୍ରୀ, ୩୦ କ୍ୟାବିନେଟ, ୫ ଜଣ ରାଷ୍ଟ୍ରପାହ୍ୟା ସ୍ବାଧୀନ ଓ ୩୬ ରାଷ୍ଟ୍ର ପାହ୍ୟା ମନ୍ତ୍ରୀ

ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ୭୨ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି। ଏମାନଙ୍କ ମଧ୍ଯରେ ୩୦ ଜଣ କ୍ୟାବିନେଟ ମନ୍ତ୍ରୀ ରହିଥିବା…

3 hours ago

ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ପଡ଼ୋଶୀ ରାଷ୍ଟ୍ର ନେତାଙ୍କ ସହ ସେଲିବ୍ରିଟି ଓ ଶିଳ୍ପପତିଙ୍କ ଗହଳି, ଶାହାରୁଖ, ରଜନୀକାନ୍ତ, ଅକ୍ଷୟ,ଅମ୍ବାନୀ ଓ ଆଦାନୀ

ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ସେଲିବ୍ରିଟିଙ୍କ ଗହଳି। ଶାହାରୁଖ ଖାନ, ରଜନୀକାନ୍ତ, ଅକ୍ଷୟ କୁମାର ସାମିଲ ହୋଇଥିଲେ। ଅନୀଲ କପୁର,…

3 hours ago

‘ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବ’ ଉଦଯାପିତ, ଯୋଗଦେଲେ ବଲିଉଡର ଖ୍ୟାତନାମା ନିର୍ଦ୍ଦେଶକ ଅମିତ ରାଏଙ୍କ ସହ ବିଶିଷ୍ଟ ଲେଖିକା ଡକ୍ଟର ପ୍ରତିଭା ରାୟ

ଭୁବନେଶ୍ୱର : ଭୁବନେଶ୍ୱର ଜୟଦେବ ଭବନଠାରେ ଆୟୋଜିତ ‘ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବ’ ରବିବାର ସନ୍ଧ୍ୟାରେ ଉଦଯାପିତ ହୋଇଛି । ଶେଷ…

4 hours ago

ମୋଦିଙ୍କ ନୂଆ ଟିମରେ ଓଡ଼ିଶାର ୩ ସାଂସଦ, ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ଅଶ୍ବିନୀ ବୈଷ୍ଣବ

ମୋଦିଙ୍କ ନୂଆ ଟିମରେ ଓଡ଼ିଶାର ୩ ସାଂସଦ । ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ଅଶ୍ବିନୀ ବୈଷ୍ଣବ ।…

4 hours ago

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୩ୟ ଇନିଂସ ଆରମ୍ଭ, ଶପଥ ନେଲେ ପ୍ରଧାନମନ୍ତ୍ରୀଙ୍କ ସହ ଟିମ୍‌ କ୍ୟାବିନେଟ୍‌, ଓଡିଶାକୁ ୩ କ୍ୟାବିନେଟ ମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୩ୟ ଇନିଂସ ଆରମ୍ଭ …

5 hours ago