ସ୍ପେଶାଲ

ଜାଣନ୍ତି କି ଟ୍ୟୁବଲେସ୍ ଟାୟାର ଏବଂ ଟ୍ୟୁବ୍ ଟାୟାର ମଧ୍ୟରେ କଣ ଫରକ ରହିଛି ?

ପ୍ରତିଦିନ ରାସ୍ତାରେ ଲକ୍ଷ ଲକ୍ଷ ଗାଡି ଚାଲୁଥାଏ । ନୂଆ ନୂଆ ଟେକ୍ନୋଲୋଜି ଯୋଗୁଁ ଗାଡି ଚଲାଇବା ବର୍ତ୍ତମାନ ବହୁତ ସହଜ ହୋଇଯାଇଛି । କେବଳ ଗାଡ଼ି ଭିତରେ ବିଭିନ୍ନ ସୁବିଧା ରହିଛି ତାହା ନୁହେଁ ବରଂ ଗାଡ଼ି ଗୁଡ଼ିକରେ ଥିବା ଟାୟାର ପାଇଁ ନୂଆ ଟେକ୍ନୋଲୋଜି ମଧ୍ୟ ଆସିଛି । ସାଧାରଣତଃ ଗାଡ଼ିରେ ଦୁଇ ପ୍ରକାରର ଟାୟାର ଲଗାଯାଇଥାଏ । ଗୋଟିଏ ହେଉଛି ଟ୍ୟୁବ୍ ଟାୟାର ଏବଂ ଗୋଟିଏ ହେଉଛି ଟ୍ୟୁବଲେସ୍ ଟାୟାର । ବର୍ତ୍ତମାନ ସାଧାରଣତଃ ସମସ୍ତ ଗାଡ଼ିରେ ଟ୍ୟୁବଲେସ୍ ଟାୟାର ରହୁଛି । କିନ୍ତୁ କିଛି ଲୋକ ଗାଡିରେ ଟ୍ୟୁବ୍ ଟାୟାର ଲଗାଇବାକୁ ପସନ୍ଦ କରନ୍ତି । ଏହି ଟାୟାରଗୁଡିକ ଉଭୟ ବାଇକ୍ ଏବଂ କାରରେ ଲଗାଯାଇଥାଏ । କିଛି ଲୋକ ଟ୍ୟୁବଲେସ୍ ଟାୟାର ଏବଂ ଟ୍ୟୁବ୍ ଟାୟାର ମଧ୍ୟରେ କଣ ପାର୍ଥକ୍ୟ ଅଛି ଜାଣନ୍ତି ନାହିଁ । ତେବେ ଆସନ୍ତୁ ଜାଣିବା ଦୁଇଟି ଟାୟାର ମଧ୍ୟରେ ପାର୍ଥକ୍ୟ କଣ ?

ଟ୍ୟୁବ୍ ଟାୟାର ଏବଂ ଟ୍ୟୁବଲେସ୍ ଟାୟାର୍ କଣ?
ଟ୍ୟୁବ୍ ଟାୟାରଗୁଡ଼ିକରେ ଟାୟାରରେ ଏକ ଟ୍ୟୁବ୍ ଲାଗିଥାଏ । ଯାହା ପବନରେ ଭରି ରହିଥାଏ । ଏହା ସଫ୍ଟ କମ୍ପାଉଣ୍ଡରରେ ଥାଏ ଏବଂ ଏଥିରେ ପବନ ଭରିବା ପରେ ଏହା କଠିନ ହୋଇଯାଏ । ଟାୟାର ଏବଂ ଟ୍ୟୁବ୍ ପରସ୍ପର ଯୋଡ଼ି ହୋଇନଥାନ୍ତି । ଟାୟାର ଭିତରେ ଟ୍ୟୁବ୍ କୁ ରଖାଯାଇଥାଏ । ଯେଉଁଥିପାଇଁ ଉଭୟଙ୍କ ମଧ୍ୟରେ ବଣ୍ଡିଙ୍ଗ୍‌ ଏୟାର ଟାଇଟ୍‌ ହୁଏ ନାହିଁ । ଅନ୍ୟପଟେ ଯଦି ଆମେ ଟ୍ୟୁବଲେସ୍ ଟାୟାରକୁ ଦେଖିବା, ଏହା ଟ୍ୟୁବ୍ ବିନା କାମ କରେ । ଏଥିରେ ପବନ ସିଧାସଳଖ ଟାୟାରରେ ଭରିଯାଏ । ଏଥିରେ ଆଲୁମିନିୟମ୍ ରିମ୍ ଥାଏ ।

ଉଭୟଙ୍କ ମଧ୍ୟରେ ପାର୍ଥକ୍ୟ କଣ ?
ଯଦି ଆମେ ଟ୍ୟୁବ୍ ଟାୟାର ଏବଂ ଟ୍ୟୁବଲେସ୍ ଟାୟାରକୁ ଦେଖିବା, ତେବେ ଉଭୟ ଟାୟାର ବ୍ୟବହାରରେ ବହୁତ ପାର୍ଥକ୍ୟ ଥାଏ । ଟ୍ୟୁବ୍ ଟାୟାର ପଙ୍କଚର୍‌ ହେଲେ ଏହାକୁ ସହଜରେ ମରାମତି କରାଯାଇପାରିବ, ଏଥିରେ ଅଧିକ ଖର୍ଚ୍ଚ ହୁଏ ନାହିଁ ଏବଂ ଏଥିରେ ଭଲ ଗ୍ରିପ୍ ହୋଇଥାଏ । କିନ୍ତୁ ଯଦି ଆମେ ଟ୍ୟୁବଲେସ୍ ଟାୟାରକୁ ଦେଖିବା ଏଥିରେ ପଙ୍କଚର ସମସ୍ୟା କମ୍ ହୋଇଥାଏ । ଏହା ଦୀର୍ଘ ସମୟ ପର୍ଯ୍ୟନ୍ତ ବ୍ୟବହାର କରି ହୁଏ । ଯଦି ଏହା ଫଙ୍କଚର୍‌ ହୋଇଯାଏ ତେବେ ଏଥିରେ ଥିବା ବାୟୁ ବହୁତ ଧୀରେ ବାହାରକୁ ଆସେ । ଯେଉଁଥିପାଇଁ ଆପଣ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାର ସୁଯୋଗ ପାଆନ୍ତି । ଏହା ମଧ୍ୟ ଗାଡ଼ିକୁ ହାଲୁକା ରଖେ । ଉଭୟ ଟାୟାରର ଖର୍ଚ୍ଚ ବିଷୟରେ କହିବାକୁ ଗଲେ ଦୁଇ ଟାୟାରର ଖର୍ଚ୍ଚ ପ୍ରାୟ ସମାନ ।

Subhalaxmi Das

Recent Posts

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

44 seconds ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

14 mins ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

17 mins ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

37 mins ago

ବିରିୟାନୀରେ ମିଳିଲାନି ଚିକେନ୍‌ ଲେଗ୍‌ ପିସ୍‌ , ବିବାହ ସମାରୋହ ପାଲଟିଲା ରଣକ୍ଷେତ୍ର

ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…

2 hours ago

ବାଲେଶ୍ଵରରେ କୋହଳ ହେଲା କର୍ଫ୍ୟୁ କଟକଣା, ଇଣ୍ଟରନେଟ୍ ସେବା ଉପଲବ୍ଧ

ବାଲେଶ୍ୱର : ବାଲେଶ୍ଵରରେ ସ୍ଵାଭାବିକ ହେଉଛି ସ୍ଥିତି । ଆଜିଠୁ ଆହୁରି କୋହଳ ହୋଇଛି କଟକଣା । ଟାଉନ୍ ଥାନା…

2 hours ago