ମନୋରଂଜନ

‘ପୁଷ୍ପା ୨’ର ଦ୍ୱିତୀୟ ଗୀତ ରିଲିଜ୍‌, ଦମ୍‌ଦାର ଲୁକ୍‌ରେ ନଜର ଆସିଲେ ଅଲ୍ଲୁ ଅର୍ଜୁନ ଓ ରଶ୍ମିକା

ଫିଲ୍ମ ‘ପୁଷ୍ପା : ଦି ରୁଲ’କୁ ଦର୍ଶକ ବହୁତ ଉତ୍ସାହାର ସହ ଅପେକ୍ଷା କରିଛନ୍ତି । ତେବେ ଅନେକ ଦିନ ହେବ ଏହି ଫିଲ୍ମ କିଛି ନା କିଛି ଫଟୋ ଓ ଗୀତ ରିଲଜ୍‌ ହେବାରେ ଲାଗିଛି । କିନ୍ତୁ ବର୍ତ୍ତମାନ ଏହାର ଏକ ଗୀତ ରିଲିଜ୍‌ ହୋଇଛି, ଯାହା ହେଉଛି ‘ ଦ କପଲ ସଙ୍ଗ’। ଏହି ଗୀତ ରିଲିଜ୍‌ ହେବା ମାତ୍ରେ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି । ଯେଉଁଥି ପାଇଁ ଭାରତର ଲୋକପ୍ରିୟ ଯୋଡି ଏହି ଦୁଇଜଣ ହୋଇପାରିଛନ୍ତି । ଏହା ସହ ଜାତୀୟ ପୁରସ୍କାର ବିଜେତା ଅଲ୍ଲୁ ଅର୍ଜୁନ ପୁଷ୍ପା ରାଜ ଭାବରେ ଏବଂ ଶ୍ରୀବଲ୍ଲି ଭାବରେ ରଶ୍କିକା ମନ୍ଦାନା ଏହି ଗୀତରେ ବହୁତ ସୁନ୍ଦର ଅଭିନୟ କରିଛନ୍ତି । ପୂର୍ବରୁ ଫିଲ୍ମର ଟିଜର ଏବଂ ପ୍ରଥମ ସିଙ୍ଗଲ୍ ‘ପୁଷ୍ପା ପୁଷ୍ପା’ ଦର୍ଶକଙ୍କ ଠାରୁ ଖୁବ୍‌ ଭଲ ପାଇବା ପାଇଥିଲା । ଏବେ ଦ୍ୱିତୀୟ ସିଙ୍ଗଲ୍ ବିଷୟରେ ଆଲୋଚନା ଆରମ୍ଭ ହେବାରେ ଲାଗିଛି ଏବଂ ଏହି ଯୋଡି ପୁଣି ଥରେ ରକ୍ କରିବାକୁ ପ୍ରସ୍ତୁତ ଅଛନ୍ତି । ଏହି ଗୀତଟି ଜବରଦସ୍ତ ହୋଇଛି ଏବଂ ଏହାର ସେଟ୍ ମଧ୍ୟ ବହୁତ ସନ୍ଦୁର ହୋଇଛି, ଯାହାର ଝଲକ ଏହି ଭିଡିଓରେ ଦେଖିବାକୁ ମିଳିଛି । ତେବେ କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟଙ୍କ କୋରିଓଗ୍ରାଫ୍‌ରେ ଅଲ୍ଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦାନା ନାଚୁଥିବାର ନଜର ଆସିଛନ୍ତି । ଉଭୟଙ୍କ ଷ୍ଟାଇଲ୍‌ ଫ୍ୟାନ୍ସଙ୍କୁ ଖୁବ୍‌ ପସନ୍ଦ ଆସୁଛି ।

ଗୀତଟି ମେଲୋଡି କୁଇନ୍‌ ଶ୍ରେୟା ଘୋଷାଲ ଗାଇଛନ୍ତି । ଏହା ସହ ସେ ୬ଟି ଭାଷାରେ ଏହି ଗୀତଟିକୁ ସୁନ୍ଦର ଭାବରେ ଉପସ୍ଥାପିତ ହୋଇଛି । ଗୀତଟି ଏକ ମଜାଦାର ପେପି ନମ୍ବର ଯାହା ନିଶ୍ଚିତ ଭାବରେ ଲୋକଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି କରିବା । ଏହି ଗୀତରେ ଅଲ୍ଲୁ ଅର୍ଜୁନ ଏକ ଭିନ୍ନ ଷ୍ଟାଇଲ୍‌ରେ ଦେଖିବାକୁ ମିଳିଥିବାବେଳେ ରଶ୍ମିକା ତାଙ୍କ ସାମି ସାମି ସହିତ ଫେରି ଆସିଛନ୍ତି । ଏହା ବ୍ୟତୀତ ଗୀତର ଭିଡିଓରେ ବହୁତ ସୁନ୍ଦର ହୁକ୍ ଷ୍ଟେପ୍ ମଧ୍ୟ ରହିଛି । ଯାହା ରିଲ୍ ଦୁନିଆରେ ମଧ୍ୟ ଛାଇ ଯିବ । ତେବେ ଏହି ଗୀତର ସୁଟିଂର ଝଲକ ଦେଖିବାକୁ ମିଳିଛି । ଏହା ସହ ଏହି ଫିଲ୍ମ ପ୍ରଥମ ଗୀତ ‘ପୁଷ୍ପା ପୁଷ୍ପା’ ୟୁଟ୍ୟୁବରେ ୨.୨୬ ମିଲିୟନ୍ ଲାଇକ୍ ସହିତ ୬ ଟି ଭାଷାରେ ୧୦୦ ମିଲିୟନ୍ ଭ୍ୟୁ ପାଇ ଏକ ରେକର୍ଡ ସୃଷ୍ଟି କରିଛି । ସେଥିପାଇଁ ଅନୁମାନ କରାଯାଉଛି ଯେ ଏହାର ଦ୍ୱିତୀୟ ସିଙ୍ଗଲ୍ ମଧ୍ୟ ଏକ ନୂଆ ରେକର୍ଡ ସୃଷ୍ଟି କରିପାରିବ ।

ଫିଲ୍ମ ବିଷୟରେ କହିବାକୁ ଗଲେ ‘ପୁଷ୍ପା ଦି ରୁଲ୍‌’ର ଟିଜର ମୁକ୍ତିଲାଭ କରିଥିଲା ଯାହାକୁ ଲୋକମାନେ ବହୁତ ପସନ୍ଦ କରିଥଲେ । ବହୁତ ସମୟ ଧରି ଏହା ବିଷୟରେ ଆଲୋଚନା ହୋଇଥିଲା ଏବଂ କିଛି ଦିନ ପୂର୍ବରୁ ଫିଲ୍ମର ପ୍ରଥମ ଗୀତ ମୁକ୍ତିଲାଭ କରିଥିଲା । ଏହି ଗୀତ ଏକ ଉତ୍ସାହ ସୃଷ୍ଟି କରିଥିଲା ଏବଂ ବର୍ତ୍ତମାନ ରଶ୍ମିକା ଏବଂ ଅଲ୍ଲୁ ଅର୍ଜୁନଙ୍କ ଦ୍ୱିତୀୟ ଗୀତରେ ଦେଖିବାକୁ ମିଳିବ । ଟିଜର ରିଲିଜ୍ ହେବା ପରଠାରୁ ଫିଲ୍ମର ପ୍ରତ୍ୟେକ ଅପଡେଟ୍ ବିଷୟରେ ପ୍ରଶଂସକ ଏବଂ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ତେବେ ‘ପୁଷ୍ପା ଦି ରୁଲ୍‌’ ଅଗଷ୍ଟ ୧୫ରେ ସାରା ବିଶ୍ୱର ସିନେମା ହଲରେ ରିଲିଜ୍‌ ହେବାକୁ ଯାଉଛି । ସୁକୁମାରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ମିଥ୍‌ରେ ମୁଭି ମେକର୍ସଙ୍କ ଦ୍ୱାରା ନିର୍ମିତ ଏହି ଫିଲ୍ମରେ ଅଲ୍ଲୁ ଅର୍ଜୁନ, ରଶ୍ମିକା ମନ୍ଦାନା ଏବଂ ଫାହାଦ୍ ଫୈସିଲ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ।

D Sonali

Recent Posts

ରାସ୍ତାରେ ଜଳିଗଲା ବାଇକ, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବିଭାଗ

ଆଠମଲ୍ଲିକ: ଆଠମଲ୍ଲିକ ନିକଟସ୍ଥ ମାଳିପଦର ଗ୍ରାମ ନିକଟ ପୂର୍ତ୍ତ  ରାସ୍ତାରେ ଜଳିଗଲା ବାଇକ | ପ୍ରକାଶ ଯେ,  ଆଠମଲ୍ଲିକ  କିଆକଟା…

2 mins ago

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

32 mins ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

40 mins ago

ଠାଣେ: ଫୁଟବଲ୍‌ ଟର୍ଫ ଉପରେ ଖସିପଡ଼ିଲା ଟିଣ ଶେଡ୍‌, ୯ ଜଣ ପିଲା ଆହତ; ଅନେକ ଗୁରୁତର

ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍‌ ଟର୍ଫ…

2 hours ago

ଯେକୌଣସି ବୟସରେ ଦାନ୍ତ ଉଠାଇ ପାରିବେ ଆପଣ, ଆସୁଛି ନୂଆ ମେଡିସିନ୍‌

ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…

3 hours ago

ଖୋର୍ଦ୍ଧା ଜେଲ୍ ପାଲଟିଛି ବ୍ରାଉନସୁଗର କାରବାରର ନୂଆ ଠିକଣା

ଖୋର୍ଦ୍ଧା(କେନ୍ୟୁଜ): ଖୋର୍ଦ୍ଧା ସହରକୁ ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କ ଯାଆସ । ଏତେ ଲୋକଙ୍କ ଭିଡ ଭିତରେ ଏଠି କେମିତି ଚାଲିଛି…

3 hours ago