ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟା ନଭେଲି ନନ୍ଦା ନିଜର ବିଜନେସ୍ ଆରମ୍ଭ କରିଛନ୍ତି। ନବ୍ୟା ଆରା ହେଲ୍ଥ ନାମରେ ଏକ ପେଲ୍ଟଫର୍ମ ଲଞ୍ଚ କରିଛନ୍ତି, ଯେଉଁଠାରେ ମହିଳାମାନେ ନିଜର ସ୍ୱାସ୍ଥ୍ୟଗତ ସମସ୍ୟା ସମ୍ବନ୍ଧରେ ଆଲୋଚନା କରିପାରିବେ। ଗତ ସୋମବାର ଦିନ ଆରା ହେଲ୍ଥର ଏକ ଇନଷ୍ଟାଗ୍ରାମ ପେଜ୍ ତିଆରି କରି ଏହାର ଘୋଷଣା କରିଛନ୍ତି। ୨୩ ବର୍ଷିୟ ନବ୍ୟା ତାଙ୍କର ଅନ୍ୟ ତିନି ଜଣ ସାଙ୍ଗ ମେହତା, ମଲ୍ଲିକା ସାହାଣୀ ଏବଂ ପ୍ରଜ୍ଞା ସାବୁଙ୍କ ସହ ମିଶି ଏହା ଆରମ୍ଭ କରିଛନ୍ତି।
ସୂଚନା ମୂତବାକ କିଛି ଦିନ ପୂର୍ବରୁ ଅଭିତାଭ ବଚ୍ଚନ ନବ୍ୟା ଗ୍ରାଜୁଏଟ୍ ହେବାର ଖୁସି ଖବର ସୋସିଆଲ ମିିଆରେ ସେୟାର କରିଥିଲେ। ଅମିତାଭ ବଚ୍ଚନ ନିଜର ଏକ ପୋଷ୍ଟରେ ଲେଖିଥିଲେ, ‘ନାତୁଣୀ ନବ୍ୟା. . .ଜଣେ ୟଙ୍ଗ ଷ୍ଟୁଡେଣ୍ଟ ଜୀବନର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଦିନ ହେଉଛି. . .ଗ୍ରାଜୁଏସନ୍ ଡେ।’ ସେ ନ୍ୟୁୟର୍କର କଲେଜରୁ ଗ୍ରାଜୁଏଟ୍ ହୋଇଛନ୍ତି କିନ୍ତୁ କରୋନା ଭାଇରସ ପାଇଁ ଜାରି ରହିଥିବା ଲକଡାଉନ ପାଇଁ ସମାରୋହ ରଦ୍ଦ କରିଦିଆଯାଇଛି। ନବ୍ୟା କିନ୍ତୁ ଗାଉନ୍ ଏବଂ କପ୍ ପିନ୍ଧିବାକୁ ଚାହୁଁଥିବାରୁ ତାଙ୍କୁ ଷ୍ଟାଫମାନେ ଗାଉନ୍ ଏବଂ କପ୍ ସିଲ ପ୍ରଦାନ କରିଥିଲେ। ଯାହାକୁ ପିନ୍ଧି ସେ ନିଜ ଘରେ ସେଲିବ୍ରେଟ୍ କରିଛନ୍ତି।
ବ୍ରହ୍ମଗିରି(କେନ୍ୟୁଜ): ସ୍ନାନ ପୂର୍ଣ୍ଣିମା ଦିନ ୧୦୮ ସୁବାସିତ ଜଳରେ ସ୍ନାନ କରିବା ପରେ ସବୁ ବର୍ଷ ପରି ଚଳିତ ବର୍ଷ…
ଆଠମଲ୍ଲିକ: ଆଠମଲ୍ଲିକ ନିକଟସ୍ଥ ମାଳିପଦର ଗ୍ରାମ ନିକଟ ପୂର୍ତ୍ତ ରାସ୍ତାରେ ଜଳିଗଲା ବାଇକ | ପ୍ରକାଶ ଯେ, ଆଠମଲ୍ଲିକ କିଆକଟା…
ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…
ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ଚାଲିଛି…
ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍ ଟର୍ଫ…
ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…