Below header

ଅମିତାଭଙ୍କ ନାତୁଣୀ ଆରମ୍ଭ କଲେ ବିଜନେସ୍‌, ୩ଜଣ ସାଙ୍ଗଙ୍କ ସହ ମିଶି ଆଣିଲେ ମହିଳାଙ୍କ ପାଇଁ ପ୍ଲେଟଫର୍ମ

ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟା ନଭେଲି ନନ୍ଦା ନିଜର ବିଜନେସ୍‌ ଆରମ୍ଭ କରିଛନ୍ତି। ନବ୍ୟା ଆରା ହେଲ୍ଥ ନାମରେ ଏକ ପେଲ୍ଟଫର୍ମ ଲଞ୍ଚ କରିଛନ୍ତି, ଯେଉଁଠାରେ ମହିଳାମାନେ ନିଜର ସ୍ୱାସ୍ଥ୍ୟଗତ ସମସ୍ୟା ସମ୍ବନ୍ଧରେ ଆଲୋଚନା କରିପାରିବେ। ଗତ ସୋମବାର ଦିନ ଆରା ହେଲ୍ଥର ଏକ ଇନଷ୍ଟାଗ୍ରାମ ପେଜ୍‌ ତିଆରି କରି ଏହାର ଘୋଷଣା କରିଛନ୍ତି। ୨୩ ବର୍ଷିୟ ନବ୍ୟା ତାଙ୍କର ଅନ୍ୟ ତିନି ଜଣ ସାଙ୍ଗ ମେହତା, ମଲ୍ଲିକା ସାହାଣୀ ଏବଂ ପ୍ରଜ୍ଞା ସାବୁଙ୍କ ସହ ମିଶି ଏହା ଆରମ୍ଭ କରିଛନ୍ତି।

navya-ନବ୍ୟାଙ୍କର ଏହି ନୂତନ ଜୀବନ ଆରମ୍ଭରେ ତାଙ୍କ ମାଁ ଶ୍ୱେତା ବଚ୍ଚନ ଏବଂ ମାମା ଅଭିଷେକ ବଚ୍ଚନଙ୍କ ସହ ବନ୍ଧୁମାନେ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। ନବ୍ୟାଙ୍କ ଶୁଭେଚ୍ଛା ଜଣାଇବା ସହ ଲେଖିଛନ୍ତି, ‘ବ୍ରାଭୋ ଲେଡିଜ୍‌। ଆଗେ ବଢୋ ଓର ଆସମାନ ଛୁଓଁ।’ ସେହିଭଳି ମାମା ଅମିଷେକ ବଚ୍ଚନ ଲେଖିଛନ୍ତି, ‘ବହୁତ ଆଛା ନବ୍ୟା, ମୁଝେ ତୁମ ପର ଗର୍ବ ହେ।’

ସୂଚନା ମୂତବାକ କିଛି ଦିନ ପୂର୍ବରୁ ଅଭିତାଭ ବଚ୍ଚନ ନବ୍ୟା ଗ୍ରାଜୁଏଟ୍‌ ହେବାର ଖୁସି ଖବର ସୋସିଆଲ ମିିଆରେ ସେୟାର କରିଥିଲେ। ଅମିତାଭ ବଚ୍ଚନ ନିଜର ଏକ ପୋଷ୍ଟରେ ଲେଖିଥିଲେ, ‘ନାତୁଣୀ ନବ୍ୟା. . .ଜଣେ ୟଙ୍ଗ ଷ୍ଟୁଡେଣ୍ଟ ଜୀବନର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଦିନ ହେଉଛି. . .ଗ୍ରାଜୁଏସନ୍‌ ଡେ।’ ସେ ନ୍ୟୁୟର୍କର କଲେଜରୁ ଗ୍ରାଜୁଏଟ୍‌ ହୋଇଛନ୍ତି କିନ୍ତୁ କରୋନା ଭାଇରସ ପାଇଁ ଜାରି ରହିଥିବା ଲକଡାଉନ ପାଇଁ ସମାରୋହ ରଦ୍ଦ କରିଦିଆଯାଇଛି। ନବ୍ୟା କିନ୍ତୁ ଗାଉନ୍‌ ଏବଂ କପ୍‌ ପିନ୍ଧିବାକୁ ଚାହୁଁଥିବାରୁ ତାଙ୍କୁ ଷ୍ଟାଫମାନେ ଗାଉନ୍‌ ଏବଂ କପ୍‌ ସିଲ ପ୍ରଦାନ କରିଥିଲେ। ଯାହାକୁ ପିନ୍ଧି ସେ ନିଜ ଘରେ ସେଲିବ୍ରେଟ୍‌ କରିଛନ୍ତି।

 

View this post on Instagram

 

Our Mission

A post shared by Aara Health (@aarahealth) on

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.