ଖାଁ ଖାଁ ସ୍ୱର୍ଗଦ୍ୱାର: ଲକଡାଉନ ଭିତରେ ବଦଳିଯାଇଛି ଚିତ୍ର, କମିଛି ଶବ ସତ୍କାର ହାର

ପୁରୀ: କରୋନା ଲକଡାଉନ ଭିତରେ ବଦଳିଯାଇଛି ସ୍ୱର୍ଗଦ୍ୱାରର ଚିତ୍ର । ଗତ ଦେଢ଼ମାସ ହେବ କମିଛି ଶବ ସତ୍କାରର ହାର । ଯେଉଁଠି ଦିନରାତି ଜୁଇ ଜଳୁଥିଲା ଆଜି ସେହି ସ୍ୱର୍ଗଦ୍ୱାର ଖାଁ ଖାଁ । ପୁରୀ ଗ୍ରୀନ ଜୋନରେ ଥିବା ସତ୍ୱେ କେବଳ ଅଳ୍ପ କେତେକଙ୍କୁ ଛାଡ଼ିଦେଲେ କେହି ବି ଶବ ସତ୍କାର ପାଇଁ ଆସିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି ।

ସ୍ୱର୍ଗଦ୍ୱାର ନିକଟସ୍ଥ ଅଞ୍ଚଳରୁ ୨ କରୋନା ପଜିଟିଭ ଚିହ୍ନଟ ପରେ ଏହାକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଥିଲ । କାଁ ଭାଁ କିଏ କେମିତି ଆମ୍ବୁଲାନ୍ସରେ ଆସି ଶବ ସତ୍କାର କରୁଥିବା ସ୍ଥାନୀୟ କର୍ମଚାରୀ କହିଛନ୍ତି । ସେପଟେ ସ୍ୱର୍ଗଦ୍ୱାରର ପୁନଃନିର୍ମାଣ କାର୍ଯ୍ୟ ଗତ ୨ ମାସ ତଳେ ଆରମ୍ଭ ହୋଇଥିଲେ ମଧ୍ୟ ଏବେ ଏହା ଠପ ହୋଇଯାଇଛି ।

puriମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ଆସିଥିବା ୫ କୋଟି ଟଙ୍କାରେ ସ୍ୱର୍ଗଦ୍ୱାରର ବିକାଶ ପାଇଁ ଅନେକ ଯୋଜନା ଥିଲେ ମଧ୍ୟ ଲକଡାଉନ ଏଥିରେ ବାଧକ ସାଜିଛି । ସ୍ୱର୍ଗଦ୍ୱାରରେ ଶବସତ୍କାର ପାଇଁ ହିନ୍ଦୁ ମାନଙ୍କ ମଧ୍ୟରେ ଶେଷ ଇଚ୍ଛା ଥାଏ । ଲକଡାଉନ ପରେ ଏଥିରେ ପରିବର୍ତ୍ତନ ନେଇ ଆଶା ବାନ୍ଧିଛନ୍ତି ସ୍ଥାନୀୟ ବାସିନ୍ଦା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.