Below header

ମାଲକାନଗିରି: ପୋଲିସ କ୍ୟାଣ୍ଟିନ୍‌ରେ କାମ କରୁଥିବା ମହିଳାଙ୍କୁ ଦୁଷ୍କର୍ମ! ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରିବା ବାଟରେ ମୃତ୍ୟୁ

ମାଲକାନଗିରି: ପୋଲିସ କ୍ୟାଣ୍ଟିନ୍‌ରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ। ମାଲକାନଗିରି ପୋଲିସ କ୍ୟାଣ୍ଟିନ୍‌ରେ କାମ କରୁଥିବା ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରିବା ବାଟରେ ତାଙ୍କର ମୃତ୍ୟୁ ହୋଇଛି। ମହିଳା ଜଣଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ତାଙ୍କ ସ୍ୱାମୀ ମାଲକାନଗିରି ଥାନାରେ ଏତଲା ଦେଇଛନ୍ତି। ଘଟଣାରେ ତଦନ୍ତ ପାଇଁ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଟିମ୍‌ ଗଠନ କରାଯିବ ବୋଲି କହିଛନ୍ତି ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ସଫିନ୍‌ ଅହମ୍ମଦ।

ଗତ ୭ ତାରିଖରେ ମହିଳା ଜଣକ କ୍ୟାଣ୍ଚିନରେ କାମ କରିବାକୁ ଯାଇଥିବାବେଳେ ତାଙ୍କ ଦେହ ଖରାପ ଥିବା କ୍ୟାଣ୍ଟିନ୍‌ ମାଲିକ ମହିଳାଙ୍କୁ ସ୍ୱାମୀଙ୍କୁ କହିଥିଲେ। ଏହାପରେ ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ମାଲକାନଗିରି ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ୧୧ ତାରିଖରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରିବା ବାଟରେ ମୃତ୍ୟୁ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.