ଆଜିଠୁ ରଥନିର୍ମାଣ ସେବକଙ୍କ ହେବ କୋଭିଡ୍‌ ଟେଷ୍ଟ, ସ୍ନାନ ଯାତ୍ରା ଥିବାରୁ ଦଇତାପତି ମାନଙ୍କର ମଧ୍ୟ କରାଯିବ ସ୍ୱାସ୍ଥ୍ୟ ପରୀକ୍ଷା

ପୁରୀ: ଆଜିଠୁ ରଥନିର୍ମାଣ ସେବକଙ୍କ କୋଭିଡ୍‌ ପରୀକ୍ଷା। ରଥ ନିର୍ମାଣରେ ନିୟୋଜିତ ୧୨୦ ମହାରଣା, ଭୋଇ, ରୂପକାର, କମାର ସେବକଙ୍କ ଆଜି କରୋନା ପରୀକ୍ଷା କରାଯିବ । ସେହିପରି ଆଗକୁ ସ୍ନାନ ଯାତ୍ରା ଥିବାରୁ ଦଇତାପତି ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ସ୍ନାନଯାତ୍ରା ପୂର୍ବରୁ ସେମାନଙ୍କୁ ସଂଗରୋଧରେ ରହିବାକୁ ପ୍ରସ୍ତାବ ଦିଆଯାଇଛି । ଜୁନ୍‌ ୫ରେ ସ୍ନାନଯାତ୍ରା ଅନୁଷ୍ଠିତ ହେବ। ଏନେଇ ଦଇତାପତିଙ୍କ ସହ ମନ୍ଦିର ପ୍ରଶାସନ ଆଲୋଚନା କରିଛି।

rathaସେପଟେ ଚଳଚଞ୍ଚଳ ରଥଖଳା । ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣର ଆଜି ଷଷ୍ଠ ଦିନ। ଦୃତ ଗତିରେ ଆଗେଇ ଚାଲିଛି ରଥ ନିର୍ମାଣ କାମ । ଏବେ ସୁଦ୍ଧା ୪୨ଟି ତୁମ୍ବ ଓ ସୁତାବାଡିଆ କାମ ଶେଷ ହୋଇଛି । ସେହିଭଳି ରଥର ୩ଟି ଅଖ କାର୍ଯ୍ୟ ମଧ୍ୟ ଶେଷ ହୋଇଛି । ୩ରଥରେ ୨ଟି ଲେଖାଏ କରି ୬ଟି ତୁମ୍ବରେ ଅର ସଂଯୋଗ କରି ପଇ ବିନ୍ଧା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.