ମନୋରଂଜନ

୭୯ ବର୍ଷରେ ବିଭିନ୍ନ ଦୂରାରୋଗ୍ୟରେ ପୀଡ଼ିତ ଥାଇ ବି ଫିଟ୍‌ ଅଛନ୍ତି ଅମିତାଭ ବଚ୍ଚନ, ଜାଣନ୍ତୁ ତାଙ୍କ ଡାଏଟ୍‌ ଓ ସ୍ୱାସ୍ଥ୍ୟର ରାଜ୍‌

ବଲିଉଡ୍‌ର ବିଗ୍‌ ବି ଅମିତାଭ ବଚ୍ଚନ ବୟସର ଅପରାହ୍ନରେ ମଧ୍ୟ ବହୁ ୟଙ୍ଗ୍‌ ହିରୋଙ୍କୁ ପଛରେ ପକାଇ ଦେଇଛନ୍ତି। ୭୯ ବର୍ଷ ବୟସରେ ବି ଫିଟ୍‌ ଅଛନ୍ତି ଅମିତାଭ ବଚ୍ଚନ। ଅମିତାଙ୍କର ଲିଭର ସିରୋସିସ୍‌ ରୋଗ ରହିଛି। ସେଥିରେ ବି ସେ କରୋନାକୁ ବି ମାତ୍‌ ଦେଇ ସାରିଛନ୍ତି। ଏଥିସହ ସେ ଆଖିର ମଧ୍ୟ ଅପରେସନ୍‌ କରି ସାରିଛନ୍ତି। ବିଗ୍‌ ବିଙ୍କର Myasthenia gravis ଅଟୋଇମ୍ୟୁଇନ୍‌ ଡିଜିଜ୍‌ ମଧ୍ୟ ରହିଛି। ଏତେ ସବୁ ରୋଗରେ ପୀଡ଼ିତ ହୋଇଥିଲେ ମଧ୍ୟ ଅମିତାଭ ସବୁବେଳେ ସକାରାତ୍ମକ ମନୋଭାବ ପୋଷଣ କରିଥାନ୍ତି। ତାଙ୍କୁ ଦେଖିଲେ ବୟସର ବି ଅନ୍ଦାଜା ଲଗାଇବା ମୁସ୍କିଲ। ଅମିତାଭ ଏବେ ଫିଲ୍ମ ଓ ସିରିୟଲ କରିବା ସହ ବ୍ଲଗ୍‌ ମଧ୍ୟ କରୁଛନ୍ତି। ତେବେ ଆସନ୍ତୁ ଜାଣିବା ବିଗ୍‌ ବିଙ୍କ ଖାଦ୍ୟ ପେୟ ସମ୍ପର୍କରେ…

ଅମିତାଭ ନିଜ ବ୍ଲଗ୍‌ରେ ଲେଖିଥିଲେ ଯେ ସେ ନିଜ ଦିନର ଆରମ୍ଭ ଜିମ୍‌ ସେସନ୍‌ରୁ କରିଥାନ୍ତି। ତୁଳସୀ, ପ୍ରୋଟିନ୍‌ ଓ ଅନ୍ୟ କେତେକ ଜିନିଷକୁ ସେ ବ୍ରେକ୍‌ଫାଷ୍ଟରେ ସେବନ କରିଥାନ୍ତି। ତା ପରେ ଅମିତାଭ ଯୋଗ-ପ୍ରାଣାୟାମ ଭଳି ବ୍ରିଦିଂ ଏକ୍ସରସାଇଜ୍‌ କରିଥାନ୍ତି। ସକାଳର ଜଳଖିଆ ପରେ ବିଗ୍‌ ବି ମେଡିସିନ୍‌, ପଇଡ଼ ପାଣି, ଅଁଳା ଜୁସ୍‌, ଖଜୁରୀ, ତୁଳସୀ ପତ୍ର ଓ ବାଦାମ ଖାଇଥାନ୍ତି। ଜଳଖିଆରେ ସେ ପ୍ରୋଟିନ୍‌ ଡ୍ରିଙ୍କ, ବାଦାମ୍‌, ଦଲିଆ ଓ ମେଡିସିନ୍‌ ଖାଇଥାନ୍ତି।

ଜିମ୍‌ରେ ବିଗ୍‌ ବି କଦଳୀ, ସେଓ ଓ ଖଜୁରୀ ଖାଇଥାନ୍ତି। ଦିନ ଭିତରେ ସେ ପ୍ରଚୁର ପରିମାଣରେ ପାଣି ପିଇଥାନ୍ତି। ଏକ୍ସରସାଇଜ୍‌ ସାରିବା ପରେ ଅମିତାଭ ପ୍ରତିଦିନ ଯୋଗ ଓ ପ୍ରାଣାୟାମ କରନ୍ତି। ଯାହା ତାଙ୍କ ଶରୀରକୁ ଭିତରୁ ସୁସ୍ଥ ରଖେ ବୋଲି ବିଶ୍ୱାସ କରନ୍ତି ବିଗ୍‌ ବି। ଶରୀରର ବିଭିନ୍ନ ସମସ୍ୟାକୁ ଦୃଷ୍ଟିରେ ରଖି ଅମିତାଭ ଦିନରେ ୨୦ ମିନିଟ୍‌ ଓ୍ଵାକିଂ ବି କରନ୍ତି।

ସେହିଭଳି ସନ୍ଧ୍ୟା ବେଳେ ଅମିତାଭ ବଚ୍ଚନ ବିନା ଲଙ୍କାରେ ଅଣ୍ଡା ଭୁଜିଆ ଓ କ୍ଷୀର ପିଇଥାନ୍ତି। ଲଞ୍ଚ୍‌ରେ ସେ ୨-୩ଟି ରୁଟି, ଡାଲି ଓ ସବୁଜ ପନିପରିବା ଖାଆନ୍ତି। ଅମିତାଭ ଖୁବ୍‌ କମ୍‌ ଭାତ ଖାଆନ୍ତି। ସେହିଭଳି ଡିନରରେ ସେ ଅଧିକ ସବୁଜ ପନିପରିବା ଓ ପନିର ଭୁଜିଆ ଖାଇଥାନ୍ତି ବୋଲି ତାଙ୍କ ମୁଖ୍ୟ ସେଫ୍‌ ଦିନେ ଏକ ଇଣ୍ଟରଭ୍ୟୁରେ କହିଥିଲେ।

Also Read: ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଲାଗୁ କରିବାରେ ଓଡ଼ିଶା ପ୍ରଥମ, NFSAରେ ଯୋଡ଼ି ହୋଇଛନ୍ତି ୩ କୋଟିରୁ ଅଧିକ ଲୋକ

WCW 11

Recent Posts

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

17 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

25 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

41 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago