Categories: ମନୋରଂଜନ

୨୦୦ ଚାଷୀଙ୍କୁ ୧.୨୫କୋଟିର ଋଣ ଶୁଝିବା ସହ ସହିଦ୍ ପରିବାରକୁ ଦେବେ ୧ କୋଟି ଟଙ୍କା : ଅମିତାଭ ବଚ୍ଚନ

ମୁମ୍ବାଇ : କେରଳର ବନ୍ଯା ପିଡ଼ିତାଙ୍କ ସାହାଯ୍ଯ କରିବା ପରେ ଏବେ ବଲିଉଡ଼ର ସେହେନ୍ସା ଦେଶର ଚାଷୀ ଏବଂ ଯବାନଙ୍କ ସାହାଯ୍ଯ ପାଇଁ ହାତ ବଢ଼ାଇଛନ୍ତି।  କୋନ ବନେଗା କରୋଡ଼ ପତିର ଦଶମ ସିଜନର ମିଡ଼ିଆ ସାକ୍ଷାତକାର ସମୟରେ ଅମିତାଭ ବଚ୍ଚନ ଋଣ ଭାରରେ ବୁଡ଼ି ରହିଥିବା ଚାଷୀ ମାନଙ୍କୁ ୧.୨୫ କୋଟିର ସାହାଯ୍ଯ କରିବେ ବୋଲି କହିଛନ୍ତି।

କାହିଁକି କରୁଛନ୍ତି ଅଭିତାଭ ଚାଷୀଙ୍କୁ ସାହାଯ୍ଯ?

ଅଭିନେତା ଅମିତାଭ ଏହାର କାରଣ କହିଛନ୍ତି, କିଛି ବର୍ଷ ପୁର୍ବେ ଆନ୍ଧ୍ରପ୍ରଦେଶର ବିଜାଗ ଅଞ୍ଚଳରେ ସୁଟିଂ କରୁଥିଲେ। ସେଠାରେ ସେ ଶୁଣିବାକୁ ପାଇଲେ କି ଚାଷୀ ମାନେ କରଜ ପାଇଁ ଆତ୍ମହତ୍ଯା କରିବା ଭଳି ଚରମ ନିଷ୍ପତ୍ତି ନେଉଛନ୍ତି। ଏହା ଶୁଣି ସେ ବହୁତ ଦୁଃଖି ହୋଇଯାଇଥିଲେ ଏବଂ ଭାବିଥିଲେ ମାତ୍ର ୩୦-୪୦ ହଜାର ପାଇଁ କିପରି କିଏ ନିଜର ଜୀବନ ହାରି ପାରୁଛନ୍ତି। ସେତେବେଳେ ଅମିତାଭ ସେହି ଅଞ୍ଚଳର ୫୦ଟି ଚାଷୀ ପରିବାରର ଋଣ ଟଙ୍କା ଦେଇଥିଲେ। ଏବେ ଅମିତାଭ ପୁଣିଥରେ ୨୦୦ଟି ଚାଷୀ ପରିବାରର ଋଣ ଶୁଝିବା ନେଇ ଘୋଷଣା କରିଛନ୍ତି।

ନିଶ୍ଚିତ ପଢ଼ନ୍ତୁ: ହିରୋରୁ ଜିରୋ ହେଲେ ସଲମାନ୍

ଖାଲି ସେତିକି ନୁହଁ ଅଭିନେତା ଚାଷୀଙ୍କ ପରିବାର ସହ ସହିଦ ଜବାନଙ୍କ ପରିବାରକୁ ମଧ୍ୟ ସାହାଯ୍ଯର ହାତ ବଢ଼ାଇଛନ୍ତି। ସରକାରଙ୍କ ସହୟତା ନେଇ ମୋଟ ୧୧୨ଟି ଡ଼ିମାଣ୍ଡ ଡ଼୍ରାଫ୍ଟ ପ୍ରସ୍ତୁତ କରାଯାଇଛି। ପ୍ରାୟ ୧କୋଟି ଟଙ୍କା ଶହୀଦଙ୍କ ପତ୍ନୀ ,ତାଙ୍କ ପିତା ଏବଂ ମାତାଙ୍କୁ ଦିଆଯିବ।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago