୨୦୦ ଚାଷୀଙ୍କୁ ୧.୨୫କୋଟିର ଋଣ ଶୁଝିବା ସହ ସହିଦ୍ ପରିବାରକୁ ଦେବେ ୧ କୋଟି ଟଙ୍କା : ଅମିତାଭ ବଚ୍ଚନ

ମୁମ୍ବାଇ : କେରଳର ବନ୍ଯା ପିଡ଼ିତାଙ୍କ ସାହାଯ୍ଯ କରିବା ପରେ ଏବେ ବଲିଉଡ଼ର ସେହେନ୍ସା ଦେଶର ଚାଷୀ ଏବଂ ଯବାନଙ୍କ ସାହାଯ୍ଯ ପାଇଁ ହାତ ବଢ଼ାଇଛନ୍ତି। କୋନ ବନେଗା କରୋଡ଼ ପତିର ଦଶମ ସିଜନର ମିଡ଼ିଆ ସାକ୍ଷାତକାର ସମୟରେ ଅମିତାଭ ବଚ୍ଚନ ଋଣ ଭାରରେ ବୁଡ଼ି ରହିଥିବା ଚାଷୀ ମାନଙ୍କୁ ୧.୨୫ କୋଟିର ସାହାଯ୍ଯ କରିବେ ବୋଲି କହିଛନ୍ତି।
କାହିଁକି କରୁଛନ୍ତି ଅଭିତାଭ ଚାଷୀଙ୍କୁ ସାହାଯ୍ଯ?
ଅଭିନେତା ଅମିତାଭ ଏହାର କାରଣ କହିଛନ୍ତି, କିଛି ବର୍ଷ ପୁର୍ବେ ଆନ୍ଧ୍ରପ୍ରଦେଶର ବିଜାଗ ଅଞ୍ଚଳରେ ସୁଟିଂ କରୁଥିଲେ। ସେଠାରେ ସେ ଶୁଣିବାକୁ ପାଇଲେ କି ଚାଷୀ ମାନେ କରଜ ପାଇଁ ଆତ୍ମହତ୍ଯା କରିବା ଭଳି ଚରମ ନିଷ୍ପତ୍ତି ନେଉଛନ୍ତି। ଏହା ଶୁଣି ସେ ବହୁତ ଦୁଃଖି ହୋଇଯାଇଥିଲେ ଏବଂ ଭାବିଥିଲେ ମାତ୍ର ୩୦-୪୦ ହଜାର ପାଇଁ କିପରି କିଏ ନିଜର ଜୀବନ ହାରି ପାରୁଛନ୍ତି। ସେତେବେଳେ ଅମିତାଭ ସେହି ଅଞ୍ଚଳର ୫୦ଟି ଚାଷୀ ପରିବାରର ଋଣ ଟଙ୍କା ଦେଇଥିଲେ। ଏବେ ଅମିତାଭ ପୁଣିଥରେ ୨୦୦ଟି ଚାଷୀ ପରିବାରର ଋଣ ଶୁଝିବା ନେଇ ଘୋଷଣା କରିଛନ୍ତି।
ନିଶ୍ଚିତ ପଢ଼ନ୍ତୁ: ହିରୋରୁ ଜିରୋ ହେଲେ ସଲମାନ୍
ଖାଲି ସେତିକି ନୁହଁ ଅଭିନେତା ଚାଷୀଙ୍କ ପରିବାର ସହ ସହିଦ ଜବାନଙ୍କ ପରିବାରକୁ ମଧ୍ୟ ସାହାଯ୍ଯର ହାତ ବଢ଼ାଇଛନ୍ତି। ସରକାରଙ୍କ ସହୟତା ନେଇ ମୋଟ ୧୧୨ଟି ଡ଼ିମାଣ୍ଡ ଡ଼୍ରାଫ୍ଟ ପ୍ରସ୍ତୁତ କରାଯାଇଛି। ପ୍ରାୟ ୧କୋଟି ଟଙ୍କା ଶହୀଦଙ୍କ ପତ୍ନୀ ,ତାଙ୍କ ପିତା ଏବଂ ମାତାଙ୍କୁ ଦିଆଯିବ।