ଟାଇଗରଙ୍କ ଟ୍ରିବ୍ଯୁଟ୍ : ମାଇକେଲଙ୍କ ପାଇଁ ଶେୟାର କଲେ ଡ଼୍ଯାନ୍ସ ଭିଡ଼ିଓ

ମୁମ୍ବାଇ : ଆଜି ୨୯ ଅଗଷ୍ଟ ୧୯୫୮ରେ ଜନ୍ମଗ୍ରହଣ କରିଥିଲେ ବିଶ୍ବର ଶେଷ୍ଠ ଡ଼୍ଯାନ୍ସର ଭାବେ ଜଣାଯାଉଥିବା ସ୍ବର୍ଗତ ମାଇକେଲ ଜ୍ୟାକସନ୍। ତାଙ୍କୁ ଜନ୍ମଦିନରେ ଟ୍ରିବ୍ୟୁଟ ଦେଇଛନ୍ତି ବଲିଉଡ଼ର ଫ୍ଳଇଂ ଜଟ୍ ଅଭିନେତା ଟାଇଗର ଶ୍ରଫ। ସେ ଦୁନିଆରୁ ଚାଲିଯାଇଛନ୍ତି ସତ କିନ୍ତୁ ଏବେ ବି ଫ୍ୟାନଙ୍କ ହୃଦୟରେ ବଞ୍ଚି ରହିଛନ୍ତି। ଆଉ ନିଜ ଆଦର୍ଶ ମାଇକେଲ ଜ୍ୟାକସନ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଟାଇଗର।

ଏନେଇ ଇନ୍‌ଷ୍ଟାଗ୍ରାମରେ ଟାଇଗର ଶେୟାର କରିଛନ୍ତି ଏହି ଭିଡିଓ। ଭିଡିଓରେ ଟାଇଗରଙ୍କୁ ଅବିକଳ ମାଇକେଲ ଜ୍ୟାକସନ୍‌ଙ୍କ ଭଳି ଡାନ୍ସ କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓରେ ଟାଇଗର ହ୍ଵାଇଟ ସୁଟ, ବ୍ଲୁ ସାର୍ଟ ପିନ୍ଧିଛନ୍ତି। ଟାଇଗରଙ୍କ ଫ୍ୟାନ ଏହି ଭିଡିଓକୁ ବେଶ୍‌ ପସନ୍ଦ କରୁଛନ୍ତି। କିଛି ସମୟ ମଧ୍ୟରେ ହିଁ ଟାଇଗରଙ୍କ ଏହି ଭିଡ଼ିଓଟି ବହୁ ସଂଖ୍ଯାକ ଭାଇରାଲ ହୋଇଥିଲା।

Leave A Reply

Your email address will not be published.