ରେଲୱେର ପ୍ରଥମ ଆଟିଫିସିଆଲ ଇଣ୍ଟେଟେଲିଜେନ୍ସ କୋଚ୍ : ରେଳ ଧାରଣ କଟିଥିଲେ ଦେବ ସୂଚନା

ନୂଆଦିଲ୍ଳୀ : ମଡ଼ର୍ନ ରେଳ କୋଚ କମ୍ପାନୀ ରାଏବରେଲୀର ଇଞ୍ଜିନିୟର ମାନେ ଭାରତର ପ୍ରଥମ ଆର୍ଟିଫିସିଆଲ କୋଚ ନିର୍ମାଣ କରିଛନ୍ତି। ଏହାକୁ ଅଗଷ୍ଟ ୩୦ ତାରିଖରୁ କେଫିୟତ୍ ଏକ୍ସପ୍ରେସରେ ଲଗାଯିବା ନେଇ ଖବର ରହିଛି। ଗତକାଲି ନୂଆଦିଲ୍ଲୀସ୍ଥିତ ସଫଦରଗଞ୍ଜରେ ଏହାର ଉଦଘାଟନ କରାଯାଇଛି।

rail

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ଦ୍ବାରା ଏହି କୋଚରେ ଯାତ୍ରୀଙ୍କ ସୁରକ୍ଷା ପାଇଁ ରାତିରେ ଦେଖାଯାଇ ପାରୁଥିବା ହାଇ ରିଜୋଲ୍ଯୁସନ ବିଶିଷ୍ଟ ଦୁଇଟି ସିସିଟିଭି କ୍ଯାମେରା ଲଗାଯାଇଛି। ଏଥିସହ କବାଟରେ ଏଲଇଡ଼ି ପ୍ଯାନେଲ, ୱାଟର ଲେବଲ ମିଟର ଏବଂ ଏମରଜେନ୍ସି ବଟନ ଲଗାଯାଇଛି। କୋଚରେ ଏଚପିଏ ଫିଲଟର ମଧ୍ୟ ଲଗାଯାଇଛି। ଏହା ପ୍ରଦୂଷଣ ସୃଷ୍ଟି କରୁଥିବା ପିଏମ ୨.୫ ଏବଂ ପିଏମ ୧୦ ଲେବଲକୁ ନିୟନ୍ତ୍ରିତ କରିବ। କୋଚରେ ଇଣ୍ଟରନେଟ ବ୍ଯବହାର କରିବା ପାଇଁ ହଟସ୍ପଟ ମଧ୍ୟ ଦିଆଯିବ।

ଆହୁରି ପଢ଼ନ୍ତୁ : ମିନିମମ୍‌ ବାଲାନ୍ସ ପେନାଲ୍‌ଟି : ଗୋଟିଏ ବର୍ଷରେ ଆଦାୟ ୫ ହଜାର କୋଟି ଟଙ୍କା ଜରିମାନା

କୋଚର ଖାସ କଥା ହେଉଛି ଏହା ଖରାପ ରେଳଧାରଣାର ଚିହ୍ନଟ କରି ତାହାର ଡ଼ାଟା ରେକଡ଼ କରି ତାହାକୁ କ୍ଲାଉଡ଼ରେ ଷ୍ଟୋର କରରିଦେବ। ଏମସିଏଫର ଜେନେରାଲ ମ୍ଯାନେଜର ରାଜେଶ ଅଗ୍ରୱାଲ କହିଛନ୍ତି ଏହି ଡ଼ାଟାର ଆଧାରରେ ରେଳଧାରଣର ସ୍ଥିତି ଜଣାହେବ। ଯାହାଦ୍ବାରା ସମୟ ଥାଉ ତାହକୁ ରିପ୍ଯାରିଂ କରିହେବ। କୋଚର ଚକରେ ୮ଟି ପାୱରଫୁଲ ସେନ୍ସର ଲଗାଯାଇଥିଲା।

ଉତ୍ତର ରେଲୱେର ମୁଖ୍ଯ ଇଞ୍ଚିନିୟର ଅରୁଣ ଅରୋଡ଼ାଙ୍କ କହିବା ଅନୁଯାୟୀ , ଏବେ ପର୍ଯ୍ଯନ୍ତ ଏପରି ଦୁଇଟି କୋଚକୁ ଆରମ୍ଭ କରାଯାଇଛି। ଯଦି ଏହାର ପରିକ୍ଷଣ ଠିକ୍ ରହିଲା ତେବେ ଏହାକୁ ଅନ୍ଯ ଟ୍ରେନ୍ ମାନଙ୍କରେ ମଧ୍ୟ ଲଗାଯିବ।

Leave A Reply

Your email address will not be published.