Below header

ଚାନ୍ଦବାଲିରେ ଡ଼ବଲ ମର୍ଡ଼ର : ସ୍ବାମୀ, ସ୍ତ୍ରୀ ପ୍ରାଣ ହରାଇଥିବା ବେଳେ ଗୁରୁତର ଝିଅ

ଭଦ୍ରକ(କେନ୍ଯୁଜ୍) : ଭଦ୍ରକ ଜିଲ୍ଲା ଚାନ୍ଦବାଲି ମତୋ ମାଳବାଡ଼ ଗାଁରେ ଡବଲ୍‌ ମର୍ଡର । ଗୋଟିଏ ପରିବାରର ଆକ୍ରମଣରେ ଅନ୍ୟ ପରିବାରର  ସ୍ୱାମୀ ଓ ସ୍ତ୍ରୀ ପ୍ରାଣ ହରାଇଥିବା ବେଳେ ଝିଅ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି । ମୃତକ ହେଲେ  ସୁଧାକର ବିଶ୍ୱାଳ ଓ ତାଙ୍କ ପତ୍ନୀ ସରସ୍ୱତୀ ବିଶ୍ୱାଳ ।

ଏକତରଫା ପ୍ରେମ ସମ୍ପର୍କକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ପରେ ଏହା ଉଗ୍ରରୂପ ନେଇଥିଲା । ଆକ୍ରମଣକାରୀ ତି୍ରଲୋଚନ ସେନାପତି କାଠ ଫାଳିଆରେ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ସରସ୍ୱତୀ ପ୍ରାଣ ହରାଇଥିଲେ । ସେହିପରି ଚାନ୍ଦବାଲି ମେଡିକାଲରେ ସୁଧାକରଙ୍କ ମୃତ୍ୟୁ ହୋଇଥିଲା । ଆକ୍ରମଣକାରୀ ତ୍ରିଲୋଚନ ସେନାପତି ଓ ତାଙ୍କ ମା’ଙ୍କୁ ଅଟକ ରଖିବା ସହ ପୋଲିସ ଘଟଣାର ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.