ଜନ୍ମାଷ୍ଟମୀ ଦୁଇ ଦିନ, ବ୍ରତ କେବେ ପାଳନ ? ଜାଣନ୍ତୁ

ଏଥର ଜନ୍ମାଷ୍ଟମୀ ଦୁଇ ଦିନ ପାଳନ ହେବ । ସେପଟେମ୍ବର ୨ ଓ ୩ ତାରିଖ ଦୁଇ ଦିନ । କାରଣ ୨ ତାରିଖ ରାତି ୮.୪୫ ମିନିଟରୁ ଅଷ୍ଟମୀ ତିଥି ଆସୁଛି । ଏହା ସେପଟେମ୍ବର ୩ ତାରିଖ ସନ୍ଧ୍ୟା ୭ଟା ପର୍ଯନ୍ତ ରହିବ । ତେବେ ଜନ୍ମାଷ୍ଟମୀ ବ୍ରତ ପାଳନ ହେବ ସେପଟେମ୍ବର ୨ ତାରିଖ ରବିବାର ଦିନ । ସେହିଦିନ ଅର୍ଦ୍ଧରାତ୍ରିରେ ଅଷ୍ଟମୀ ତିଥି ସହ ରୋହିଣୀ ନକ୍ଷତ୍ର ସଂଯୁକ୍ତ ହେଉଛି । ଏହି ଯୋଗ ରହୁଥିବାରୁ ଜନ୍ମାଷ୍ଟମୀ ବ୍ରତ ପାଳନ କରାଯିବ ।