ହଲିଉଡ୍ ଅଭିନେତ୍ରୀ ତଥା ମଡେଲ୍ ଆମି ଜାକ୍ସନ ଏକ ପୁତ୍ର ସନ୍ତାନର ଜନନୀ ସାଜିଛନ୍ତି। ଅଭିନେତ୍ରୀ ଆମି ତାଙ୍କ ନବଜାତ ଶିଶୁ ଓ ସ୍ୱାମୀଙ୍କ ସହ ସୋସିଆଲ୍ ମିଡିଆରେ ତାଙ୍କର ଏକ ଫଟୋ ସେୟାର୍ କରିଛନ୍ତି। ଫଟୋଟି ସେୟାର କରି ‘ଆମ ଆଞ୍ଜେଲ୍କୁ ସ୍ୱାଗତ’ବୋଲି କ୍ୟାପ୍ସନ ଦେଇଛନ୍ତି। ଫଟୋରେ ଦେଖିବାକୁ ମିଳିଛି ଆମି ହସ୍ପିଟାଲ୍ର ଖଟିଆ ଉପରେ ଶୋଇକି ତାଙ୍କ ନବଜାତ ଶିଶୁକୁ ସ୍ତନ୍ୟପାନ କରାଉଛନ୍ତି ଓ ଜର୍ଜ ଆମିଙ୍କ ମଥାରେ ଚୁମ୍ବନ ଦେଉଛନ୍ତି। ଏହି ସ୍ୱତନ୍ତ୍ର ମୁହୂର୍ତ୍ତକୁ ଆମି ତାଙ୍କ ଇନ୍ଷ୍ଟାଗ୍ରାମ୍ ପେଜ୍ରେ ସେୟାର କରିଛନ୍ତି।
ଆମି ପୂର୍ବରୁ ତାଙ୍କ ଶିଶୁର ଳିଙ୍ଗ ସହ ନାମ ବି ସୋସିଆଲ୍ ମିଡିଆରେ ସେୟାର୍ କରିଥିଲେ। ଏବେ ଶିଶୁଟି ଜନ୍ମ ହେବା ପରେ ଆମି ତା’ର ଫଟୋ ସୋସିଆଲ୍ ମିଡିଆରେ ସେୟାର୍ କରିବା ପରେ ତାଙ୍କର ଏହି ପୋଷ୍ଟ୍ରେ ବହୁ ବ୍ୟବହାରକାରୀ ସକରାତ୍ମକ ପ୍ରତିକ୍ରିୟା ରଖିଛନ୍ତି।
ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…
ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…
ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…
ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…
ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…
ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…