ସୋସିଆଲ ମିଡିଆରେ ନବଜାତ ଶିଶୁ ପୁତ୍ରର ଫଟୋ ସେୟାର କଲେ ହଲିଉଡ୍‌ ଅଭିନେତ୍ରୀ ଆମି ଜାକ୍ସନ

ହଲିଉଡ୍ ଅଭିନେତ୍ରୀ ତଥା ମଡେଲ୍ ଆମି ଜାକ୍ସନ ଏକ ପୁତ୍ର ସନ୍ତାନର ଜନନୀ ସାଜିଛନ୍ତି। ଅଭିନେତ୍ରୀ ଆମି ତାଙ୍କ ନବଜାତ ଶିଶୁ ଓ ସ୍ୱାମୀଙ୍କ ସହ ସୋସିଆଲ୍ ମିଡିଆରେ ତାଙ୍କର ଏକ ଫଟୋ ସେୟାର୍ କରିଛନ୍ତି। ଫଟୋଟି ସେୟାର କରି ‘ଆମ ଆଞ୍ଜେଲ୍କୁ ସ୍ୱାଗତ’ବୋଲି କ୍ୟାପ୍ସନ ଦେଇଛନ୍ତି। ଫଟୋରେ ଦେଖିବାକୁ ମିଳିଛି ଆମି ହସ୍ପିଟାଲ୍ର ଖଟିଆ ଉପରେ ଶୋଇକି ତାଙ୍କ ନବଜାତ ଶିଶୁକୁ ସ୍ତନ୍ୟପାନ କରାଉଛନ୍ତି ଓ ଜର୍ଜ ଆମିଙ୍କ ମଥାରେ ଚୁମ୍ବନ ଦେଉଛନ୍ତି। ଏହି ସ୍ୱତନ୍ତ୍ର ମୁହୂର୍ତ୍ତକୁ ଆମି ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ ସେୟାର କରିଛନ୍ତି।

https://www.instagram.com/p/B2xwss1gfqj/?utm_source=ig_web_copy_link

ଆମି ପୂର୍ବରୁ ତାଙ୍କ ଶିଶୁର ଳିଙ୍ଗ ସହ ନାମ ବି ସୋସିଆଲ୍ ମିଡିଆରେ ସେୟାର୍ କରିଥିଲେ। ଏବେ ଶିଶୁଟି ଜନ୍ମ ହେବା ପରେ ଆମି ତା’ର ଫଟୋ ସୋସିଆଲ୍ ମିଡିଆରେ ସେୟାର୍ କରିବା ପରେ ତାଙ୍କର ଏହି ପୋଷ୍ଟ୍ରେ ବହୁ ବ୍ୟବହାରକାରୀ ସକରାତ୍ମକ ପ୍ରତିକ୍ରିୟା ରଖିଛନ୍ତି।