Below header

ଘୂର୍ଣ୍ଣିବଳୟ ଯୋଗୁ ସାରା ରାଜ୍ୟରେ ଲଗାଣ ବର୍ଷା, ଟ୍ଵିନ୍‌ସିଟିର ବିଭିନ୍ନ ସ୍ଥାନ ଜଳମଗ୍ନ

ଭୁବନେଶ୍ବର(କେନ୍ୟୁଜ୍): ପ୍ରବଳ ବର୍ଷାରେ ଟ୍ଵିିନ୍‌ ସିଟିର ହାଲ ବେହାଲ୍‌ । ରାସ୍ତା ଉପରେ ଆଣ୍ଠୁଏ ଆଣ୍ଠୁଏ ପାଣି। ତଳିଆ ଅ଼ଞ୍ଚଳ ମାନଙ୍କରେ ପାଣି ପଶି ଲୋକମାନେ ହନ୍ତସନ୍ତ ହେଉଛନ୍ତି। ସାରା ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି । ଘୂର୍ଣ୍ଣିବଳୟ ଯୋଗୁଁ ଉତ୍ତର, ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ହେଉଛି । କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହେଉଛି । ସାରା ଦିନ ବର୍ଷା ଲାଗି ରହୁଥିବାରୁ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି । ତଳି ଅଞ୍ଚଳରେ ଆଣ୍ଠୁଏ ଉଚ୍ଚର ପାଣି ଜମିଛି । ଏପରି ପାଗ ଆହୁରି ୨୪ଘଣ୍ଟା ଲାଗି ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଗୁରୁବାର ସକାଳଠାରୁ ବର୍ଷାର ପରିମାଣ କମିବ । ଅତି ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ୭ଟି ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୧୩ଟି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂଜାରି ହୋଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.