ମନୋରଂଜନ

ହ୍ରିତିକ୍ ରୋସନଙ୍କ ଗୀତରେ ବୟଫ୍ରେଣ୍ଡ ଭିକ୍କୀ ଜୈନଙ୍କ ସହ ଠୁମ୍‌କା ଲଗାଇଲେ ଅଙ୍କିତା, ଭାଇରାଲ୍ ହେଉଛି ଭିଡିଓ

ଟେଲିଭିଜନ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ବୟଫ୍ରେଣ୍ଡ ଭିକ୍କୀ ଜୈନ୍ ଙ୍କ ସହ ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥାନ୍ତି। ଏସବୁ ମଧ୍ୟରେ ଅଙ୍କିତା ଏବେ ବୟଫ୍ରେଣ୍ଡ ଭିକ୍କୀଙ୍କ ସହ ଏକ ଡ୍ୟାନ୍ସ ଭିଡିଓ ପୋଷ୍ଟ କରିଛନ୍ତି। ଏହି ଭିଡିଓରେ ଉଭୟ ହ୍ରିତିକ ରୋସନଙ୍କ ଫିଲ୍ମ ‘Bang-Bang’ର ଟାଇଟଲ୍ ଟ୍ରାକ୍ ରେ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି।

ଅଙ୍କିତାଙ୍କର ଏହି ଭିଡିଓକୁ ପ୍ରଶଂସକମାନେ ଖୁବ୍ ପସନ୍ଦ କରିଛନ୍ତି। ସୋସିଆଲ ମିଡିଆରେ ଅଙ୍କିତା ଏହି ଭିଡିଓ ପୋଷ୍ଟ କରିବା ସହ ଲେଖିଛନ୍ତି, ‘ଭିକ୍କୀ ଏବଂ ଅଙ୍କି, ଡ୍ୟାନ୍ସ କରୁଛନ୍ତି । ତାହା ପୁଣି ନାଇଟ୍ ଡ୍ରେସ୍ ରେ’। ଆପଣମାନେ ମଧ୍ୟ ଏହି ଭିଡିଓରେ ଉଭୟ ଧଳା ରଙ୍ଗର ମ୍ୟାଚିଙ୍ଗ୍ ଡ୍ରେସ୍ ପିନ୍ଧିଥିବାର ଦେଖିପାରିବେ।

ଏହା ପୂର୍ବରୁ ଅଙ୍କିତା ଆଉ ଏକ ଭିଡିଓ ସେୟାର୍ କରିଥିଲେ। ଯେଉଁଥିରେ ଭିକ୍କୀ ଜୈନ୍ ତାଙ୍କ ଭଉଣୀଙ୍କ ପିଲାଙ୍କୁ ଅନ୍ନ ପ୍ରସନ କରୁଥିବାର ନଜର ଆସିଥିଲେ। ଏହି ଭିଡିଓ ଅଙ୍କିତା ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିବା ସହ ଲେଖିଥିଲେ, ‘ ମାମା-ମାମିଙ୍କ ତରଫରୁ ନିଅ, ପ୍ଲିଜ୍ ଖାଇ ଦିଅ।’

ଅଙ୍କିତା ଏବଂ ଭିକ୍କୀ ଦୀର୍ଘ ସମୟ ଧରି ପରସ୍ପର ସହ ରହିଛନ୍ତି। ଗତ କିଛି ଦିନ ତଳେ ଅଙ୍କିତା ଭିକ୍କୀଙ୍କ ପାଇଁ ଏକ ନୋଟ୍ ଲେଖି ଧନ୍ୟବାଦ ଜ୍ଞାପନ କରିଥିଲେ। ଏଥିସହ ସେ ଲେଖିଥିଲେ, ‘ମୁଁ ମୋ ଜୀବନରେ ତୁମକୁ ଜଣେ ଭଲ ସାଙ୍ଗ, ସାଥୀ ଏବଂ ସୋଲ୍ମେଟ୍ ଭାବେ ପାଇଥିବାରୁ ଭଗବାନଙ୍କ ନିକଟରେ ଋଣୀ। ଖରାପ ସମୟରେ ମଧ୍ୟ ମୋତେ ସହଯୋଗ ଦେଇଥିବାରୁ ଧନ୍ୟବାଦ।’ ମୋର ପ୍ରତ୍ୟେକ ସମସ୍ୟାକୁ ନିଜର କରିବା ସହ ମୋତେ ସାହାଯ୍ୟ କରିଥିବାରୁ, ତୁମକୁ ହୃଦୟରୁ ବହୁତ ବହୁତ ଧନ୍ୟବାଦ ବୋଲି କହିଛନ୍ତି ଅଙ୍କିତା ।

KNews Bureau

Recent Posts

ଥାନା ଭିତରେ ବୋହୂ, ବାହାରେ ନାତି ନାତୁଣିଙ୍କୁ ଧରି ଛିଡା ହୋଇଛନ୍ତି ଶାଶୁ

ଚୌଦ୍ୱାର : ଶାଶୁ କହୁ କହୁ କାନ୍ଦି ପକାଉଛନ୍ତି । ନିଜର ନାତି ନାତୁଣୀଙ୍କୁ ଧରି ଶାଶୁ ପହଁଚିଛନ୍ତି ଥାନାରେ…

38 mins ago

ରାଜ୍ୟରେ ମୌସୁମୀର ପ୍ରଭାବରେ ବର୍ଷା, ୨୬ ତାରିଖ ବେଳକୁ ସୃଷ୍ଟି ହେବ ଘୂର୍ଣ୍ଣିବଳୟ

ଭୁବନେଶ୍ୱର: ରାଜ୍ଯରେ ସକ୍ରିୟ ରହିଛି ମୌସୁମୀ ବାୟୁ । ପ୍ରଭାବରେ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି ।…

48 mins ago

OSRTC ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା, ବିଭିନ୍ନ ତୀର୍ଥକ୍ଷେତ୍ରକୁ ଗଡ଼ିବ ବସ୍‌

ଭୁବନେଶ୍ୱର(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ…

60 mins ago

ଫିଲ୍ମ ‘କଲ୍‌କୀ 2898 AD’ର ଆଡଭାନ୍ସ ବୁକିଂ, ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଲା ଭିନ୍ନ କ୍ରେଜ୍

ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍‌କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…

1 hour ago

ପୋଲିସ ବାବୁଙ୍କୁ ମହଙ୍ଗା ପଡିଗଲା ପରକୀୟା ପ୍ରେମ, ପ୍ରମୋସନ ହେବା ବଦଳରେ ହେଲା ଡିମୋସନ୍‌

ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍‌ରୁ ପ୍ରେମିକା…

1 hour ago

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

1 hour ago