ହ୍ରିତିକ୍ ରୋସନଙ୍କ ଗୀତରେ ବୟଫ୍ରେଣ୍ଡ ଭିକ୍କୀ ଜୈନଙ୍କ ସହ ଠୁମ୍‌କା ଲଗାଇଲେ ଅଙ୍କିତା, ଭାଇରାଲ୍ ହେଉଛି ଭିଡିଓ

ଟେଲିଭିଜନ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ବୟଫ୍ରେଣ୍ଡ ଭିକ୍କୀ ଜୈନ୍ ଙ୍କ ସହ ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥାନ୍ତି। ଏସବୁ ମଧ୍ୟରେ ଅଙ୍କିତା ଏବେ ବୟଫ୍ରେଣ୍ଡ ଭିକ୍କୀଙ୍କ ସହ ଏକ ଡ୍ୟାନ୍ସ ଭିଡିଓ ପୋଷ୍ଟ କରିଛନ୍ତି। ଏହି ଭିଡିଓରେ ଉଭୟ ହ୍ରିତିକ ରୋସନଙ୍କ ଫିଲ୍ମ ‘Bang-Bang’ର ଟାଇଟଲ୍ ଟ୍ରାକ୍ ରେ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି।

Ankita-Lokhandeଅଙ୍କିତାଙ୍କର ଏହି ଭିଡିଓକୁ ପ୍ରଶଂସକମାନେ ଖୁବ୍ ପସନ୍ଦ କରିଛନ୍ତି। ସୋସିଆଲ ମିଡିଆରେ ଅଙ୍କିତା ଏହି ଭିଡିଓ ପୋଷ୍ଟ କରିବା ସହ ଲେଖିଛନ୍ତି, ‘ଭିକ୍କୀ ଏବଂ ଅଙ୍କି, ଡ୍ୟାନ୍ସ କରୁଛନ୍ତି । ତାହା ପୁଣି ନାଇଟ୍ ଡ୍ରେସ୍ ରେ’। ଆପଣମାନେ ମଧ୍ୟ ଏହି ଭିଡିଓରେ ଉଭୟ ଧଳା ରଙ୍ଗର ମ୍ୟାଚିଙ୍ଗ୍ ଡ୍ରେସ୍ ପିନ୍ଧିଥିବାର ଦେଖିପାରିବେ।

 

View this post on Instagram

 

A post shared by Ankita Lokhande (@lokhandeankita)

ଏହା ପୂର୍ବରୁ ଅଙ୍କିତା ଆଉ ଏକ ଭିଡିଓ ସେୟାର୍ କରିଥିଲେ। ଯେଉଁଥିରେ ଭିକ୍କୀ ଜୈନ୍ ତାଙ୍କ ଭଉଣୀଙ୍କ ପିଲାଙ୍କୁ ଅନ୍ନ ପ୍ରସନ କରୁଥିବାର ନଜର ଆସିଥିଲେ। ଏହି ଭିଡିଓ ଅଙ୍କିତା ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିବା ସହ ଲେଖିଥିଲେ, ‘ ମାମା-ମାମିଙ୍କ ତରଫରୁ ନିଅ, ପ୍ଲିଜ୍ ଖାଇ ଦିଅ।’

 

View this post on Instagram

 

A post shared by Ankita Lokhande (@lokhandeankita)


ଅଙ୍କିତା ଏବଂ ଭିକ୍କୀ ଦୀର୍ଘ ସମୟ ଧରି ପରସ୍ପର ସହ ରହିଛନ୍ତି। ଗତ କିଛି ଦିନ ତଳେ ଅଙ୍କିତା ଭିକ୍କୀଙ୍କ ପାଇଁ ଏକ ନୋଟ୍ ଲେଖି ଧନ୍ୟବାଦ ଜ୍ଞାପନ କରିଥିଲେ। ଏଥିସହ ସେ ଲେଖିଥିଲେ, ‘ମୁଁ ମୋ ଜୀବନରେ ତୁମକୁ ଜଣେ ଭଲ ସାଙ୍ଗ, ସାଥୀ ଏବଂ ସୋଲ୍ମେଟ୍ ଭାବେ ପାଇଥିବାରୁ ଭଗବାନଙ୍କ ନିକଟରେ ଋଣୀ। ଖରାପ ସମୟରେ ମଧ୍ୟ ମୋତେ ସହଯୋଗ ଦେଇଥିବାରୁ ଧନ୍ୟବାଦ।’ ମୋର ପ୍ରତ୍ୟେକ ସମସ୍ୟାକୁ ନିଜର କରିବା ସହ ମୋତେ ସାହାଯ୍ୟ କରିଥିବାରୁ, ତୁମକୁ ହୃଦୟରୁ ବହୁତ ବହୁତ ଧନ୍ୟବାଦ ବୋଲି କହିଛନ୍ତି ଅଙ୍କିତା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.