Below header

ବହୁ ଦିନର ଅପେକ୍ଷା ପରେ କରୋନାକୁ ନେଇ ଆସିଲା ଖୁସି ଖବର: ଖୁବ୍‌ ଶିଘ୍ର ଭାରତକୁ ମିଳିବ ଅକ୍ସଫୋର୍ଡ ଟିକା, ୪୫ ଦିନ ମଧ୍ୟରେ ଜରୁରୀକାଳୀନ ବ୍ୟବହାର ପାଇଁ ମିଳିବ ଅନୁମତି

ନୂଆଦିଲ୍ଲୀ: ବହୁ ଦିନର ଅପେକ୍ଷା ପରେ କରୋନାକୁ ନେଇ ଆସିଲା ଖୁସି ଖବର । ଖୁବ୍‌ ଶିଘ୍ର ଭାରତକୁ ମିଳିବ ଅକ୍ସଫୋର୍ଡ ଟିକା । ୪୫ ଦିନ ମଧ୍ୟରେ ଜରୁରୀକାଳୀନ ବ୍ୟବହାର ପାଇଁ ଦିଆଯିବ ଅନୁମତି । ଏନେଇ ସେରମ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆର ମୁଖ୍ୟ ଆଦର ପୁନାୱାଲା ସୂଚନା ଦେଇଛନ୍ତି । ଅକ୍ସଫୋର୍ଡ ଓ ଆଷ୍ଟ୍ରେଜେନେକା ପ୍ରସ୍ତୁତ କରିଥିବା କରୋନା ଟିକା ନୂଆ ଆଶା ସୃଷ୍ଟି କରୁଛି । ଚୂଡାନ୍ତ ପର୍ଯ୍ୟାୟ ପରୀକ୍ଷାରେ ଏହା କରୋନା ରୋଗୀଙ୍କ କ୍ଷେତ୍ରରେ ୭୦ ପ୍ରତିଶତ ଫଳପ୍ରଦ ହୋଇପାରୁଥିବା ଜଣାପଡିଛି ।

coronavirusଏହା କରୋନା ସଂକ୍ରମଣକୁ ହାଇଲେଭର ସୁରକ୍ଷା ଦେଇଥାଏ । ସେରମ ଇନଷ୍ଟିଚ୍ୟୁଟ୍‌ ଅଫ ଇଣ୍ଡିଆର ମୁଖ୍ୟ ଆଦର ପୁନାୱାଲା କହିଛନ୍ତି, ଖୁବ୍‌ଶୀଘ୍ର ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଆବେଦନ କରାଯିବ । ତେବେ ଚୂଡାନ୍ତ ନିଷ୍ପତ୍ତି DCGI ଉପରେ ନିର୍ଭର କରେ । ବର୍ତ୍ତମାନ ସୁଦ୍ଧା ୪କୋଟି ଡୋଜ୍‌ କମ୍ପାନୀ ସଂରକ୍ଷିତ କରି ରଖିଛି । ଜାନୁୟାରୀ ସୁଦ୍ଧା ୧୦କୋଟି ଡୋଜ୍‌ ପ୍ରସ୍ତୁତ କରାଯିବ । ମାର୍କେଟରେ କୋଭିସିଲ୍‌ଡର ଡୋଜ୍‌ ୫୦୦ରୁ ୬୦୦ଟଙ୍କା ମଧ୍ୟରେ ଉପଲବ୍ଧ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.