Below header

Truecaller ଭଳି ଆପ୍ ଲଞ୍ଚ କରିବା ପାଇଁ ପ୍ରସ୍ତୁତି ଚଳାଇଛି ଗୁଗଲ୍, ମିଳିବ ଏହିସବୁ ଫିଚର୍ସ

Truecaller ଆପ୍ ଭାରତରେ ବେଶ୍ ଲୋକପ୍ରିୟ। ଏବେ ଗୁଗଲ୍ ମଧ୍ୟ ଏଭଳି ଆପ୍ ଲଞ୍ଚ କରିବା ପାଇଁ ପ୍ରସ୍ତୁତି ଚଳାଉଛି। ରିପୋର୍ଟ ମୁତାବକ, Phone by Google ଆପ୍କୁ ଏକ ନୂଆ ଅବତାରରେ କମ୍ପାନୀ ଲଞ୍ଚ କରିବାକୁ ଯାଉଛି। Phone by Google ଆପ୍ ରେ କମ୍ପାନୀ ଅନେକ ପରିବର୍ତ୍ତନ କରିବ । ଏହି ଆପ୍ ରେ କଲର ଆଇଡି ଭଳି ଫିଚର୍ସ ଦେବ। Truecaller ରେ ସବୁଠାରୁ ବଡ ଏବଂ ମହତ୍ବପୂର୍ଣ୍ଣ ଫିଚର ହେଉଛି କଲର ଆଇଡି । ଯାହା ପାଇଁ ଆପ୍ ଏତେ ଲୋକପ୍ରିୟ ହୋଇଛି ।

ନିକଟରେ ୟୁଟ୍ଯୁବରେ ଏକ ବିଜ୍ଞାପନ ଦେଖିବାକୁ ମିଳିଥିଲା । ଯେଉଁଥିରେ ଗୁଗଲ ଟ୍ରୁ କଲର ଭଳି ଆପ୍ ଆଣିପାରେ ବୋଲି ଦେଖିବାକୁ ମିଳିଥିଲା । 9to5google ରିପୋର୍ଟ ମୁତାବକ, ଏହା ଏକ ସ୍କ୍ରିନସର୍ଟ ମଧ୍ୟ ସେୟାର କରିଛି। ଯେଉଁଥିରୁ ଅନୁମାନ କରାଯାଉଛି କି, ଗୁଗଲ ଟ୍ରୁ କଲର ଭଳି ଆପ୍ ଆଣିପାରେ। ଏହା Phone by Goggle କମ୍ପାନୀ ଓ ଗୁଗଲ କଲ୍ ନାମରେ ଆଣିବ। କିନ୍ତୁ ଗୁଗଲ ପ୍ଲେ ଷ୍ଟୋରରେ ଏପର୍ଯ୍ଯନ୍ତ କୌଣସି ପରିବର୍ତ୍ତନ କରାଯାଇନାହିଁ।

truecaller

ନିକଟରେ ଟ୍ରୁକଲର ଏକ ନୂଆ ଫିଚର ଆଡ୍ କରିଥିଲା। ଏହି ଫିଚର ଜରିଆରେ କିଏ ଆପଣଙ୍କୁ କେଉଁ କାରଣ ପାଇଁ କଲ୍ କରିଛି, ତାହା ପୂର୍ବରୁ ମଧ୍ୟ ଜାଣିହେଉଥିଲା। ଗୁଗଲର ନୂଆ କଲର ଆଇଡିର ଏହି ଆପ୍ ଖୁବଶୀଘ୍ର ଲଞ୍ଚ କରାଯିବ। ଲଞ୍ଚ ହେବା ପରେ ଏହି ଆପ୍ ସିଧାସଳଖ ଭାବେ ଟ୍ରୁକଲରକୁ ଟକ୍କର ଦେବ ବୋଲି କୁହାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.